ପୋଲିସ ଜଗବନ୍ଧୁକୁ ଗିରଫ କରିଛି, ଆଉ ଯେତେବେଳେ ପୋଲିସ ଜଗବନ୍ଧୁକୁ ଗିରଫ କରିଲା ସେତେବେଳେ ଜଗବନ୍ଧୁ ପୋଲିସ ଆଗରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । ଆଜ୍ଞା ହଁ, ଜଗବନ୍ଧୁ ବିଶ୍ୱାସ କରିପାରୁନାହାନ୍ତି ଯେ ତାଙ୍କ ନାମରେ ମଧ୍ୟ ଏତେ ସବୁ ଦଫା ଲାଗିଛି । ଯାହାକୁ ଶୁଣି ପୋଲିସ ଆଗରେ ଜଗବନ୍ଧୁ କାନ୍ଦି ପକାଇଲେ ଏବଂ କହିଲେ ଯେ ମୁଁ ଗରିବ ଘରର ପୁଅଟିଏ, ମୋ ବାପାମା ବହୁତ୍ ଗରିବ ଅଟନ୍ତି । ସେ ସଂଘର୍ଷ କରି ଜୀବନରେ ଆଗକୁ ବଢିଥିଲେ, ନିଜେ ପରିଶ୍ରମ କରି ଆଗକୁ ବଢ଼ିବାକୁ ଚାହୁଁଥିଲେ । କିନ୍ତୁ ସ୍ତ୍ରୀର ବୁଦ୍ଧିରେ ପଡ଼ି ଏବଂ ଟଙ୍କା ଲୋଭରେ ପଡ଼ି ସେ କୁଆଡେ ଵର୍ବାଦ ହୋଇଗଲେ ବୋଲି ପୋଲିସ ଆଗରେ କହିଛନ୍ତି ।
ଆଜ୍ଞା ହଁ, ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିଶନର ପୋଲିସ ଗିରଫ କରିଛି । କାଲି ସକାଳେ ଜଗବନ୍ଧୁ ଚାନ୍ଦଙ୍କୁ କମିଶନର ରେଡ ପୋଲିସ ଉଠାଇ ନେଇଥିଲା । ଜଗବନ୍ଧୁଙ୍କୁ ତାଙ୍କ ସତ୍ୟବିହାର ସ୍ଥିତ ଘରୁ ଉଠାଇ ନେଇ ପୋଲିସ ପଚରାଉଚରା କରିବା ସମୟରେ ଜଗବନ୍ଧୁ ଏପରି କହି କାନ୍ଦି ପକାଇଥିଲେ । ଅର୍ଚ୍ଚନାଙ୍କ ବ୍ଲାକମେଲିଙ୍ଗ ମାମଲାରେ ଜଗବନ୍ଧୁ ସଂପୃକ୍ତ ଥିବା ସନ୍ଦେହ କରିବା ସହ ଅନ୍ୟ କୌଣସି ଠୋସ ପ୍ରମାଣ ପାଇବାପରେ ପୋଲିସ ଗିରଫ କରିଥିବା କୁହାଯାଉଛି ।
ତେବେ ପୂର୍ବରୁ ପୋଲିସ ଜଗବନ୍ଧୁଙ୍କୁ ଥାନାକୁ ଡ଼ାକି ଛାଡି ଦେଇଥିଲା । ସ୍ଵାସ୍ଥ୍ୟଗତ କାରଣରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ଏପଟେ ଜଗବନ୍ଧୁ ଚାନ୍ଦଙ୍କ କଳା କାରନାମାର ବହୁ ଗୁମର ପଦାକୁ ଆସିବାରେ ଲାଗିଛି । ଜଗବନ୍ଧୁଙ୍କ ବିରୋଧରେ ମିଳିଥିବା ତଥ୍ୟ ମଧ୍ୟ ଆଶ୍ଚର୍ଯ୍ୟ କରୁଛି । ବହୁତ୍ କିଛି କଥା ଏବେ ସାମ୍ନାକୁ ଆସିଛି, ଯାହାକୁ ପୋଲିସ ଆଗକୁ ଏସବୁ ତଥ୍ୟ ସାମ୍ନାକୁ ଆଣିପାରେ ।
ଜଗବନ୍ଧୁ ସ୍ତ୍ରୀ ଅର୍ଚ୍ଚନାଙ୍କ ସହ ମିଶି କିଭଳି ଏହି ବ୍ଲାକମେଲିଙ୍ଗର ଖେଳ ରଚୁଥିଲେ, କିଭଳି ବଡ ବଡିଆ ମାନେ ତାଙ୍କ ଜାଲରେ ଫସୁଥିଲେ ଆଉ କିଭଳି ଅର୍ଚ୍ଚନା ବଡ ବଡ଼ିଆଙ୍କୁ ନିଜ ବେଡ଼ରୁମକୁ ଡାକୁଥିଲେ ଏବଂ ସେହି ସମୟରେ ଜଗବନ୍ଧୁ କଣ କରୁଥିଲେ ? ଗେଷ୍ଟ ଆସିଲେ ଜଗବନ୍ଧୁ ଯାଉଥିଲେ ବାହାରକୁ ଏବଂ ଗେଷ୍ଟ ଯାଉଥିଲେ ସ୍ତ୍ରୀର ବେଡ଼ରୁମକୁ, ଜଗବନ୍ଧୁ ଗେଷ୍ଟମାନଙ୍କ ସହ କେମିତି ମିସୁଥିଲେ ? ଜଗବନ୍ଧୁ ନିଜ ପରିଚୟ ଲୁଚାଇ ରଖିଥିଲେ କି, ଯଦି ନାହିଁ ତେବେ ସ୍ବାମୀ ହୋଇ ମଧ୍ୟ କିପରି ନିଜ ସ୍ତ୍ରୀ ଆଗରେ ମ୍ୟାନେଜ କରୁଥିଲେ । ଯେତେବେଳେ ସ୍ତ୍ରୀ ଅନ୍ୟ ପୁରୁଷ ସହ ଶାରୀରିକ ସଂପର୍କ ରଖୁଥିଲା, ସେତେବେଳେ ଜଗବନ୍ଧୁ କୋଉଠି ରହୁଥିଲେ ବା କେମିତି ସେ ପରିସ୍ଥିତିକୁ ସମ୍ଭାଳିଥିଲେ ?
ଯେହେତୁ ଜଗବନ୍ଧୁ ଏବେ ଗିରଫ ହୋଇସାରିଛି, ତେଣୁ ଏପରି ଅନେକ ତଥ୍ୟ ଏବେ ସାମ୍ନାକୁ ଆସିପାରେ । ଜଗବନ୍ଧୁ ହୁଏତ ବହୁତ୍ ବଡ ବଡ଼ିଆଙ୍କ ନାମ ମଧ୍ୟ କହିପାରନ୍ତି, ଯେଉଁମାନେ କି ତାଙ୍କ ବ୍ଲାକମେଲିଙ୍ଗର ଶିକାର ହୋଇଥିଲେ କିମ୍ବା ସ୍ତ୍ରୀ ଅର୍ଚ୍ଚନାଙ୍କ ସହ ମଜା ନେଇଥିଲେ । ତେବେ ଜଗବନ୍ଧୁ ତ ଏବେ ଗିରଫ ହୋଇସାରିଛନ୍ତି, କିନ୍ତୁ ଦେଖିବାକୁ ବାକି ରହିଲା ଜଗବନ୍ଧୁ ପୋଲିସକୁ କେଉଁ କେଉଁ ତଥ୍ୟ କହୁଛନ୍ତି ।