କେବଳ ଶାରୀରିକ ସମ୍ପର୍କ ନୁହଁ ବରଂ ଟଙ୍କା ସହିତ ଖେଳିକି ମଧ୍ୟ ଟଙ୍କାକୁ ଡବଲ କରି ଦେଉଥିଲେ ଅର୍ଚ୍ଚନା

0

Get real time updates directly on you device, subscribe now.

ଅର୍ଚ୍ଚନା ବିଷୟରେ ଆଉ ଗୋଟିଏ କଥା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ|ଅର୍ଚ୍ଚନା ଓ ଜଗବନ୍ଧୁ ମିଶି ଏତେ ଟଙ୍କା କମାଇବା ପଛରେ ବହୁ କାରଣ ରହିଛି|କେବଳ ବଡ ବଡିଆଙ୍କ ସହ ଶାରିରୀକ ସମ୍ପର୍କ ରଖିବା ଗୋଟିଏ କାରଣ ନଥିଲା , ଅର୍ଚ୍ଚନା ସ୍ୱାମୀ ଜଗବନ୍ଧୁଙ୍କ ସହ ମିଶି କିଭଳି ଅଧିକରୁ ଅଧିକ ଟଙ୍କା ଭୁବନେଶ୍ୱର ରେ କମେଇ ପାରିବେ ବନାଇଥିଲେ ଅନେକ ଯୋଜନା|କୁଆଡେ ସୁଧରେ ଲୋକଙ୍କୁ ଟଙ୍କା ଦେଉଥିଲେ ଫଳରେ ପାଖରେ ଥିବା ଟଙ୍କାକୁ ଦ୍ୱିଗୁଣିତ କରୁଥିଲେ,ଏମିତିକି ଅଧିକ ସୁଧ ନେବା ସହ ଟଙ୍କାକୁ ବଢାଇ ଚାଲିଥିଲେ|ଏମିତି ଲୋକଙ୍କୁ ଟଙ୍କା ଦେବା ବେଆଇନ୍ ତଥାପି ତାଙ୍କର କିଏ କ’ଣ କରି ପାରିବ ?ଯିଏ ତାଙ୍କର ପାଞ୍ଚଟି ଫଟୋ ଦେଖିବ ମୁହଁ ବନ୍ଦ ହୋଇଯାଇଥିଲା|କେତେ ନେତାମନ୍ତ୍ରୀଙ୍କ ସହ ଫଟୋ ଦେଖିଲେ କାହାର ବା ସାହସ ହେବ କ’ଣ କହିବାକୁ ନା କିଏ ଅଭିଯୋଗ କରିପାରିବେ ?

ପୁଣି ଆଉ ଗୋଟିଏ କଥା, ଟଙ୍କା ତ ଲୋକଙ୍କୁ ମାର୍କେଟରେ ସୁଧରେ ଦେଉଥିଲେ,ଆଉ ଟଙ୍କା ଆଦାୟ କରିଵାଳ ତରିକା ମଧ୍ୟ ଭିନ୍ନ ଥିଲା|ଏମିତି ଧମକ ଦେଉଥିଲେ ଯେମିତି ପାଦତଳୁ ମାଟି ଖସି ଯାଉଥିଲା|ଯାହାବି ପରିସ୍ଥିତି ହେଉ ନେଇଥିବା ଟଙ୍କା ସମୟରେ ଫେରାଇ ଦେଉଥିଲେ|

ଏଥିରେ ଆଉ ଗୋଟିଏ ବି ଉପାୟ ରହିଛି|ଯାହା ତ ବଡବଡିଆଙ୍କୁ ଘରକୁ ଡକାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖି ଯାହା ତ ବ୍ଲାକମେଲିଙ୍ଗ କରି ଟଙ୍କା ରୋଜଗାର କରୁଥିଲେ କିନ୍ତୁ ଏହା ପରେ ବି ସେ ଏମିତି କିଛି ଲୋକଙ୍କୁ ଫସାଉଥିଲେ ଯେଉଁମାନେ ପରବର୍ତ୍ତୀ ସମୟରେ ମୁହଁ ଖୋଲିବାକୁ ଡରୁଥିଲେ|ଯେଉଁମାନେ ମାର୍କେଟରେ ସୁଧ ଟଙ୍କା ବେଆଇନ ଭାବେ କାରବାର କରୁଥିଲେ ସେମାନଙ୍କୁ ଫସେଇ ଟଙ୍କା ଆଣୁଥିଲେ|ସେମାନଙ୍କୁ ପରେ ଟଙ୍କା ଫେରାଉ ନଥିଲେ|ଟଙ୍କା ମାଗିଲେ ବଡ ବଡିଆଙ୍କ ସହ କେମିତି ସମ୍ପର୍କ ଦେଖାଉଥିଲେ|ଫଟୋକୁ ଦେଖି ସଭିଙ୍କ ଝାଳ ବାହାରି ଯାଉଥିଲା|ଆପଣ ଦେଖି ପାରୁଥିବେ କିଭଳି ଭୋଗ କରୁଥିଲେ ରାଜ ଉଆସ ଓ କିଭଳି ବିଳାସମୟ ଜୀବନ ଉପଭୋଗ କରୁଥିଲେ|

Leave A Reply

Your email address will not be published.