ସିନେମାରେ ରୋଲ ଦେବାକୁ କହି ମୋ ଛାତିର ମାପ ପଚାରିଥିଲେ ସାଜିଦ ଖାଁ,କହିଲେ ଅଭିନେତ୍ରୀ ରାଣୀ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଧୀରେ ଧୀରେ ବଢିବାରେ ଲାଗିଛି ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନଙ୍କ ସମସ୍ୟା । ବିଗ୍ ବସ୍-୧୬କୁ ଯିବା ପରେ ସେ କରିଥିବା ଅପରାଧ ଏବେ ଗୋଟି ଗୋଟି କରି ପୁଣି ସାମ୍ନାକୁ ଆସିବାରେ ଲାଗିଛି । ପ୍ରାୟ ୧୦ରୁ ମଧ୍ୟ ଅଧିକ ମହିଳା ତାଙ୍କ ଉପରେ ଯୌନ ଅସଦାଚରଣର ଆରୋପ ଲଗାଇଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ ତାଙ୍କ ଉପରେ ଆରୋପ ଲଗାଇଛନ୍ତି।ଭୋଜପୁରୀ ଅଭିନେତ୍ରୀ ରାଣୀ ଚାଟାର୍ଜୀ ଏଥର ସାଜିଦଙ୍କ ଉପରେ ଅଶାଳୀନ ଭାବେ ଛୁଇଁବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଛନ୍ତି ।

ଜାତୀୟ ଗଣମାଧ୍ୟମ ଆଜ ତକକୁ ସାକ୍ଷାତକାର ଦେଇ ରାଣୀ ଚାଟାର୍ଜୀ କହିଛନ୍ତି ଯେ, ବିଗ୍ ବସରେ ସାଜିଦ୍ ଖାନଙ୍କ ପ୍ରବେଶକୁ ନେଇ ମୋତେ ଖୁବ ରାଗ ଲାଗୁଛି । ସେ ମୋ ସହ ମଧ୍ୟ ଅଶାଳୀନ ବ୍ୟବହାର କରିଥିଲେ ।ଯେତେବେଳେ #ମିଟୁ ସମୟରେ ସାଜିଦଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିଲା, ଆମ ପରି ଅନେକ ମହିଳା ବହୁତ ଖୁସି ହୋଇଥିଲେ । କେହି ଜଣେ ସାହସ କରି ସାଜିଦଙ୍କ ବିରୋଧରେ ମୁହଁ ଖୋଲିଥିବାରୁ ମୁଁ ବହୁତ ଖୁସି ଥିଲି । ହେଲେ ଏବେ ତାଙ୍କୁ ବିଗ୍ ବସରେ ଦେଖି ମୋତେ ବିରକ୍ତ ଲାଗୁଛି ।

ମୁଁ ବୁଝିପାରୁନି ଯେ, ବିଗ୍ ବସ ସାଜିଦଙ୍କ ଭାବମୂର୍ତ୍ତୀକୁ ସଜାଡ଼ିବା ପାଇଁ କାହିଁକି ଚେଷ୍ଟା କରୁଛନ୍ତି । ତେବେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇ ରାଣୀ କହିଥିଲେ ଯେ, ‘ହିମତୱାଲା’ ଫିଲ୍ମ ସମୟରେ ସେ ସାଜିଦଙ୍କ ଟିମ ସହ ଯୋଗାଯୋଗ କରିଥିଲେ । ଏହାପରେ ସାଜିଦ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ ଚାହୁଁଥିବା ତାଙ୍କ ଟିମ ପକ୍ଷରୁ କୁହାଯାଇଥିଲା । ରାନୀ ତାଙ୍କୁ କଲ୍ କରିବାରୁ ସେ ତାଙ୍କ ଘରେ ଯାଇ ଦେଖା କରିବାକୁ କହିଥିଲେ । ଏହା ପ‌ରେ ସେ ଜୁହୁସ୍ଥିତ ତାଙ୍କ ଘରକୁ ଯାଇଥିଲେ ।

ସେଠାକୁ ଯିବା ପରେ ଫିଲ୍ମରେ ଥିବା ଏକ ଆଇଟମ ଗୀତରେ ସୁଯୋଗ ଦେବାକୁ କହି ଗୀତରେ ଛୋଟ ଲେହେଙ୍ଗା ପିନ୍ଧିବାକୁ ହେବ ବୋଲି କହିଥିଲେ । ଆଉ ହଁ କରିବା ପରେ ସେ ତାଙ୍କୁ ଗୋଡ ଦେଖାଇବାକୁ କହିଥିଲେ । ଏଭଳି ହେଉଥିବ ବୋଲି ଭାବି ସେ ପିନ୍ଧିଥିବା ସ୍କଟ ଟେକି ଆଣ୍ଠୁ ପର୍ଯ୍ୟନ୍ତ ଦେଖାଇଥିଲେ । ଏହା ପରେ ସେ ତାଙ୍କୁ ମତାଙ୍କର ବକ୍ଷୋଜର ଆକାର ପଚାରିବା ସହ ପ୍ରେମିକ ଅଛନ୍ତି କି ନାହିଁ ପଚାରିଥିଲେ । ଆହୁରି ମଧ୍ୟ କେତେ ଥର ଶାରୀରିକ ସମ୍ପର୍କ ରଖିଛ ବୋଲି ପଚାରିଥିଲେ । ପରେ ଅଶାଳୀନ ଭାବେ ଛୁଇଁବାକୁ ଚେଷ୍ଟା କରିବାରୁ ସେ ରାଗରେ ସେଠାରୁ ଚାଲି ଆସିଥିଲେ ।

Leave A Reply

Your email address will not be published.