ଦେହ ଦେଖାଉଥିଲେ ଏବଂ ନରମ ଦେହରେ ହାତ ମାରି ଉପଭୋଗ ମଧ୍ୟ କରାଉଥିଲେ । ବଡ଼ବଡିଆଙ୍କ ରାତିକୁ ପୁରା ରଙ୍ଗୀନ କରାଇବା ସହ ଦେହର ସୁଖ ଦେଉଥିଲେ । ଆଉ ସକାଳ ହେଲେ ବ୍ଲାକମେଲ କରିବା ଆରମ୍ଭ କରିଦେଉଥିଲେ । କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏବେ ନେତା, ବଡବଡିଆ ବିଲଡର ଏବଂ ବିଜନେସ ମ୍ୟାନ ହରଡ଼ଘଣାରେ ପଡିଛନ୍ତି । କଳା କାରନାମା ପଦାକୁ ଆସିଯିବା ଭୟରେ ବର୍ତ୍ତମାନ ସମସ୍ତେ ଚିନ୍ତାରେ ଅଛନ୍ତି ।
କାରଣ ଏମାନେ ସବୁ ଅର୍ଚ୍ଚନାଙ୍କ ନାଗଫାଶରେ ଫସୁଥିଲେ । ଦିନରେ ନିଜ କାମରେ ଲିପ୍ତ ରହୁଥିଲେ ଏବଂ ରାତି ହେଲେ ଅର୍ଚ୍ଚନାଙ୍କ ସହ ରଙ୍ଗୀନ୍ ହେଉଥିଲେ । ଆଉ ଏହାକୁ କଳାହାଣ୍ଡି ଝିଅ କଳା ନାଗୁଣୀ ଅର୍ଚ୍ଚନା କ୍ୟାମେରାରେ ରେକର୍ଡ କରି ବ୍ଲାକ ମେଲ କରୁଥିଲେ । ନିଜ ଦେହକୁ ବଡ ବଡ଼ ନେତା ଏବଂ ବଡ ବଡ ବିଲଡରମାନଙ୍କ ପାଖରେ ବିକ୍ରି କରୁଥିଲେ । ରାତି ବିତାଇ ଦେହରେ ସୁଖ ଦେଉଥିଲେ ।
ଏମିତି କିଛି କଥା ବାହାରକୁ ଆସିବାପରେ ବର୍ତ୍ତମାନ 27 ବର୍ଷୀୟ ଅର୍ଚ୍ଚନା ନାଏକ ଏବଂ ତାଙ୍କ ସ୍ଵାମୀ ଝାରପଡ଼ା ଜେଲରେ ଅଛନ୍ତି । ହିଡେନ କ୍ୟାମେରାରେ ବଡବଡିଆଙ୍କ ରଙ୍ଗୀନ୍ ଚିତ୍ର ରେକର୍ଡ ହୋଇଛି । ଯେଉଁ ଭିଡ଼ିଓରେ ଅର୍ଚ୍ଚନା ଏବଂ ବଡ ବଡ଼ ନେତା, ବଡ ବଡ ବିଲଡର ଓ ବ୍ୟବସାୟୀ ଅଛନ୍ତି । ଯାହାକୁ ଦେଖି ପୋଲିସ ପୁରା ବାଉଳା ହେଇଛି । କେବେଠୁ ତଦନ୍ତ କରିବ, କେବେ କାହାର ମୁଖା ଖୋଲିବ ଏବଂ ଗୁମର ଖୋଲିବା ପାଇଁ କାହାକୁ ଡକାଇବେ, ଏହା ଭାବି ଭାବି ଏବେ ପୋଲିସ ବାଉଳା ହେଉଛି ।
ଅର୍ଚ୍ଚନାଙ୍କ ପାଖରୁ ମିଳିଥିବା ପେନଡ୍ରାଇଭରେ 30 ରୁ ଅଧିକ ବଡ ବଡ଼ ଲୋକଙ୍କର ଅଶ୍ଳୀଳ ଭିଡିଓ ରହିଛି । କମିଶନର ପୋଲିସର ଜଣେ ବରିଷ୍ଠ ଅଧିକାରୀ ଏମିତି କିଛି ସୂଚନା ଦେଇଛନ୍ତି । ସେପଟେ ଅର୍ଚ୍ଚନାଙ୍କ ଘର ଦେଖି ପୋଲିସ କାବା ହୋଇଯାଇଛି । ଅର୍ଚ୍ଚନାଙ୍କର ଇନ୍ଦ୍ରମହଲ ପରି ଘର ରହିଛି । ତାଙ୍କର ଅନେକ ଘରେ ପୋଲିସ ଚଢ଼ାଉ କରିଛି । ତେବେ ନିଜ ଦେହ ବିକ୍ରି କରି ଅର୍ଚ୍ଚନା କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଯାଇଛନ୍ତି । କିନ୍ତୁ ଏବେ ତାଙ୍କର ସବୁ ଗୁମର ପଦାକୁ ଆସିଯାଇଛି ।