ବିସିସିଆଇର ବୈଠକ ପରେ ଜୟ ଶାହା ଙ୍କ ବଡ ବୟାନ, ଭାରତୀୟ ଦଳ ପାକିସ୍ତାନରେ ହେବାକୁଥିବା ଏସିଆ କପରେ ଖେଳିବ ନାହିଁ

0

Get real time updates directly on you device, subscribe now.

ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତୀୟ ଦଳ|ପାକିସ୍ତାନ ଏକଦିବସୀୟ ବିଶ୍ୱକପ ଖେଳିବା ନେଇ ସନ୍ଦେହ|ଭାରତୀୟ କ୍ରିକେଟ ବୋର୍ଡର ବାର୍ଷିକ ବୈଠକରେ ନିଆଯାଇଛି ଏକ ବଡ ନିଷ୍ପତ୍ତି|ଆସନ୍ତା ଏସିଆ କପ ଖେଳିବାକୁ ପାକିସ୍ତାନ ଗସ୍ତରେ ଯିବ ନାହିଁ ଭାରତୀୟ ଦଳ,ଏ ନେଇ ବିସିସିଆଇ ସଚିବ ଜୟ ଶାହା ଟୁଇଟ କରି ସୂଚନା ଦେଇଛନ୍ତି|

ଏପରିକି ଏସିଆ କପ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ଭେନ୍ୟୁ ପରିବର୍ତ୍ତନ କରିଵା ପାଇଁ ଅନୁରୋଧ କରାଯିବ ବୋଲି କହିଛନ୍ତି ଜୟ ଶାହା|ଆଜି ଦ୍ୱିତୀୟ ଥର ପାଇଁ ବିସିସିଆଇ ର ସଚିବ ଭାବେ ମନୋନୀତ ହେବାପରେ ଏହି ବଡ ବୟାନ ଦେଇଛନ୍ତି|

ଜୟ ଶାହା ଭାରତୀୟ କ୍ରିକେଟ ବୋର୍ଡର ସଚିବ ସହ ଏସିଆ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି|ସେ କହିଛନ୍ତି ଭେନ୍ୟୁ ପରିବର୍ତ୍ତନ କରିବା କୈାଣସି ଅସମ୍ଭବ କଥା ନୁହେଁ|ଚଳିତ ବର୍ଷ ଶ୍ରୀଲଙ୍କାରେ ଏସିଆ କପ ଆୟୋଜନ ହେବାର ଥିଲା କିନ୍ତୁ ସେଠାରେ ଲାଗିରହିଥିବା ଆର୍ଥିକ ଅଚଳାବସ୍ଥା ଯୋଗୁଁ ଭେନ୍ୟୁ ପରିବର୍ତ୍ତନ କରାଯାଇ‌ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯାଇଥିଲା|ତେଣୁ ଆସନ୍ତା ଏସିଆ କପ ପାଇଁ ଭେନ୍ୟୁ ପରିବର୍ତ୍ତନ କରାଯାଇପାରିବ ବୋଲି କହିଛନ୍ତି|ରାଜନୈତିକ ବିବାଦ ଓ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣା ପଡ଼ିଛି|ଏସିଆ କପ ପରେ ପରେ ଖେଳାଯିବ ଭାରତରେ ଏକଦିବସୀୟ ବିଶ୍ୱକପ|

ତେଣୁ ପାକିସ୍ତାନ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନା ନାହିଁ ତାହା ଏବେ ସନ୍ଦେହ ଘେରରେ|ଭାରତର ଏହି ନିଷ୍ପତ୍ତି ଉପରେ ପାକିସ୍ତାନ ଏକ ବଡ କ୍ଷତି ସହିବ କାରଣ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ପାକିସ୍ତାନ ବିପୁଳ ଅର୍ଥ ରୋଜଗାର କରିଥାନ୍ତା|ପାକିସ୍ତାନ ଏକ ଆତଙ୍କୀ‌ ରାଷ୍ଟ୍ର ହୋଇଥିବାରୁ ସେଠାରେ ଖେଳାଳୀଙ୍କ ସୁରକ୍ଷା ଏକ ବଡ ପ୍ରସଙ୍ଗଟିଏ କାରଣ ପୂର୍ବରୁ ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତରେ ଯାଇଥିଲା ବେଳେ ସେଠାରେ ତାଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା|କିଛି ଖେଳାଳି ଆହତ ହୋଇ ଜୀବନ ବଞ୍ଚାଇ ଫେରି‌ ଆସିଥିଲେ|୨୦୦୮ ପରଠାରୁ ମଧ୍ୟ ଭାରତ ପାକିସ୍ତାନ ଗସ୍ତରେ ଯାଇନାହିଁ|

Leave A Reply

Your email address will not be published.