ଅର୍ଚ୍ଚନା ମୋ ପାଇଁ ଥିଲା ଭଗବାନ – ପୁରୁଣା ସାଥୀ

0

Get real time updates directly on you device, subscribe now.

ଅର୍ଚ୍ଚନା କାହା ପାଇଁ ଜଣେ ବେଶ୍ୟା, କାହା ପାଇଁ କଲ୍ ଗାର୍ଲ୍ ତ ଆଉ କାହା ପାଇଁ ଦଲାଲ ଅଟନ୍ତି । କିନ୍ତୁ ଅର୍ଚ୍ଚନା ଯେ କାହା ପାଇଁ ଭଗବାନ ହୋଇପାରନ୍ତି, ଏହା ଆପଣଙ୍କୁ ଶୁଣିଲେ ଅଜବ ଲାଗିପାରେ । ନିଜର ନାମ ଏବଂ ନିଜର ପରିଚୟ ଲୁଚାଇ ଅନେକ ବର୍ଷ ତଳେ ତାଙ୍କ ସହିତ ବିଉଟି ପାର୍ଲରରେ କାମ କରୁଥିବା ଏମିତି ଜଣେ ଝିଅ କହିଛନ୍ତି । ଆଉ ନିଜ ପରିଚୟ ମଧ୍ୟ ଲୁଚାଇବାକୁ ଆମକୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ ଅର୍ଚ୍ଚନା ତାଙ୍କ ମାଆଙ୍କ ଦେହ ଖରାପ ଥିବା ସମୟରେ ତାଙ୍କୁ ଟଙ୍କା ସାହାଯ୍ୟ କରିଥିଲେ । ଆଉ ମଧ୍ୟ ସେ କହିଛନ୍ତି ଯେ ତାଙ୍କର ସାଥିରେ ଯୋଉ ଝିଅମାନେ କାମ କରୁଥିଲେ, ସେମାନଙ୍କୁ ମଧ୍ୟ ସେ ରୀତିମତ ଟଙ୍କା ଦଉଥିଲେ । ଅର୍ଚ୍ଚନା ନିଜେ ଏତେ ଟଙ୍କା କୋଉଠୁ ଆଣିଥିଲେ, ସେ ଜାଣନ୍ତି ନାହିଁ । କିନ୍ତୁ ଅନ୍ୟ ପଟେ ଅର୍ଚ୍ଚନା ସବୁ ଝିଅଙ୍କୁ ସାହାଯ୍ୟ କରୁଥିଲେ । ଯାହାର ଯାହା ଅସୁବିଧା ହେଉଥିଲା, ତା ସହ ସବୁବେଳେ ଠିଆ ହେଉଥିଲେ ।

ଅର୍ଚ୍ଚନାଙ୍କୁ ଆମେ ଏଠି ହିରୋ ସଜେଇବାକୁ ଚେଷ୍ଟା କରୁନାହୁଁ, କିନ୍ତୁ ଏତିକି ଆମେ ଆପଣଙ୍କୁ କହିବାକୁ ଚେଷ୍ଟା କରୁଛୁ ଯେ ଜଣେ ଲୋକ ସମସ୍ତଙ୍କ ପାଇଁ କେବେ ଖରାପ ହୋଇପାରେନା । ଅନେକ ରାଜନେତା, ମନ୍ତ୍ରୀ ଏବଂ ତା ସହିତ ଅନେକ ବିଲଡରଙ୍କଠାରୁ ଅର୍ଚ୍ଚନା ଟଙ୍କା ଝଡେଇଛନ୍ତି । ତା ସହିତ ଅନେକଙ୍କ ସହ ଶଯ୍ୟା ସଙ୍ଗୀନ ମଧ୍ୟ ପାଲଟିଛନ୍ତି । କିନ୍ତୁ ଅର୍ଚ୍ଚନାଙ୍କର ଗୋଟିଏ ଭଲ ସାଇଡ ମଧ୍ୟ ଅଛି । ଯାହା ଜଣେ ଯୁବତୀ ପ୍ରକାଶ କରିଛନ୍ତି ।

ତେବେ ଯୁବତୀ ଫଟୋ ଦେଇନାହାନ୍ତି, ଏଇ ଫଟୋଟି କେବଳ ପ୍ରତୀକାତ୍ମକ ଚିତ୍ର ଅଟେ । ତେବେ ମହିଳା ଜଣକ ଏହି ସୂଚନା ଆମକୁ ଦେଇଛନ୍ତି ଏବଂ ତା ସହିତ ମଧ୍ୟ କହିଛନ୍ତି ଯେ ଅର୍ଚ୍ଚନା ଯେଉଁ ସବୁ ମାମଲାରେ ଫସିଛନ୍ତି, ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ହେଲେ ଅର୍ଚ୍ଚନା ଜଣେ ଭଲ ଝିଅ ଅଟେ, ସେ ଅନେକଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି । ଅସମୟରେ କରିଥିବା ସାହାଯ୍ୟକୁ କେହି ବି ଭୁଲି ପାରନ୍ତି ନାହିଁ ଏବଂ ସେ ମଧ୍ୟ କେବେ ଭୂଲିନାହାନ୍ତି ।

ଏହାସହିତ ସେ କହିଛନ୍ତି ଯେ ସେ ବିଉଟି ପାର୍ଲରରେ ଥିବା ସମୟରେ ସେ ଭିନ୍ନ ଭିନ୍ନ ସମୟରେ ଅନେକ ଝିଅଙ୍କୁ ଭିନ୍ନ ଭିନ୍ନ ଜାଗାକୁ ମଧ୍ୟ ଯିବାକୁ କହୁଥିଲେ । ତେବେ ସେ ଏହା କାହିଁକି କହୁଥିଲେ ସେ କହିଲେ ନାହିଁ, କିନ୍ତୁ ଏତିକି କହିଲେ ଯେ ଅର୍ଚ୍ଚନା ତାଙ୍କୁ ଦୁର୍ଦ୍ଦିନ ସମୟରେ ସାହାଯ୍ୟ କରିଛନ୍ତି । ଶାରୀରିକ ସଂପର୍କ, ସେକ୍ସ୍ କ୍ରିୟା ବା ଯୌନ ବିଜନେସ, ଏହାକୁ ମାନ୍ୟବର କୋର୍ଟ ବର୍ତ୍ତମାନ ସୁଦ୍ଧା ଲିଗାଲ କରି ସାରିଛନ୍ତି ଏବଂ ସମସ୍ତଙ୍କୁ ପରିଚୟ ପତ୍ର ମଧ୍ୟ ଦିଆଯାଉଛି । ନିଜ ଇଚ୍ଛାରେ ଜଣେ ଦେହଜୀବୀ ନିଜ ଦେହ ବିକ୍ରି କରିପାରିବ । ଏଥିରେ କାହାର କିଛି ଅସୁବିଧା ନାହିଁ । ହେଲେ ଅର୍ଚ୍ଚନା ଏହି ଦେହ ବ୍ୟବସାୟକୁ ନେଇ ଲୋକମାନଙ୍କୁ ଯେଉଁଭଳି ଭାବେ ଡରାଉଛନ୍ତି, ଧମକ ଦେଉଛନ୍ତି ତାହା ନିଶ୍ଚିତ ଭାବରେ ନିନ୍ଦନୀୟ ଏବଂ ଅପରାଧ ଅଟେ ।

Leave A Reply

Your email address will not be published.