Hyderabad Man Sets Bike on Fire: ହାଇଦ୍ରାବାଦରେ ସୋମବାର ଦିନ ସନ୍ଧ୍ୟାରେ ଜଣେ ବାଇକ୍ ଚାଳକଙ୍କୁ ଟ୍ରାଫିକ ନିୟମ ଉଲଙ୍ଘନ ପାଇଁ ରୋକାଯିବା କାରଣରୁ ନିଜ ବାଇକରେ ହିଁ ନିଆଁ ଲଗାଇଦେଲା । ଏହି ଘଟଣା ଅମିରପେଟର ମୈତ୍ରୀବନମର ଅଟେ । ଏସ ଅଶୋକ ନାମରେ ଚିହ୍ନିତ ଏହି ବ୍ୟକ୍ତି ଅମିରପେଟରେ ଗୋଟିଏ ମୋବାଇଲ ଫୋନର ଦୋକାନ ଚଳାନ୍ତି । ସେ ରାସ୍ତାରେ ରଙ୍ଗ ସାଇଡରେ ଗାଡ଼ି ଚଳାଉଥିଲା । ଟ୍ରାଫିକ ନିୟମ ଉଲଙ୍ଘନ କରିବା କାରଣରୁ ପୋଲିସ ତାଙ୍କୁ ଅଟକାଇବାରୁ ସେ ମାରପିଟ ଆରମ୍ଭ କରିଦେଲା । କିଛି ସମୟ ପରେ ସେହି ବ୍ୟକ୍ତି ନିଜ ଦୋକାନରେ ପଶିଲା, ଗୋଟେ ପେଟ୍ରୋଲ ବୋତଲ ଆଣିଲା ଏବଂ ତାକୁ ନିଜ ବାଇକ୍ ଉପରେ ଢାଳି ନିଆଁ ଲଗାଇଦେଲା ।
ଟ୍ରାଫିକ ପୋଲିସ ସ୍ଥାନୀୟ ଆଇନ୍ ବ୍ୟବସ୍ଥା ପୋଲିସକୁ ସୂଚନା ଦେଲେ, ଯେଉଁମାନେ ନିଆଁକୁ କାବୁ କରିଥିଲେ । ଟ୍ରାଫିକ ପୋଲିସ ଅଫିସର କହିବା ଅନୁଯାୟୀ, ଗାଡ଼ିର ଚାଳକ ପ୍ରାୟ ଟ୍ରାଫିକ ନିୟମକୁ ଉଲଂଘନ କରନ୍ତି । ମିଡ଼ିଆ ସହ କଥାବାର୍ତ୍ତା କରି ଟ୍ରାଫିକ ପୋଲିସ ଏହି ମାମଲାରେ ଅଧିକ ସୂଚନା ଦେଇଛନ୍ତି ।
ଦେଖନ୍ତୁ ଭିଡିଓ :-
రాంగ్ రూట్ లో వచ్చాడు. ట్రాఫిక్ పోలీసులు ఆపారు. పోలీసులు అపినందుకు కోపం వచ్చింది. తన బైక్ లోని పెట్రోల్ తీసి బండి నీ తగల పెట్టారు. అదేమని అడిగితే పోలీసుల మీదకు తిరగ పడ్డారు. పోలీస్ లు అశోక్ ను అదుపులోకి తీసుకున్నారు. @CPHydCity @HYDTP #traffic pic.twitter.com/uhTjNmx1U7
— RameshVaitla (@RameshVaitla) October 3, 2022
ବିଭାଗ କହିଛି, ‘ ଜଣେ ଟ୍ରାଫିକ ହୋମଗାର୍ଡ ଦେଖିଲେ ଯେ ଜଣେ ଦୁଇଚକିଆ ଗାଡ଼ି ଚାଳକ ବିପରୀତ ଦିଗରୁ ଆସୁଛନ୍ତି ଏବଂ ଯାତାୟତର ଠିକ୍ ରାସ୍ତାରେ ଅସୁବିଧା ସୃଷ୍ଟି କରୁଛନ୍ତି । ଆମ ଟ୍ରାଫିକ ଅଧିକାରୀ ପିଲର ନମ୍ୱର୍ 1053 ରେ ଗାଡ଼ିକୁ ଅଟକାଇଲେ । ଠିକ୍ ସେତିକିବେଳେ ଅମିରପେଟର ଆଦିତ୍ୟ ଏଙ୍କଲେଭରେ ଦୋକାନ ନମ୍ୱର୍ 20 ରେ ମୋବାଇଲ୍ ଦୋକାନ ଚଳାଉଥିବା ଯାତ୍ରୀ ନିଜ ଦୋକାନ ଭିତରକୁ ଗଲା ଏବଂ ପେଟ୍ରୋଲ ବୋତଲ ନେଇ ବାହାରକୁ ଆସିଲା । ସେ ପେଟ୍ରୋଲ ଢାଳି ନିଜ ଗାଡିରେ ନିଆଁ ଲଗାଇଦେଲା ।’
ଟୁଇଟ କରି ଜଣେ ୟୁଜର କ୍ୟାପସନରେ ଲେଖିଛନ୍ତି, ‘ ସେ ରଙ୍ଗ ସାଇଡରୁ ଆସୁଥିଲା, ତେଣୁ ଟ୍ରାଫିକ ପୋଲିସ ଅଟକାଇଲେ । ସେ କହିଛନ୍ତି ଯେ ମତେ ପୋଲିସ କାରଣରୁ ରାଗ ଆସିଗଲା । ପୋଲିସ ସହ ଯୁକ୍ତିତର୍କ ହେବାରୁ ସେ ନିଜ ବାଇକରେ ନିଆଁ ଲଗାଇଦେଲା । ପୋଲିସ ଆଶୋକକୁ ଗିରଫ କରିନେଇଛି ।’