2022 T-20 ବିଶ୍ଵକପରେ ବଡ ଧରଣର ବିପର୍ଯ୍ୟୟ, ଦୁଇଥର ଚମ୍ପିୟନ ୱେଷ୍ଟଇଣ୍ଡିଜକୁ ବିଦା କଲା ଆୟରଲ୍ୟାଣ୍ଡ, 9 ୱିକେଟରେ ହାରିଲା କରିବିଅନ ଦଳ

0

Get real time updates directly on you device, subscribe now.

2022 T-20 ବିଶ୍ଵକପରୁ ୱେଷ୍ଟଇଣ୍ଡିଜକୁ ବିଦା କରି ଆୟରଲ୍ୟାଣ୍ଡ ବଡ ଧରଣର ବିପର୍ଯ୍ୟୟ ସୃଷ୍ଟି କରିଛି । ଶୁକ୍ରବାର ଦିନ ଆୟରଲ୍ୟାଣ୍ଡ ହାତରୁ ଦୁଇ ଦୁଇଥର ଚମ୍ପିୟନ ଇଣ୍ଡିଜ ଦଳ ଏକଦମ୍ ଏକତରଫା ହୋଇ ନଅ ୱିକେଟରେ ହାରି ବିଶ୍ୱକପରୁ ବାହାର୍ ହୋଇଛନ୍ତି । ସୁପର 12 ଯୋଗ୍ୟତା ପାଇଁ ଖେଳୁଥିବା ଇଣ୍ଡିଜ ଦଳର ବ୍ୟାଟରମାନେ ପୁଣି ନିରାଶ କରିବାପରେ ଆୟରଲ୍ୟାଣ୍ଡ ବିସ୍ଫୋରକ କ୍ରିକେଟ ଖେଳି ମାତ୍ର ଗୋଟିଏ ୱିକେଟରେ 147 ରନର ବିଜୟ ଲକ୍ଷ୍ୟକୁ 15 ବଲ୍ ପୂର୍ବରୁ ହାସଲ କରି ନେଇଛି ।

ଆୟରଲ୍ୟାଣ୍ଡ ଟସ୍ ଜିତି ଇଣ୍ଡିଜ ଦଳକୁ ପ୍ରଥମେ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରଣ କରିଥିଲା । ତେବେ ୱେଷ୍ଟଇଣ୍ଡିଜ ଓପନର ପୁଣି ନିରାଶ କରିଥିଲେ । ପ୍ରଥମେ କାୟଲ ମାର୍ଗସ- 1, ପରେ ଜନଛନ ଚାର୍ଲ୍ସ- 24 ଓ ଏଭିଏନ ଲୁଇସ୍- 134 ରନ କରି ବିଦାୟ ନେବାପରେ ରନ କରି ବ୍ରାଣ୍ଡନ କିଙ୍ଗ ଲଢ଼ିଥିଲେ । ତେବେ ଅନ୍ୟମାନଙ୍କ ଠାରୁ ଆବଶ୍ୟକ ସମର୍ଥନ ନ ମିଳିବାରୁ ୱେଷ୍ଟଇଣ୍ଡିଜ 20 ଓଭରରେ 5 ୱିକେଟ୍ ହରାଇ ମାତ୍ର 146 ରନ କରିଥିଲା । କିଙ୍ଗ 48 ବଲରୁ 62, ଓଡ଼ିଏନସ ବିଲ 12 ବଲରୁ 19 ରନ କରି ଶେଷ ଯାଏଁ ଅପରାଜିତ ଥିଲେ ।

ଆୟରଲ୍ୟାଣ୍ଡ ପକ୍ଷରୁ ଲେଗ ବ୍ରେକ ବୋଲର ବ୍ୟାରି ବେଲାନି 4 ଓଭରରେ ମାତ୍ର 16 ରନ୍ ଦେଇ 3 ୱିକେଟ୍ ଛାଡ଼ିବା ସହ ଇଣ୍ଡିଜ ସ୍କୋର ବୋର୍ଡରେ ଅଙ୍କୁଶ ଲଗାଇଥିଲେ । ଜବାବର ଆରମ୍ଭରୁ ଆୟରଲ୍ୟାଣ୍ଡର ଦୁଇ ଅଭିଜ୍ଞ ଓପନର ଆକ୍ରମଣ ଆରମ୍ଭ କରିଥିଲେ । ଉଭୟ ପୋଲ ଷ୍ଟଲିଙ୍ଗ ଓ ଆଧିନାୟକ ଆନି ବୋଲବର୍ଣି ଓପନୀଙ୍ଗରେ 7 ଓଭରରୁ 71 ରନ୍ ଆଦାୟ କରିବାପରେ ବୋଲବର୍ଣି 23 ବଲରୁ 37 ରନ କରି ପ୍ରଥମ ଓ ଏକମାତ୍ର ଖେଳାଳି ଭାବେ ଆଉଟ୍ ହୋଇଥିଲେ । ପରେ ଷ୍ଟ୍ରଲିଙ୍ଗ ଓ ୱିକେଟ୍ କିପର ବ୍ୟାଟଟ ଲୋରୋଲାନ ଟକ୍କର ଅପରାଜିତ ହୋଇ ବିଜୟ ଲକ୍ଷ୍ୟ ଟପାଇ ଦେଇଥିଲେ ।

ଷ୍ଟ୍ରଲିଙ୍ଗ 48 ବଲରୁ 66 ରନ କରିଥିବାବେଳେ ଓଭେଦ ମ୍ୟାକିୟମଙ୍କୁ ବିଜୟ ସୂଚକ ଚଉକା ମାରିଥିବା ଟକ୍କର 35 ବଲରୁ 45 ରନରେ ଅପରାଜିତ ଥିଲେ । ସେପଟେ ଯାବତୀୟ ବିଶ୍ବସ୍ତରୀୟ ବିସ୍ଫୋରକ ବ୍ୟାଟର ଓ ବୋଲରଙ୍କ ଉପସ୍ଥିତି ସତ୍ତ୍ବେ ଏଥର ବିଶ୍ୱକପରେ ଆଦୌ ଲୟରେ ନଥିବା ନିକୋଲସ ପୂରନଙ୍କ ୱେଷ୍ଟଇଣ୍ଡିଜ ଏହି ପରାଜୟ ସହ ଏଥର ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହୋଇ ନୈରାଶ୍ୟର ସହ ବିଦାୟ ନେଇଛି ।

Leave A Reply

Your email address will not be published.