ସ୍ତ୍ରୀ ଅନ୍ୟ ପୁରୁଷ ସହିତ ବେଡ଼ରୁମକୁ ଚାଲି ଯାଉଥିଲା ଏବଂ ସ୍ୱାମୀ ମଧ୍ୟ ରାଜି ହୋଇଯାଉଥିଲା | ଆଉ ଅନ୍ୟ ପୁରୁଷର ବାହୁରେ ସୁନ୍ଦରୀ ସ୍ତ୍ରୀକୁ ଦେଖି ଆଖି ଛଳଛଳ ହୋଇଯାଉଥିଲା, କିନ୍ତୁ ସ୍ୱାମୀ ପାଟି ବନ୍ଦ କରି ସବୁ ସହି ଯାଉଥିଲା | ଯେତେବେଳେ ସ୍ତ୍ରୀ ବେଡ଼ରୁମରେ ଶୋଇ ବଡ଼ ବଡିଆଙ୍କ ସହ ଫୋନରେ ଗପୁଥିଲା, ସେତେବେଳେ ମଧ୍ୟ ଛାତିରେ ହାତ ରଖି ସହି ଯାଉଥିଲା ସ୍ୱାମୀ ଜଗବନ୍ଧୁ | କାରଣ ଜଗବନ୍ଧୁ ଗୋଟିଏ ଗରିବ ପରିବାରରୁ ଆସିଛି | ଜୀବନରେ ଅଭାବ ଅନଟନକୁ ବହୁତ ପାଖରୁ ଦେଖିଛି ଏବଂ ସ୍ତ୍ରୀ ସବୁବେଳେ ଏହାର ଭରପୁର ଫାଇଦା ଉଠାଇ ସ୍ୱାମୀ ଜଗବନ୍ଧୁର ମାନସିକ ସ୍ତରକୁ ପରିବର୍ତ୍ତନ କରି ଦେଇଥିଲା | ଟଙ୍କାର ଲୋଭ ଦେଖାଇ ଜଗବନ୍ଧୁର ମୁହଁ ବନ୍ଦ କରିଦେଉଥିଲେ | ଆଉ ସେଥିରେ ଜଗବନ୍ଧୁ କୁଆଡେ କିଛି ଦିନ ପର୍ଯ୍ୟନ୍ତ ସେଥିରେ ସହମତି ଜଣାଉନଥିଲେ, କିନ୍ତୁ ପରେ ପରେ ସେ ମଧ୍ୟ ରାଜି ହୋଇଯାଇଥିଲେ | ଟଙ୍କାର ଲୋଭରେ ପଡି ଜଗବନ୍ଧୁ ମଧ୍ୟ ଏପରି ଅମଣିଷ ପାଲଟି ଯାଇଥିଲେ ଏବଂ ନିଜ ଆଖି ଆଗରେ ସ୍ତ୍ରୀ ପରପୁରୁଷ ସହିତ ଶାରୀରିକ ସମ୍ପର୍କ ରଖୁଥିଲା |
ଆଜ୍ଞା ହଁ, ଆପଣଙ୍କୁ କହିରଖୁଛୁ ଯେ ଅର୍ଚ୍ଚନାଙ୍କ ବିଳାସପୂର୍ଣ୍ଣ ଜୀବନକୁ ଦେଖି ଆପଣ ଠିକ ଅନୁମାନ କରିପାରୁଥିବେ | କିପରି ବହୁତ କମ ସମୟ ମଧ୍ୟରେ କେତେ ଟଙ୍କା କମାଇ ପାରୁଥିଲେ | ରାଜଧାନୀରେ ଯେତେ ବଡ ବଡ଼ିଆ ରହୁଥିଲେ, ଅର୍ଚ୍ଚନା କାହାକୁ ବି ଛାଡୁନଥିଲେ | ଅର୍ଚ୍ଚନା ସମସ୍ତଙ୍କ ଯୋଗାଯୋଗରେ ଆସି ସେମାନଙ୍କ ଡାଟା ଆଣି ସେମାନଙ୍କୁ ସିଧା ନିଜ ବେଡ଼ରୁମକୁ ଟାଣି ଆଣୁଥିଲେ |
ତେବେ ଜଗବନ୍ଧୁ କୁଆଡେ ପ୍ରଥମେ ପ୍ରଥମେ ବିରକ୍ତି ପ୍ରକାଶ କରୁଥିଲେ, କିନ୍ତୁ ପରେ ପରେ ଏହି କୋଟି କୋଟି ଟଙ୍କାର ଲୋଭ ଦେଖି ଜଗବନ୍ଧୁ ମଧ୍ୟ ରାଜି ହୋଇଯାଇଥିଲେ | ଆଉ ଜଗବନ୍ଧୁର ଆଖି ଆଗରେ ସ୍ତ୍ରୀ ସବୁକିଛି ଘଟାଉଥିଲା | ଆଉ ପରେ ପରେ ଜଗବନ୍ଧୁ ନିଜର ସେକେଣ୍ଡ ହ୍ୟାଣ୍ଡ ଶୋ ରୁମ ଛାଡି ଅର୍ଚ୍ଚନାଙ୍କ କଥାରେ ପଡି ଏଭଳି କାମରେ ମାତିଥିଲେ | ସେ ରାତି ହେଉ କି ଦିନ ହେଉ, ସ୍ତ୍ରୀ ଅର୍ଚ୍ଚନା ମୋବାଇଲ କାଢି ଫେସବୁକ, ଇନ୍ସଟାଗ୍ରାମରେ ବଡ଼ ବଡ଼ିଆଙ୍କ ଯୋଗାଯୋଗରେ ଆସୁଥିଲେ | ଆଉ ସେତେବେଳେ ଜଗବନ୍ଧୁ ମଧ୍ୟ ଜାଣୁଥିଲେ ଏବଂ ସେ ଆଉ ଅର୍ଚ୍ଚନା ଦୁହେଁ ମିଶି ଏସବୁ କରୁଥିଲେ | ଲୋକମାନଙ୍କୁ ଭାବପ୍ରବଣ କରି ଅର୍ଚ୍ଚନା ଫସାଇ ଦେଉଥିଲେ | ଆଉ ସିଧା ବେଡ଼ରୁମ ପର୍ଯ୍ୟନ୍ତ ଡାକି ନେଉଥିଲେ | ସେମାନଙ୍କ ସହ ସିଧା ଶାରୀରିକ ସମ୍ପର୍କ ରଖୁଥିଲେ | କିନ୍ତୁ କଥା ଏଠି ଅଟକି ଯାଇନଥିଲା |
ଯେହେତୁ ସ୍ୱାମୀ ଜଗବନ୍ଧୁ ଅର୍ଚ୍ଚନାଙ୍କ ସହ ସମ୍ପୂର୍ଣ ମିଶି ଯାଇଛନ୍ତି, ତେଣୁ ଅର୍ଚ୍ଚନା ଓ ଜଗବନ୍ଧୁ ମିଶି ଦୁହେଁ ବେଡ଼ରୁମରେ ଅନେକ ସିସିଟିଭି କ୍ୟାମେରା ଖଞ୍ଜିଥିଲେ | ଆଉ ଯେତେବେଳେ ରୁମରେ ଗେଷ୍ଟଙ୍କ ସହ ଅର୍ଚ୍ଚନା ସମ୍ପର୍କ ରଖୁଥିଲେ, ସେତେବେଳେ ସିସିଟିଭି କ୍ୟାମେରାରେ ସବୁ ଦୃଶ୍ୟ କଏଦ ହୋଇଯାଉଥିଲା | ତାପରେ ସେହି ଭିଡିଓକୁ ଭାଇରଲ କରିଦେବେ କହି ଟଙ୍କା ମାଗୁଥିଲେ ଏବଂ ବଡ଼ ବଡ଼ିଆଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ କରୁଥିଲେ | ଆଉ ସେହି ପଇସାରେ ରାଜମହଲ ପରି ଉଆସ ତିଆରି କରିଛନ୍ତି ଏବଂ ତା ସାଙ୍ଗକୁ କମ୍ପାନୀ ଓ ବଡ଼ ବଡ଼ ଗାଡି ମଧ୍ୟ କରିଛନ୍ତି |
ତେବେ କୁହାଯାଉଛି ଯେ ଅର୍ଚ୍ଚନା ଯେତେବେଳେ ପରପୁରୁଷଙ୍କ ସହ ସମ୍ପର୍କ ରଖୁଥିଲେ, ମନରେ କୁଆଡେ ବହୁତ ରାଗ ଲାଗୁଥିଲା | ମନେ ମନେ କୁଆଡେ ନିଷ୍ପତ୍ତି ନେଉଥିଲେ ଯେ ତାଙ୍କର ମଧ୍ୟ ସମୟ ଆସିବ, ଯେତେବେଳେ ଏହି ଧୋକେବାଜ ସ୍ତ୍ରୀକୁ ମଧ୍ୟ ସେ ଧୋକା ଦେବେ | ଆଉ ଯେତେବେଳେ ସ୍ତ୍ରୀ ଅର୍ଚ୍ଚନାକୁ ପୋଲିସ ଗିରଫ କଲା, ସେହି ସମୟରେ ସ୍ୱାମୀ ଜଗବନ୍ଧୁ ଚମ୍ପଟ ମାରିଥିଲେ | ଆଉ ଠିକ ସମୟରେ ସ୍ତ୍ରୀ ଅର୍ଚ୍ଚନାକୁ ଜଗବନ୍ଧୁ ଧୋକା ଦେଇଥିଲା | ତେବେ ଜଗବନ୍ଧୁ ଏବେ କୋଉଠି ତାର କୌଣସି ସୂଚନା ନାହିଁ | ପୋଲିସ ଜଗବନ୍ଧୁଙ୍କ ନୋଟିସ କରିଥିଲେ ମଧ୍ୟ ଜଗବନ୍ଧୁଙ୍କର ବର୍ତ୍ତମାନ ସୁଦ୍ଧା ଦେଖା ନାହିଁ |