ସରକାରଙ୍କ ନୂଆଁ ନିୟମ : ନିଶାରେ ମାତି ଯାଇଥିବା ଲୋକକୁ ଘରେ ନେଇ ସୁରକ୍ଷିତ ଭାବରେ ଛାଡ଼ିବେ ବାର ମାଲିକ….

0

Get real time updates directly on you device, subscribe now.

ମଣିଷ ଏକ ସ୍ଵତନ୍ତ୍ର ଓ ଶ୍ରେଷ୍ଠ ପ୍ରାଣୀ।ତା’ର ଭାବିବା,ଚିନ୍ତା କରିବା ଶକ୍ତି ରହିଛି,ଯାହା ଦ୍ଵାରା ସେ ଜାଣି ପାରେ ଯେ କେଉଁ କାମ ଟି ଠିକ୍ ଓ କେଉଁ କାମ ଟି ଭୁଲ୍।କିନ୍ତୁ ଆଜି ର ସମୟ ରେ ଏମିତି ବହୁତ ମଣିଷ ଅଛନ୍ତି ଯେଉଁ ମାନେ ଗୋଟିଏ କାମ ନ ଭାବି ନ ଚିନ୍ତି ଅତ୍ୟଧିକ ମାତ୍ରା ରେ କରନ୍ତି,ଯାହା ଦ୍ଵାରା ନିଜର ଓ ଅନ୍ୟ ଲୋକ ମାନଙ୍କର ମଧ୍ୟ ଅସୁବିଧା ହୁଏ। ମଦ ଏକ ଏପରି ଜିନିଷ ଯାହାର ଅତ୍ୟଧିକ ସେବନ ଭୟଙ୍କର ଅଟେ। ଏ କଥା ମଣିଷ ଜାଣିଛି ,କିନ୍ତୁ ତଥାପି କିଛି ମଣିଷ ଅତ୍ୟଧିକ ସେବନ କରେ ଓ ମଦ ନିଶା ରେ ଚୂର୍ ହୋଇ ରାସ୍ତା ରେ ଗଡ଼େ ଓ ଲୋକ ମାନଙ୍କ ସହ ଦୁର୍ବ୍ୟବହାର କରେ।

ଏପରିକି ନିଶାରେ କାର ଚଳାଉଥିବା ଲୋକେ ସଡକ ଦୁର୍ଘଟଣାର ଶିକାର ହୁଅନ୍ତି। ମାତ୍ର ଏବେ ମଦ୍ୟପଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘର ପର୍ଯ୍ୟନ୍ତ ଛାଡିବ ବାର୍ ମାଲିକ। ବାର୍ ମାଲିକ ଏହା ସୁନିଶ୍ଚିତ କରିବ ଯେ, ନିଶାରେ ଚୂର୍ କୌଣସି ବ୍ୟକ୍ତି ଯେମିତି ରାସ୍ତାରେ ନ ଗଡେ ,ଦୁର୍ଘଟଣା ନ କରେ କି ଦୁର୍ଘଟଣାରେ ଶିକାର ନହୁଏ। ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି ଗୋଆ ପରିବହନ ମନ୍ତ୍ରୀ ମୌଭିନ ଗୋଡିନହୋ। ଏ ନେଇ ଗୋଆ ରାଜ୍ୟ ସରକାର ଶୀଘ୍ର ଏକ ନୂତନ ମାନଦଣ୍ଡ ଲାଗୁ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ଅନୁଯାୟୀ, ବଡ ବଡ ବାର୍ ଏବଂ ମଦ ପରସୁଥିବା ରେଷ୍ଟୁରାଣ୍ଟ ନିକଟରେ ଟ୍ୟାକ୍ସି ଉପଲବ୍ଧ ରହିବ। ଯଦ୍ଵାରା ନିଶାରେ ଚୂର୍ ବ୍ୟକ୍ତି ଯେମିତି ନିଜ ଗାଡି ଚଲାଇବେ ନାହିଁ ଏବଂ ଦୁର୍ଘଟଣାର ଶିକାର ହେବେ ନାହିଁ।ପରିବହନ ମନ୍ତ୍ରୀଙ୍କ କହିବା ଅନୁଯାୟୀ ତାଙ୍କର ଅଧିକାରୀ ଯେଉଁଠି ଅଧିକ ଭିଡ ରହୁଛି ସେହି ବାର୍ କିମ୍ବା ରେଷ୍ଟୁରାଣ୍ଟର ମାଲିକ ସହ କଥା ହେବେ। ଯଦି ଗ୍ରାହକ ନିଶାରେ ଥିବେ, ତେବେ ବାର ମାଲିକଙ୍କ ଦାୟିତ୍ଵ ସେ କ୍ୟାବ୍ ବୁକ୍ କରି ତାଙ୍କୁ ସୁରକ୍ଷିତ ଘରକୁ ପଠାଇବେ।

ସୋମବାର ୧୧ତମ ରାଜ୍ୟ ସଡକ ସୁରକ୍ଷା ସପ୍ତାହର ଉଦଘାଟନ ଅବସରରେ ମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ନିଶାରେ ଚୂର୍ ବ୍ୟକ୍ତିଙ୍କୁ ଟ୍ୟାକ୍ସି ଘରେ ନେଇ ଛାଡିବ। ତା’ର ପରବର୍ତ୍ତୀ ଦିନ ବ୍ୟକ୍ତି ବାର୍ କୁ ଆସି ତାଙ୍କ କାର ନେଇ ଯାଇ ପାରିବେ। କେବଳ ନିଶାରେ ନଥିବା ବ୍ୟକ୍ତିଙ୍କୁ କାର୍ ଚଳାଇବାକୁ ଅନୁମତି ଦିଆଯିବ। ମଦ୍ୟପାନ କରି ଗାଡିଚାଳାନ ହିଁ ଦୁର୍ଘଟଣାର ବଡ କାରଣ ବୋଲି ସେ କହିଛନ୍ତି। ଏଥିପାଇଁ ଗୋଆ ରାଜ୍ୟ ସରକାର ନୂତନ ନିୟମ ଲାଗୁ କରିବେ ବୋଲି ମନ୍ତ୍ରୀ କହିଛନ୍ତି।ଏହିପରି ନିୟମ ସବୁ ରାଜ୍ୟ ରେ ଲାଗୁ ହବା ଦରକାର,ଯାହା ଦ୍ଵାରା ସଡ଼କ ଦୁର୍ଘଟଣା ଅନେକ ମାତ୍ରା ରେ କମିଯିବ।

Leave A Reply

Your email address will not be published.