ବାପା କହୁଥିଲେ ଝିଅ କଲେଜ ଯାଆନି, ଝିଅ କଲେଜ ଯାଇ ସେହି ଭୁଲ କରିଦେଲା, ପ୍ରେମରେ ଜୀବନ ଗଲା

0

Get real time updates directly on you device, subscribe now.

ଜଣେ ପ୍ରେମିକା ନିଜ ପ୍ରେମିକର ବ୍ଲାକମେଲିଙ୍ଗ ସହି ନପାରି ଶେଷରେ ଜୀବନ ହାରିଦେଇଛି । ବାପା ବାରମ୍ବାର ମନା କରିଥିଲେ ଯେ ଝିଅ, ଏ ଦୁନିଆଟା ବହୁତ୍ ଖରାପ । ତୁ କଲେଜରେ ଜଏନ କରନି । କିନ୍ତୁ ଝିଅଟି ଶୁଣିନଥିଲା ଏବଂ ବାପାକୁ ଝିଅ ବାରମ୍ବାର କହିଥିଲା ବାପା ମୁଁ କଲେଜ୍ ଯିବି ଆଉ ଭବିଷ୍ୟତ ଗଢ଼ିବି । ଆଉ ବାପା ମଧ୍ୟ ରାଜି ହୋଇଯାଇଥିଲେ । କିନ୍ତୁ କଲେଜ ଯିବା ପରେ ଗୋଟିଏ ପୁଅକୁ ସେ ଭଲପାଇ ବସିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପ୍ରେମ କରିବାର କିଛି ସମୟ ପରେ ଶାରୀରିକ ସମ୍ପର୍କ ସବୁକିଛି ନଷ୍ଟ କରିଦେଲା ।

ସେ ମୁହୂର୍ତ୍ତର ଫଟୋ ଭିଡିଓ ରଖି ପ୍ରେମିକ ସବୁବେଳେ ଡରାଉଥିଲା । ଆଉ ସେହି ଡରରେ ପ୍ରେମିକା ଜଣକ ଜୀବନ ହାରି ଦେଇଛନ୍ତି । ଆଜ୍ଞା ହଁ, ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଅଞ୍ଚଳର ଅଟେ । ଝିଅଟି କଲେଜରେ ପାଠ ପଢୁଥିଲେ, କିନ୍ତୁ ତାଙ୍କ ବୟସ 18 ବର୍ଷରୁ କମ ହେବ । ପ୍ରେମିକର ବ୍ଲାକମେଲିଙ୍ଗ ସହିନପାରି ଶେଷରେ ବିଷ ପିଇ ଜୀବନ ହାରିଛନ୍ତି ।

ନିରାକାର ପୁର ଥାନା ଅଧୀନସ୍ଥ ପଦ୍ମପୁର ଗ୍ରାମର ଜଣେ ହିନ୍ଦୁ ଧର୍ମର କଲେଜ ପଢୁଆ ଝିଅ ସହିତ ସେହି ଅଞ୍ଚଳର ଜଣେ ମୁସଲମାନ ଯୁବକ ପ୍ରେମ କରୁଥିଲେ । ତେବେ କିଛି ଦିନ ପରେ ଏହି ପ୍ରେମ ସଂପର୍କ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା । ଆଉ ଏହାକୁ ଉଭୟ ପରିବାର ବିରୋଧ କରିବାପରେ ସମ୍ପର୍କରେ ବିଚ୍ଛେଦ ହୋଇଥିଲା । ଆଉ ଏହାର କିଛିଦିନ ପରେ ସେହି ପ୍ରେମିକ ଜଣକ ପ୍ରେମିକାର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିବାକୁ ଧମକ ଦେଇଥିଲା ।

ଆଉ ପ୍ରେମିକା ବୟସରେ ଛୋଟ ହୋଇଥିବାରୁ କଣ କରିବ ଜାଣିପାରୁ ନଥିଲା । ଆଉ ସବୁବେଳେ ଘରେ ଝଟପଟ ହୋଇ କାନ୍ଦୁଥିଲା । ଆଉ ଶେଷରେ ନିଷ୍ପତ୍ତି ନେଲା ଏବଂ ସବୁଦିନ ପାଇଁ ଜୀବନ ହାରିଦେଲା । ତେବେ କୁହାଯାଉଛି ଯେ ଜୀବନ ହରାଇବାର କିଛି ସମୟ ପୂର୍ବରୁ ପ୍ରେମିକା ତଥା ପୀଡ଼ିତା ସେହି ପ୍ରେମିକ ଓ ତାର ପରିବାର ଲୋକେ କିପରି ହଇରାଣ କରିଛନ୍ତି ସେ ବିଷୟରେ କିଛି ଚିଠିରେ ଲେଖିଥିଲେ । କିନ୍ତୁ ତାହା ଥାନାରେ ପହଞ୍ଚିବା ପୂର୍ବରୁ ପୀଡ଼ିତା ନିଜ ଜୀବନ ଶେଷ କରିଦେଇଛନ୍ତି ।

ଆଉ ସେପଟେ ମୃତ ପ୍ରେମିକା ତଥା ପୀଡ଼ିତାଙ୍କ ମାଙ୍କର ଅଭିଯୋଗକୁ ଭିତ୍ତି କରି ନିରାକାରପୁର ପୋଲିସ ପକ୍ଷରୁ ମାମଲା ରୁଜ୍ଜୁ ହୋଇଛି ଏବଂ ଏକାଧିକ ଲୋକଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଫେରାର ଅଛି ବୋଲି କୁହାଯାଉଛି ।

Leave A Reply

Your email address will not be published.