ବୟସ 23 ବର୍ଷ, ଓଜନ 150kg, ନିଜକୁ ବଞ୍ଚାଇବା ପାଇଁ ବର୍ଦିରେ ଲଗାଇଥିଲେ ଥ୍ରି ଷ୍ଟାର, ତାପରେ ପଇସା ଆଦାୟ କରିବାକୁ ଲାଗିଲା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ଫିରୋଜାବାଦର ଟୁଣ୍ଡଳା ପୋଲିସ ଫର୍ଜି ପୋଲିସ ଇନ୍ସପେକ୍ଟରଙ୍କୁ ଅବୈଧ ଆଦାୟ ମାମଲାରେ ଗିରଫ କରି ଜେଲ ପଠାଇ ଦେଇଛି । ଅଭିଯୁକ୍ତଙ୍କ ଓଜନ ପ୍ରାୟ 150 କିଲୋ ଏବଂ ବୟସ 23 ବର୍ଷ ଅଟେ । ଏତେ କମ୍ ବୟସରେ ଇନ୍ସପେକ୍ଟର ହେବା ଏବଂ ଅନଫିଟ୍ ଶରୀର ହିଁ ତାଙ୍କୁ ସନ୍ଦେହ ଘେରକୁ ଆଣିଥିଲା । ଏହି କାରଣରୁ ଅଭିଯୁକ୍ତ ଧରାପଡ଼ିଗଲା ।

ବାସ୍ତବରେ ଫିରୋଜାବାଦ ପୋଲିସକୁ ଏହି ସୂଚନା ବହୁତ୍ ଦିନରୁ ମିଳିଥିଲା ଯେ ତାଜ ଏକ୍ସପ୍ରେସ- ୱେରୁ ଓହ୍ଲାଇବା ମାତ୍ରେ ଫିରୋଜାବାଦରେ ଜଣେ ପୋଲିସ ଇନ୍ସପେକ୍ଟର ଗାଡ଼ି ଠାରୁ ଅବୈଧ ଭାବେ ଟଙ୍କା ଆଦାୟ କରୁଛନ୍ତି । ଏହାକୁ ନେଇ ଆଗ୍ରା ସୀମା ସହ ଲାଗିଥିବା ଟୁଣ୍ଡଳା ଥାନା ପୋଲିସ ଅନେକ ଦିନରୁ ରାତିରେ ଚେକିଙ୍ଗ କରୁଥିଲା ।

ଏହା ମଧ୍ୟରେ ଗତ ରାତି ନେସନାଲ ହାଇୱେ ନମ୍ୱର୍-2 ରେ ରାଜାର ତାଲ ଛକ ଅଞ୍ଚଳରେ ଉସାଇନି ଗାଁ ପାଖରେ ପୋଲିସକୁ ଚେକୀଙ୍ଗ ସମୟରେ ଗୋଟିଏ ବ୍ୟାଗନଆର କାର ମିଳିଲା । ଗାଡ଼ିରେ ପୋଲିସ ପୋଷାକରେ ଥ୍ରି ଷ୍ଟାର ଲଗାଇ ଜଣେ ବ୍ୟକ୍ତି ବସିଥିଲା । ସେପଟେ ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲା ଯେ ପୋଲିସ କହି ଜଣେ ବ୍ୟକ୍ତି ଅନେକ ଗାଡିରୁ ଅବୈଧ ଭାବେ ପଇସା ଆଦାୟ କରୁଛି ।

ଯେତେବେଳେ ଟୁଣ୍ଡଳା ଥାନା ଅଧିକାରୀ ରାଜେଶ୍ ପାଣ୍ଡେ କାରରେ ବସିଥିବା ବ୍ୟକ୍ତିଙ୍କୁ ପଚରାଉଚରା କଲେ, ସେତେବେଳେ ପ୍ରଥମେ ତାର ପୋଷ୍ଟିଂର ସ୍ଥାନ ପଚରାଗଲା । ଏହାର ଉତ୍ତରରେ ଯୁବକ ପୋଲିସକୁ ଭ୍ରମିତ କଲା ଏବଂ ଯେତେବେଳେ ତାର ପରିଚୟ ପତ୍ର ଅର୍ଥାତ୍ ଆଇ କାର୍ଡ ମଗାଗଲା, ସେତେବେଳେ ସେ ନକଲି କାର୍ଡ ଦେଖାଇଲା । ଏହାପରେ ପୋଲିସ ଟିକେ ଗଭୀର ଭାବେ ପଚାରିଲେ ଏବଂ ଏହି ବ୍ୟକ୍ତି ତାପରେ ନିଜର ସବୁ ରହସ୍ୟ ଖୋଲିଦେଲା ।

ବାସ୍ତବରେ ମୁକେଶ ଯାଦବ ନାମକ ଏହି ବ୍ୟକ୍ତି ଘର ନମ୍ବର୍ -320 କଡକଡ ମଡେଲ, ସାହିବାବାଦ ଥାନା ଲିଙ୍କ ଗେଟ୍, ଜିଲ୍ଲା ଗାଜିଆବାଦର ବାସିନ୍ଦା ଅଟନ୍ତି । ତାର ବ୍ୟାଗନଆର ଗାଡ଼ି ଯାହା ଉପରେ ପୋଲିସର ବଡ ଷ୍ଟିକର ଲାଗିଥିଲା, ତାକୁ ନେଇ ରାତିରେ ସେ ନିଜର ଦୁଇଜଣ ସାଙ୍ଗଙ୍କ ସହ ବାହାରୁଥିଲା ଏବଂ ପ୍ରାଇଭେଟ୍, ବସ, ଟ୍ରକ ଠାରୁ ଚେକିଂ ନାମରେ ଅବୈଧ ଭାବେ ପଇସା ଆଦାୟ କରୁଥିଲା । ପୋଲିସ ଅଭିଯୁକ୍ତଙ୍କ ଠାରୁ ପୋଲିସର ଫର୍ଜୀ ଆଇ କାର୍ଡ, ମୋବାଇଲ ଏବଂ 2200 ଟଙ୍କା ଜବତ କରିଛି ।

ଏହି ମାମଲାରେ ଟୁଣ୍ଡଳା ଥାନା ପୋଲିସ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଅଛି । ଏହାସହିତ ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଯେ ତାର ଗ୍ୟାଙ୍ଗରେ ଆଉ କିଛି ଲୋକ ସାମିଲ ଅଛନ୍ତି କି ନାହିଁ । ତେବେ ଧରାପଡ଼ି ଯାଇଥିବା ନକଲି ପୋଲିସ ମୁକେଶ ଯାଦବ କହିଛି ଯେ ସେ ନିଜକୁ ବଞ୍ଚାଇବା ପାଇଁ ପୋଲିସ ବର୍ଦୀ ବ୍ୟବହାର କରୁଥିଲା ।

Leave A Reply

Your email address will not be published.