ଦୀପିକାର ପିଲାକୁ ଦେଖିବାକୁ ଆସିଥିଲା ଦୀନେଶ

0

Get real time updates directly on you device, subscribe now.

ଅପେକ୍ଷାର ଅନ୍ତ ଘଟିଲା ଏବଂ ଦୀନେଶ ସାମ୍ନାକୁ ଆସିଲା । ଦୀନେଶ ଆସିଲା ଏବଂ ପୁଅ ସହ ଦେଖା କଲା, ଆଉ ଚାରିଆଡ଼େ ବୁଲାଇଲା । ପୁଅକୁ ଦେଖି ଦିନେଶ ତାର ମୁହଁ ସାରା ଗେଲ କରି ପକାଇଲା । ପୁଅକୁ କୋଳରେ ଧରି ଘଣ୍ଟା ଘଣ୍ଟା ଗପିଲା ଏବଂ ପୁଅର ମନ ପସନ୍ଦର ଚକଲେଟ୍ ଧରିକି ଆସିଥିଲା । ପୁଅକୁ ଚକଲେଟ ଦେଇ କୁଣ୍ଢେଇ ପକାଇଲା ।

ଖାଲି ସେତିକି ନୁହେଁ, ପୁଅକୁ ଦେଖି ଦିନେଶ କାନ୍ଦି ପକାଇଲା । ଆଉ ବାପାର କାନ୍ଦ ଦେଖି ପୁଅ ବି ବାପା ଆଖିରୁ ଲୁହ ପୋଛି ଦେଉଥାଏ । ସତରେ ସେ ଦୃଶ୍ୟ ବହୁତ୍ ସୁନ୍ଦର୍ ଥିଲା । ବାପା ଆଣିଥିବା ଚକଲେଟକୁ ଖାଇବା ପୂର୍ବରୁ ନିଜ ବାପାକୁ ଖୁଆଇ ଦେଇଥିଲା । ଏପଟେ ଦୀନେଶର ଆଖିରେ ଲୁହ ଏବଂ କୋଳରେ ପୁଅ । ଆଉ ପୁଅ ମଧ୍ୟ ବାପକୁ ଦେଖି ବହୁତ୍ ଖୁସି । କାହିଁକି ନା ପୁଅ ଆଜି ପ୍ରଥମ ଥର ପାଇଁ ତା ବାପାକୁ ଦେଖିଛି । ଯେତେବେଳେ ରକ୍ତର ସମ୍ପର୍କ ।

ଯେତେବେଳେ ଦିନେଶ ତା ଛୁଆର ଆଙ୍ଗୁଠିକୁ ଧରିଥିଲା, ସେତେବେଳେ ଛୁଆକୁ ସ୍ଵର୍ଗର ଖୁସି ମିଳିଥିଲା । ଇଏ ହେଉଛି ରକ୍ତର ଆକର୍ଷଣ । ଆଉ ଯେତେବେଳେ ପୁଅକୁ ଧରି ଦିନେଶ ବୁଲାଉଥିଲା, ସେତେବେଳେ ପୁଅର ଖୁସି କହିଲେ ନସରେ । ଆଉ ପୁଅ ନିଜ ବାପାକୁ କହୁଥିଲା, ବାପା ତୁମେ ମୋ ହାତ ଛାଡି ଆଉ କେବେ ବି ଯିବନି । ମୁଁ ତୁମ ବିନା ଆଉ ରହି ପାରିବିନି । ଏଥର ମତେ ତୁମର ପରିଚୟ ମିଳିଗଲା । ମୁଁ ଏବେ ସମାଜରେ ବଞ୍ଚି ପାରିବି ଏବଂ ବାପାର ପରିଚୟ ପାଇପାରିବି । ଏପରି ବାପ ପୁଅ ବହୁତ୍ କଥା ହେଲେ ।

ଆଉ ଠିକ୍ ଏତିକିବେଳେ ଚେୟାରରେ ବସିଥିବା ଦୀପିକାକୁ କୁହାଗଲା, ଆଜି ଦିନେଶ ଆସିବନି ପୁଣି ଆଉ ଗୋଟିଏ ତାରିଖ ବାହାରିବ । ଆଉ ସେହି ତାରିଖରେ ତୁମେ ହାଜର ହେବ । ଏକଥା ଶୁଣି ଚେୟାରରେ ବସି ଦିନେଶ କଥା ଭାବୁଥିବା ଦୀପିକାର ଭାବନାଟା ଭାଙ୍ଗିଗଲା । ତାପରେ ଦୀପିକା ଜାଣିଲା ଯେ ଏସବୁ ସତ ନଥିଲା । ଦିନେଶ ତା ପୁଅ ପାଖକୁ ଆସିନଥିଲା, ହେଲେ ଦୀପିକା ବସି ବସି ଭାବୁଥିଲା କି ଦିନେଶ ତା ପୁଅ ପାଖକୁ ଆସିଛି । ସେ କେବଳ କଳ୍ପନା ରାଜ୍ୟରେ ଘୁରି ବୁଲୁଥିଲା । ଦିନେଶ ତା ପୁଅ ପାଖକୁ ଆସିଥିବା କଥା ମନେ ମନେ ଭାବି ଦୀପିକା ଖୁସି ହେଉଥିଲା ।

କିନ୍ତୁ ଯେତେବେଳେ ଦୀପିକା ଦିନସାରା ମହିଳା କମିଶନରରେ ବସି ଦିନେଶକୁ ଅପେକ୍ଷା କରିଥିଲେ, ସେତେବେଳେ ମଧ୍ୟ ଦିନେଶ ଆସିନଥିଲା । ଆଉ ସେତେବେଳେ ଦୀପିକାର ସବୁ ଆଶା ଭାଙ୍ଗି ଯାଇଥିଲା । ତାପରେ ଦୀପିକା କାନ୍ଦି କାନ୍ଦି ଭୁବନେଶ୍ୱରରୁ ଗଞ୍ଜାମକୁ ଫେରିଥିଲେ ।

Leave A Reply

Your email address will not be published.