ଭାରତ ବନାମ ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦: ଇନ୍ଦୋର ଟି-୨୦ ମ୍ୟାଚରେ ହେଲା ଗଜବ ! ଗୋଟିଏ ବଲରେ ୨ଜଣ ବ୍ୟାଟର ହେଲେ ଆଉଟ, ତାପରେ ମଧ୍ୟ ୱିକେଟ ଗଲାନାହିଁ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ତୃତୀୟ ଟି-୨୦ ମ୍ୟାଚ ମଙ୍ଗଳବାର ଦିନ ଇନ୍ଦୋରରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅନେକ ଗଜବ ଦୃଶ୍ୟ ଦେଖିବାକୁ ମିଳିଲା। ଦକ୍ଷିଣ ଆଫ୍ରିକାର ବ୍ଯାଟ୍ସମ୍ୟାନ ରନର ବର୍ଷା କରିଲେ। କିନ୍ତୁ ଗୋଟେ ସୁଯୋଗ ଏମିତି ଆସିଥିଲା, ଯେଉଁଠି ସମସ୍ତ ଦର୍ଶକ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଦକ୍ଷିଣ ବ୍ଯାଟ୍ସମ୍ୟାନ ନିଜ ଗୋଡରେ ଷ୍ଟମ୍ପସ ଉପୁଡିଦେଲ, କିନ୍ତୁ ତାପରେ ମଧ୍ୟ ସେ ଆଉଟ ହେଲେ ନାହିଁ।

ଖାସ କଥା ହେଉଛିକି ଗୋଟିଏ ବଲରେ ଦୁଇଜଣ ବ୍ୟାଟ୍ସମ୍ୟାନ ଦୁଇଥର ଆଉଟ ହେଲେ କିନ୍ତୁ ତାହା ଆଉଟ ଦିଆଗଲା ନାହିଁ। ଏହି କଥା ବହୁତ ଦ୍ଵନ୍ଦପୁର୍ଣ ଅଟେ କିନ୍ତୁ ଆପଣ ବୁଝନ୍ତୁକି ମ୍ୟାଚରେ ଏମିତି ମଜାଦାର ଜିନିଷ କେବେ ଦେଖିବାକୁ ମିଳିଥିଲା।

ଭାରତ ତରଫରୁ ମହମ୍ମଦ ସିରାଜ ନିଜ ଇନିଙ୍ଗ୍ସର ୧୭ତମ ଓଭରରେ ବୋଲିଂ କରୁଥିଲେ। ସେ ଏହି ଓଭରରେ ୮ ରନ ଦେଲେ କିନ୍ତୁ ଏହି ସମୟରେ ବହୁତ ଡ୍ରାମା ଦେଖିବାକୁ ମିଳିଲା। ୧୭ତମ ଓଭରର ୫ନମ୍ବର ବୋଲରେ ମହମ୍ମଦ ସିରାଜ ନୋ ବଲ ପକାଇଲେ, ଯାହାକି ହାଇଟ କାରଣରୁ ହୋଇଥିଲା।

ଏହି ବଲକୁ ଟି. ସବ୍ସେ ଖେଳୁଥିଲେ ଓ ବାଉଣ୍ଡରୀରେ ଉମେଶ ଯାଦବ କ୍ୟାଚ ଧରିଲେ। କିନ୍ତୁ ଏହା ନୋ ବଲ ଥିଲା, ଯାହାଫଳରେ ଷ୍ଟବ୍ସ ଆଉଟ ହୋଇନଥିଲେ। ଦକ୍ଷିଣ ଆଫ୍ରିକାକୁ ଫ୍ରି-ହିଟ ମିଳିଲା। ଯେମିତି ମହମ୍ମଦ ସିରାଜ ଏହି ବଲ ପକାଇବାକୁ ଆସିଲେ ସେତେବେଳେ ରିଲେ ରୋସୋ ନିଜେ ଷ୍ଟମ୍ପ ଉପରେ ପଡିଗଲେ।

ଫ୍ରି-ହିଟଟ ଲାଭ ଉଠାଇବା ପାଇଁ ରୋସୋ କ୍ରିଜର ବହୁତ ପଛକୁ ଆସିଥିଲେ, ଏହି ସମୟରେ ତାଙ୍କର ଗୋଡ ଷ୍ଟମ୍ପରେ ଯାଇ ଲାଗିଲା ଓ ଷ୍ଟମ୍ପ ଉପୁଡିଗଲା। କିନ୍ତୁ ଏହା ଫ୍ରି-ହିଟ ଥିଲା ଓ ବଲ ପକାଗଲା ନାହିଁ ଓ ସେଥିପାଇଁ ସେ ନଟଆଉଟ ମଧ୍ୟ ରହିଲେ। ଅର୍ଥାତ ଏକ ବଲରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଦୁଇଥର ଆଉଟ ହେଲେ ଓ ଦୁଇଥର ନଟଆଉଟ ମଧ୍ୟ ରହିଲେ।

ମ୍ୟାଚ ସମୟରେ ଏହିପରି ଦୃଶ୍ୟ କମ ଦେଖିବାକୁ ମିଳେ, କିନ୍ତୁ ଇନ୍ଦୋରରେ ଏହି ଗଜବ ଦୃଶ୍ୟକୁ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଗଲେ। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୨୭ ରନର ବଡ ସ୍କୋର କରିଲେ। ରିଲେ ରୋସୋ ଏହି ମ୍ୟାଚରେ ଏକ ଶତକୀୟ ଇନିଙ୍ଗ୍ସ ଖେଳି ନଟଆଉଟ ରହିଲେ।

Leave A Reply

Your email address will not be published.