ବାହାଘର ପରଦିନ ହୋଇଗଲା ମହିଳାଙ୍କ ଡେଲିଭରି, ସ୍ତ୍ରୀ ଏବଂ ନବଜାତ ପିଲାକୁ ହସ୍ପିଟାଲରେ ଛାଡି ଫେରାର ହେଲା ସ୍ବାମୀ

0

Get real time updates directly on you device, subscribe now.

ପ୍ରେମରେ ମିଳୁଥିବା ଧୋକା ଠାରୁ ଆଉ ବଡ଼ ଧୋକା ଦୁନିଆରେ ନାହିଁ, ଯେଉଁ କାରଣରୁ ଆଜିକାଲି ପ୍ରତାରଣା କିମ୍ବା ଧୋକାର ଅନେକ ମାମଲା ସାମ୍ନାକୁ ଆସୁଛି । ଏପରି ଗୋଟିଏ ମାମଲା ୟୁପିର ହମିରପୂର୍ ଜିଲ୍ଲାରୁ ସାମ୍ନାକୁ ଆସିଛି । ଯେଉଁଠାରେ ଲଭ, ସେକ୍ସ୍ ଏବଂ ଧୋକାର ଏପରି କାହାଣୀ ଦେଖାଯାଇଛି ଯେ ଏହା ସାମ୍ନାରେ ଫିଲ୍ମ୍ କାହାଣୀ ମଧ୍ୟ ଫିକା ପଡ଼ିଯିବ ।

ପ୍ରେମ ଜାଲରେ ଫସାଇ ଯୁବକ କଲେ ଶାରୀରିକ ଶୋଷଣ :-

ବାସ୍ତବରେ ଏହି ମାମଲାରେ ୟୁପିର ହମିରପୂର୍ ଜିଲ୍ଲାର ଗୋଟିଏ ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ଜଣେ ଯୁବକ ପ୍ରଥମେ ନିଜ ପ୍ରେମ ଜାଲରେ ଫସାଇଲେ ଏବଂ ତାଙ୍କର ଶାରୀରିକ ଶୋଷଣ କଲେ । କିନ୍ତୁ ଯୁବତୀ ଯେତେବେଳେ ଗର୍ଭବତୀ ହେଲେ, ସେତେବେଳେ ଯୁବକ ତାଙ୍କୁ ଚିହ୍ନିନାହାନ୍ତି ବୋଲି କହିଲେ । ଏପରି ପରିସ୍ଥିତିରେ ସେହି ଯୁବତୀ ଏହି ମାମଲାକୁ ନେଇ ପୋଲିସ ପାଖରେ ପହଞ୍ଚିଲେ ଏବଂ ଏହାପରେ ଯୁବକ ପୋଲିସ କହିବାରୁ ନିଜର ଗର୍ଭବତୀ ପ୍ରେମିକାକୁ ବିବାହ କଲେ । ସେହିପରି ଏହି ମାମଲାରେ ଗୋଟିଏ ବଡ ମୋଡ ସେତେବେଳେ ଆସିଲା, ଯେତେବେଳେ ବାହାଘରର ପରବର୍ତ୍ତୀ ଦିନ ସେହି ଯୁବତୀ ଗୋଟିଏ ପିଲାକୁ ଜନ୍ମ ଦେଲେ ଏବଂ ଅଭିଯୁକ୍ତ ସ୍ଵାମୀ ସ୍ତ୍ରୀ ଓ ନବଜାତ ପିଲାକୁ ହସ୍ପିଟାଲରେ ଛାଡି ପଳାଇଲା ।

ପୋଲିସ ଚାପ ପକାଇବାରୁ କରିଥିଲେ ବିବାହ ଏବଂ ପିଲା ଜନ୍ମ ହେବା ମାତ୍ରେ ଛାଡ଼ିଦେଲା :-

ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ପୀଡିତ ଯୁବତୀ ସେପ୍ଟେମ୍ବର 25 ତାରିଖରେ ସ୍ଥାନୀୟ କୋତବାଲିରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଯାହାପରେ ପୋଲିସ କହିବାରୁ ଯୁବକ ଯୁବତୀ ସହିତ ଆପୋଷ ବୁଝାମଣା କରି ସେପ୍ଟେମ୍ବର 28 ତାରିଖରେ ତାଙ୍କ ସହ ବିବାହ କରିଥିଲେ ।ସେହିପରି ବାହାଘରର ପରଦିନ ଅର୍ଥାତ୍ ସେପ୍ଟେମ୍ବର 29 ତାରିଖରେ ଯୁବତୀଙ୍କୁ ଯେତେବେଳେ ଡେଲିଭରି ପେନ ହେବାକୁ ଲାଗିଲା, ସେତେବେଳେ ତାଙ୍କୁ ପାଖ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଗଲା, ଯେଉଁଠାରେ ସେ ଗୋଟିଏ ପିଲାକୁ ଜନ୍ମ ଦେଲେ । ସେହିପରି ଏ ବିଷୟରେ ସ୍ବାମୀ ଜାଣିବା ମାତ୍ରେ ସେ ସେହି ମହିଳା ଏବଂ ତାର ପିଲାକୁ ଛାଡି ଫେରାର ହୋଇଗଲା ।

ଏପରି ପରିସ୍ଥିତିରେ ଏହି ମାମଲାରେ ପୀଡ଼ିତ ଯୁବତୀ ପୁଣିଥରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଅଭିଯୋଗ କରି ଆକ୍ସନ ନେବାକୁ ଦାବି କରିଛନ୍ତି । ସେହିପରି ଏହି ବିଷୟରେ ରାଠ କୋଟବାଲିର ଇନ୍ସପେକ୍ଟର ରାଜେଶ୍ କମଲ କହିଛନ୍ତି ଯେ ପୋଲିସ ଏଫଆଇଆର ରିପୋର୍ଟ କରି ଅଭିଯୁକ୍ତ ସ୍ୱାମୀକୁ ଖୋଜୁଛି ।

Leave A Reply

Your email address will not be published.