ଭାଉଜ ପ୍ରେମରେ ପାଗଳ ହୋଇ ସ୍ତ୍ରୀକୁ ଛାଡି ଚମ୍ପଟ ମାରିଲା ସ୍ବାମୀ

0

Get real time updates directly on you device, subscribe now.

ଭାଉଜ ପ୍ରେମ ମିଠା ଲାଗୁଥିଲା ଏବଂ ସ୍ତ୍ରୀ ପ୍ରେମ ଭାରି ପିତା ଲାଗୁଥିଲା । ଭାଉଜ ସହ ବେଶ୍ ଭଲ ସମ୍ପର୍କ ଥିଲା ଏବଂ ନିଜ ସ୍ତ୍ରୀକୁ ପାଖରେ ରଖିବାକୁ ମଧ୍ୟ ଇଚ୍ଛା ନଥିଲା । କାରଣ ବିବାହ ପୂର୍ବରୁ ଭାଉଜଙ୍କ ସହ ଯେଉଁ ପ୍ରେମ ସମ୍ପର୍କ ଥିଲା, ତାକୁ ଭୁଲିବା ସମ୍ଭବ ନଥିଲା । ତେଣୁ ବାହାଘର ପରେ ବି ସ୍ତ୍ରୀକୁ ଛାଡି ଏ ରସିକିଆ ବାବୁ ଜଣକ ଭାଉଜ ପାଖକୁ ଯାଉଥିଲେ । ଏହାପରେ ସ୍ତ୍ରୀ ଏସବୁକୁ ବିରୋଧ କରିବାରୁ ଭାଉଜଙ୍କୁ ଧରି ଏ ରସୀକିଆ ବାବୁ ଚମ୍ପଟ ମାରିଲେ ।

ଭାଉଜ ପ୍ରେମ ପାଇଁ ସ୍ତ୍ରୀକୁ ମାଡ ମାରି ବାପଘରେ ଛାଡି ଆସିଥିଲେ । ଆଉ ଏବେ ସ୍ତ୍ରୀ ଫେରିଆସି ଦେଖିଲା ଯେ ସ୍ବାମୀ ଭାଉଜଙ୍କୁ ଧରି ଫେରାର ଅଛି । ସେ ଏବେ ଭୋକ ଉପାସରେ ସ୍ବାମୀଙ୍କୁ ଚାହିଁ ରହିବା ସହ ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକରେ ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । କଖାରୁଣୀ ପଞ୍ଚାୟତର ଅସୁଙ୍ଗରା ଗାଁର ପ୍ରତାପ ସୁବୁଦ୍ଧି ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତର ସସ୍ମିତା ସୁବୁଦ୍ଧିଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ 2016 ରେ ବିବାହ କରିଥିଲେ ।

ସସ୍ମିତା ଓ ପ୍ରତାପଙ୍କ ବୈବାହିକ ଜୀବନ ଏକ ବର୍ଷ ପର୍ଯ୍ୟନ୍ତ ବେଶ୍ ହସଖୁସିରେ ଚାଲିଥିଲା । କିନ୍ତୁ ପରେ ଯୌତୁକ ଟଙ୍କା ଦାବି କରି ପ୍ରତାପ ସସ୍ମିତାଙ୍କୁ ଅତ୍ୟାଚାର କରିବା ଆରମ୍ଭ କରିଥିଲେ । ଏହାସହ ପ୍ରତାପଙ୍କର ତାଙ୍କ ଭାଉଜଙ୍କ ସହ ଅନୈତିକ ସମ୍ପର୍କ ଥିଲା । ଏହାକୁ ନେଇ ବର୍ତ୍ତମାନ ସସ୍ମିତା ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଆଉ ଏହାପରେ ଅସୁଙ୍ଗରା ଗାଁର ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ପ୍ରତାପ ଓ ତାଙ୍କ ପରିବାରକୁ ଡକାଯାଇ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଥିଲା । କିନ୍ତୁ ପ୍ରତାପ କାହା କଥା ନ ଶୁଣି ସସ୍ମିତାଙ୍କୁ ରଖିବନି କହି ଆଲୋଚନା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଆଉ ବିଚରା ସ୍ତ୍ରୀ କୌଣସି ଭରଷା ନପାଇ ଚାରିଦିନ ହେବ ସ୍ବାମୀ ପ୍ରତାପଙ୍କ ଘରେ ପଡ଼ିରହିଛି । ପ୍ରତାପଙ୍କ ପରିବାର ଲୋକେ ମଧ୍ୟ ଫେରାର ହୋଇଯାଇଥିବାରୁ ସ୍ତ୍ରୀ ଭୋକ ଉପାସରେ ପଡ଼ିରହିଛି ।

ସସ୍ମିତାଙ୍କ ଦୁଃଖ ଦେଖି ସହି ନପାରି ଗ୍ରାମବାସୀ ଯାହା ବି ଖାଇବାକୁ ଦେଉଛନ୍ତି, ସେତିକି ଖାଇ ଏକୁଟିଆ ଲୁହ ଗଡାଉଛନ୍ତି । ତେବେ ଏ ବିଷୟରେ ପଟ୍ଟାମୁଣ୍ଡାଇ ଗରିବ ବନ୍ଧୁ ସଂଗଠନ ପକ୍ଷରୁ ମହିଳାମାନେ ଖବର ପାଇ ସସ୍ମିତାଙ୍କ ପାଖକୁ ଯାଇ କିଛି ଖାଦ୍ୟ ଦେବା ସହିତ ସସ୍ମିତାଙ୍କୁ ତାଙ୍କ ହସଖୁସିର ପରିବାର ଫେରେଇ ଦେବାକୁ ଆଶ୍ଵାସନା ଦେଇଥିଲେ । ସେ ଗଣମାଧ୍ୟମ ମାଧ୍ୟମରେ ପ୍ରତାପଙ୍କୁ କହିଛନ୍ତି, ପ୍ରତାପ ତୁମେ ଯୋଉଠି ଅଛ, ଶୀଘ୍ର ତୁମ ସ୍ତ୍ରୀ ପାଖକୁ ଫେରିଆସ ଆଉ ତାଙ୍କୁ ଆପଣାଇ ନିଅ ।

Leave A Reply

Your email address will not be published.