“ସମସ୍ତେ ମନା କରୁଥିଲେ, ତଥାପି ମୁଁ ତାକୁ ପ୍ରେମ କରୁଥିଲି ବୋଲି ତାକୁ ବାହା ହେଲି | ଆମ ସମ୍ପର୍କକୁ ଛଅ ବର୍ଷ ହୋଇଗଲାଣି, ତଥାପି ମୁଁ ତାକୁ ଯେତେ ବୁଝାଇଲେ ମଧ୍ୟ ସିଏ ବୁଝୁନାହିଁ | ମୁଁ ଯେତେବେଳେ ଘରେ ରହୁନି ଏବଂ କାମ କରିବାକୁ ବାହାରକୁ ଚାଲିଯାଉଛି, ସେହି ସମୟରେ ସରପଞ୍ଚ ଆସି ଘରେ ପଶୁଛି | ଆଉ ସରପଞ୍ଚ ସହିତ ସେ ଶାରୀରିକ ସମ୍ପର୍କ ରଖୁଛି | ଆଉ ମୋ ଦେହରେ ଯାଉନି ମା |” ସ୍ୱାମୀ ସବୁବେଳେ କାନ୍ଦି କାନ୍ଦି ଯାଇ ପାଖ ପଡୋଶୀ ଘରେ ମା’ମାନଙ୍କୁ ଏପରି କହୁଥିଲେ | ସ୍ୱାମୀ କହୁଥିଲେ ଯେ ମୋ ସ୍ତ୍ରୀ କେମିତି ମୋ ଦୁଃଖ ବୁଝୁନି | ଆମ ସମ୍ପର୍କକୁ ଛଅ ବର୍ଷ ବିତି ଯାଇଥିଲେ ମଧ୍ୟ ଆମ ସମ୍ପର୍କକୁ ମୋ ସ୍ତ୍ରୀ ଭାଙ୍ଗି ଦେଉଛି |
ଆଜ୍ଞା ହଁ, ଏଭଳି ସବୁବେଳେ ସ୍ୱାମୀ କଷ୍ଟରେ ଛଟପଟ ହେଉଥିଲେ | ସବୁବେଳେ ସେ ପାଖ ପଡୋଶୀମାନଙ୍କୁ ନିଜର ଦୁଃଖ ଜଣାଉଥିଲେ | ଯେତେବେଳେ ସ୍ୱାମୀ ଘରେ ରହୁନଥିଲେ, ସେତେବେଳେ ଘରେ ପରପୁରୁଷ ପଶୁଥିଲେ | ଆଉ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ | ଆଉ ସେଇ ସମୟରେ ଯେତେବେଳେ ସ୍ୱାମୀ ପହଞ୍ଚି ଦେଖିଦେଲେ, ସେତେବେଳେ ସେ ସେହି ପରପୁରୁଷ ସହ ମିଶି ସ୍ୱାମୀକୁ ଜୀବନରୁ ମାରିଦେଲେ |
ଏହି ଘଟଣାରେ ସ୍ୱାମୀ ଜୀବନ ହରିଦେବା ପରେ ଏହି ଘଟଣାକୁ ନେଇ ଏବେ ସମସ୍ତେ ପ୍ରତିବାଦ କରୁଛନ୍ତି | ସମସ୍ତଙ୍କ ମନରେ ଯେମିତି ରାଗ ଭରି ହୋଇରହିଛି | ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି | ସରପଞ୍ଚଙ୍କ କୁଷପୁତୁଳିକା ଦାହ କରିବା ସହିତ ଲୋକମାନେ ନ୍ୟାୟ ପାଇଁ ଦାବି କରିଛନ୍ତି | କାରଣ ରାମକୃଷ୍ଣ ଜଣେ ସାଧାସିଧା ଲୋକ ଥିଲେ | ଆଉ ସେ ରିଙ୍କିଙ୍କୁ ଭଲପାଇ ବିବାହ କରିଥିଲେ |
ସବୁବେଳେ ସ୍ୱାମୀ ଯେତେବେଳେ ବାହାରକୁ କାମ କରି ଯାଉଥିଲେ, ସେତେବେଳେ ସ୍ତ୍ରୀ ଘରକୁ ଅନ୍ୟ ପୁରୁଷଙ୍କୁ ଘରକୁ ଡାକି ଶାରୀରିକ ସମ୍ପର୍କ ରଖୁଥିଲା | ଆଉ ଯେତେବେଳେ ସ୍ୱାମୀ ଏସବୁ ଦେଖିଦେଲେ, ସେତେବେଳେ ସ୍ତ୍ରୀ ଜଣକ ନିଜ ସ୍ୱାମୀକୁ ଜୀବନରୁ ମାରିଦେଲେ | ଯାହାକୁ ନେଇ ସାରା ଅଂଚଳର ଲୋକେ ଏହା ହିଁ ଅଭିଯୋଗ କରୁଛନ୍ତି | ତେବେ ଦୁଇଟି ପିଲା ଯେତେବେଳେ ସ୍କୁଲକୁ ଚାଲି ଯାଉଥିଲେ ଏବଂ ସ୍ୱାମୀ ଯେତେବେଳେ ବାହାର ରାଜ୍ୟକୁ କାମ କରି ଚାଲି ଯାଉଥିଲେ, ସେହି ସମୟରେ ସ୍ତ୍ରୀ ଏହାର ସମ୍ପୂର୍ଣ ଫାଇଦା ଉଠାଉଥିଲା |
ବାପଘର ଯାଉଛି କହି କୁଆଡେ ପରପୁରୁଷ ସହ ସମୟ ବିତାଇବା ପାଇଁ ଚାଲି ଯାଉଥିଲା ଏବଂ କିଛି ସମୟ ପରେ ଘରକୁ ଫେରୁଥିଲା | ଯାହାକି ପରବର୍ତ୍ତୀ ସମୟରେ ସ୍ୱାମୀର କାନରେ ଏକଥା ପଡୁଥିଲା | କିନ୍ତୁ ସ୍ୱାମୀ ଅସହାୟ ହୋଇ କିଛି ବି କରିପାରୁନଥିଲେ ଏବଂ ବାରମ୍ବାର ବୁଝାଇ ଚାଲିଥିଲେ | କିନ୍ତୁ ସ୍ତ୍ରୀ ଶେଷରେ ବୁଝିନଥିଲା | ଏହାପରେ ସ୍ତ୍ରୀ ଯେତେବେଳେ ପରପୁରୁଷ ସହ ସମ୍ପର୍କ ରଖୁଥିବାର ହଠାତ ସ୍ୱାମୀ ଦେଖିଲା, ସେତେବେଳେ କୁଆଡେ ସ୍ତ୍ରୀ ନିଜ ସ୍ୱାମୀ ରାମକୃଷ୍ଣଙ୍କୁ ପିଟି ପିଟି ମାରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି ଏବଂ ଏହାକୁ ନେଇ ନ୍ୟାୟ ପାଇଁ ଦାବି କରାଯାଇଛି |