୨୦ ଟଙ୍କା ପେଟ୍ରୋଲ ଲିଟର,୧୦୦ ଟଙ୍କା ଗ୍ୟାସ ସିଲିଣ୍ଡର,ଡେଲି ମଦ…. ନିର୍ବାଚନରେ ଆଶାୟୀ ସରପଞ୍ଚ ପ୍ରାର୍ଥୀ ଦେଲେ ଅଜବ ପ୍ରତିଶୃତି

0

Get real time updates directly on you device, subscribe now.

ନିର୍ବାଚନ ମାହୋଲ ଅଲଗା ହୋଇଥାଏ ତାହା ଗାଁ ବା ସହର ହେଉ|ଆଜିକାଲି ଛୋଟବଡ ନିର୍ବାଚନରେ ବହୁସାରା ଆଶାୟୀ ଠିଆ ହେଉଛନ୍ତି|ଏଣୁ ଜନତା ଦ୍ୱିଧାରେ ପଡନ୍ତି କାହାକୁ ଭୋଟ ଦେବେ|କମ୍ପିଟେସନ ବେଶି ଯୋଗୁଁ ଆଶାୟୀ ଆକର୍ଷିତ କରିବାକୁ ବିଭିନ୍ନ ପ୍ରତିଶ୍ରୁତି ଦେଇଥାନ୍ତି|ଏଥିରେ କିଛି ପ୍ରତିଶ୍ରୁତି ମିଛ ଅଟେ|କିଛି ଲୋକ ଏଭଳି ହାୱ ବାଜି କରନ୍ତି ବିଶ୍ୱାସ ଅସମ୍ଭବ|

ଏଵେ ସୋସିଆଲ ମିଡିଆରେ ନିର୍ବାଚନ ପ୍ରତିଶ୍ରୁତି ପାଇଁ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖନ୍ତୁ|ସେ ଗାଁ ସରପଞ୍ଚ ଜିତିବା ପାଇଁ ବଡ ପ୍ରତିଶ୍ରୁତି ଦେଇଥିଲେ|ସେ ଗାଁରେ ଉଡାହାଜାଜ ପଡିଆ ବନାଇବା ଠାରୁ ନେଇ ପେଟ୍ରୋଲ ଦାମ୍ ୨୦ ଟଙ୍କା ଲିଟର ପ୍ରତି କରିବା ଭଳି ପ୍ରତିଶ୍ରୁତି ଦେଇଛନ୍ତି|ଏହାର ପୋଷ୍ଟର ମଧ୍ୟ ବନାଇଛନ୍ତି|ଏହାକୁ ଆଇପିଏସ୍ ଅରୁଣ ବୋଥ୍ରା ଟୁଇଟରରେ ସେୟାର କରିଛନ୍ତି|

ସରପଞ୍ଚ ନିର୍ବାଚନ ଜିତିବା ପାଇଁ ସେ ଅଜବ ୧୩ ପ୍ରତିଶ୍ରୁତି ଦେଇଛନ୍ତି|ତାଙ୍କ ନାମ ଭାଇ ଜୟକରଣ ଲଠବାଲ , ଗାଁ ସିରଗଢ ବତାଯାଉଛି|ତାଙ୍କ ସମସ୍ତ ପ୍ରତିଶ୍ରୁତି ଯେପରି ଅସମ୍ଭବ ଲାଗୁଛି|ଏହାକୁ ଦେଖି ଆପଣ ମଧ୍ୟ ହସିହସି ଗଡି ଯିବେ|ସେ କହିଛନ୍ତି ନିର୍ବାଚନ ଜିତିଲେ ଗାଁରେ ଉଡାଜାହାଜ ପଡିଆ ଓ ମହିଳାଙ୍କୁ ମାଗଣା ମେକ୍ ଅପ କିଟ୍ ଓ ପେଟ୍ରାଲ ଦର ୨୦ ଟଙ୍କା ପ୍ରତି ଲିଟର ଦେବେ ବୋଲି କହିଛନ୍ତି|

ଏହି ପ୍ରତିଶ୍ରୁତିରେ ପ୍ରତି ପରିବାରକୁ ମାଗଣାରେ ବାଇକ ଦେବା ,ନିଶାଡିକୁ ଦୈନିକ ମଦ ବୋତଲ ଦେବା,ସିରଗାଢରୁ ଗୋହନା ପର୍ଯ୍ୟନ୍ତ ୫ ମିନିଟରେ ହେଲିକପ୍ଟର ଉପଲବ୍ଧ କରାଇବା,ଜିସଟି ସମ୍ପୁର୍ଣ୍ଣ ଉଠେଇଦେବା,୧୦୦ ଟଙ୍କା ରେଗ୍ୟାସ ସିଲିଣ୍ଡର ଦେବା,ସିରଗଢରୁ ଦିଲ୍ଲୀ ମେଟ୍ରୋ ଲାଇନ୍ ବନାଇବା,ଫ୍ରି ୱାଇଫାଇ,ଓ ଯୁଵକକୁ ସରକାରୀ ଚାକିରୀ ଦେବା ଅନ୍ତର୍ଗତ|

ଏହି ଅଜବଗଜବ ପ୍ରତିଶ୍ରୁତି ଦେଖି ଲୋକମାନେ ହସିହସି ଗଡି ଯାଉଛନ୍ତି|ସମସ୍ତେ କମେଣ୍ଟ କରି ମଜା ନେଉଛନ୍ତି|ଜଣେ ବ୍ୟକ୍ତି କହିଛନ୍ତି ମୋତେ ସେହି ଗାଁକୁ ସିଫ୍ଟ ହେବାକୁ ପଡିବ|ଆଉଜଣେ କହିଛନ୍ତି ଏତେ ଫେକନ୍ତୁ ନାହିଁ|

Leave A Reply

Your email address will not be published.