ବେଙ୍ଗଲରେ ଅର୍ପିତା,ଆଉ ଆମ ଓଡ଼ିଶାରେ ଅର୍ଚ୍ଚନା !

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଅର୍ଚ୍ଚନା ନାଗଙ୍କ ବିଷୟରେ ସବୁଠି ଚର୍ଚ୍ଚା ଚାଲିଛି । ସେହିପରି ପଶ୍ଚିମବଙ୍ଗରେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଏବଂ ଓଡ଼ିଶାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଏ ଦୁଇଜଣଙ୍କ ମଧ୍ୟରେ ସିଧାସଳଖ କିଛି ବି ସମ୍ପର୍କ ନ ଥାଇପାରେ, କିନ୍ତୁ ଅର୍ପିତା ମୁଖାର୍ଜୀଙ୍କୁ ନେଇ ପଶ୍ଚିମବଙ୍ଗରେ ଯେଉଁ ଭଳି ଚର୍ଚ୍ଚା ହେଉଥିଲା, ଠିକ୍ ସେହିଭଳି ଢଙ୍ଗରେ ଅର୍ଚ୍ଚନା ନାଗଙ୍କ ବିଷୟରେ ଓଡ଼ିଶାରେ ଚର୍ଚ୍ଚା ହେଉଛି । ଯଦିଓ ଦୁଇଟିଯାକ ଘଟଣା ପରସ୍ପର ଠାରୁ ଭିନ୍ନ ଅଟେ, ତଥାପି ଉଭୟ ଘଟଣାରେ ଏକାଧିକ ସମାନତା ମଧ୍ୟ ରହିଛି ବୋଲି କୁହାଯାଇପାରିବ ।

ଅର୍ପିତା ମୁଖାର୍ଜୀଙ୍କ ଘରେ ରେଡ ଘଟଣାରେ ଦୁର୍ନୀତି ଏବଂ ଟଙ୍କା କାରବାରର ସଂପୃକ୍ତି ଥିଲା । ଅର୍ଚ୍ଚନା ନାଗଙ୍କ ଘଟଣାରେ ଟଙ୍କା ପାଇଁ ବ୍ଲାକମେଲିଙ୍ଗ କରିବାର ଅଭିଯୋଗ ହୋଇଛି । ଅର୍ପିତା ମୁଖାର୍ଜୀ ଫିଲ୍ମ ଦୁନିଆଁ ସହ ସଂପୃକ୍ତ ଥିଲେ ଆଉ ଅର୍ଚ୍ଚନା ନାଗ ଫିଲ୍ମ ଦୁନିଆର ଲୋକଙ୍କୁ ବ୍ଲାକମେଲ କରିବାର ଅଭିଯୋଗ ରହିଛି । ଅର୍ପିତା ମୁଖାର୍ଜୀ ଟିଏମସିର ବଡ ବଡ ନେତା, ଏମିତିକି ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ।

ଅର୍ଚ୍ଚନା ନାଗ ବଡ ବଡ ନେତାଙ୍କ ସହ ଫଟୋ ଉଠାଇଥିବାରୁ ସେମାନଙ୍କୁ ଜାଣିଥିବା ନେଇ ଚର୍ଚ୍ଚା ହେଉଛି । ଟିଏମସି ନେତା ପାର୍ଥ ଚାଟାର୍ଜୀ ଏହି ରେଡ ଘଟଣା ଯୋଗୁଁ ଯେଉଁଭଳି ହରଡ଼ଘଣାରେ ପଡ଼ିଲେ, ଠିକ୍ ଅନୁରୂପ ଭାବରେ ଓଡ଼ିଶାରେ ବିଜେଡି ସମେତ ଏକାଧିକ ଦଳର ନେତାଙ୍କ ସମସ୍ୟା ବଢିଯାଇଛି ବୋଲି ଚର୍ଚ୍ଚା ହେଉଛି । ଏହାର ପ୍ରଭାବ ଓଡ଼ିଶା ରାଜନୀତିରେ ପଡୁଛି କି ନାଇ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.