ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆନ ମୋବାଇଲ କଂଗ୍ରେସର ଆରମ୍ଭ କରି ଭାରତରେ 5G ସର୍ଭିସେସ ମଧ୍ୟ ଲଞ୍ଚ କରିଛନ୍ତି । 5G ସର୍ଭିସ ଲଞ୍ଚିଂ ପୂର୍ବରୁ ସେ ବିଭିନ୍ନ ଟେଲିକମ କମ୍ପାନୀ ଏବଂ ଅନ୍ୟ କମ୍ପାନୀଗୁଡ଼ିକର ଷ୍ଟଲକୁ ନଜର ପକାଇଲେ । ଏହି ସମୟରେ ସେ ଜିଓର ଷ୍ଟଲ ଉପରେ ମଧ୍ୟ ନଜର ପକାଇଲେ, ଯେଉଁଠାରେ ରିଲାଏନ୍ସ ଜିଓର ଚେୟାରମ୍ୟାନ ଆକାଶ ଅମ୍ବାନୀ ପ୍ରଧାନମନ୍ତ୍ରୀଙ୍କୁ କିଛି କହୁଥିଲେ |
ବାସ୍ତବରେ ପିଏମ ଯେତେବେଳେ ଜିଓର ପଭେଲିୟନରେ ପହଞ୍ଚିଲେ, ସେତେବେଳେ ସେ ଜିଓ-ଗ୍ଲାସ ପିନ୍ଧିଲେ | ଆକାଶ ଅମ୍ବାନୀ ତାଙ୍କୁ ଏ ବିଷୟରେ ହିଁ କହୁଥିଲେ | ଜିଓ-ଗ୍ଲାସ ବର୍ତ୍ତମାନ ସାଧାରଣ ୟୁଜରଙ୍କ ପାଇଁ ଉପଲବ୍ଧ ନାହିଁ | ଏହା ଗୋଟିଏ ଭରଚୁଆଲ ରିଅଲିଟି ଅର୍ଥାତ VR ଗ୍ଲାସ ଅଟେ |
ଆପଣ VR ହେଡ଼ସେଟ ବିଷୟରେ ଶୁଣିଥିଲେ, ଯାହା ସ୍କ୍ରିନ ଏକ୍ସପିରିଏନ୍ସକୁ ରିଏଲ କରିବାରେ ସାହାଯ୍ୟ କରିଥାଏ | ଜିଓ ଗ୍ଲାସ ଏହି ଟେକ୍ନୋଲୋଜିର ବିକଶିତ ରୂପ ଅଟେ | କମ୍ପାନୀ ଅଫିସିଆଲ ଭାବରେ ଏହି ପ୍ରଡକ୍ଟ ବିଷୟରେ ଅଧିକ ସୂଚନା ଦେଇନାହିଁ |
Hon'ble Prime Minister Shri Narendra Modi visits #JioTrue5G experience zone at the India Mobile Congress 2022.@narendramodi @exploreIMC #JioTrue5GatIMC #JioTrue5G #IMC2022 #5GService #VR pic.twitter.com/dHemuMlneA
— Reliance Jio (@reliancejio) October 1, 2022
PM ଟ୍ରାଇ କଲେ ଜିଓ-ଗ୍ଲାସ :-
ତେବେ କମ୍ପାନୀ ନିଶ୍ଚିତ ଭାବେ କହିଛି ଯେ ପ୍ରଧାନମନ୍ତ୍ରୀ ଜିଓ-ଗ୍ଲାସ ପିନ୍ଧି ଭରଚୁଆଲ ରିଅଲିଟିର ରିଏଲ ଟାଇମ ଏକ୍ସପିରିଏନ୍ସ କଲେ | ପିଏମ ଯେତେବେଳେ ଜିଓ ପଭେଲିୟନରେ ପହଞ୍ଚିଲେ, ସେତେବେଳେ ଜିଓର ଚେୟାରମ୍ୟାନ ଆକାଶ ଅମ୍ବାନୀ ପ୍ରଧାନମନ୍ତ୍ରୀଙ୍କୁ ଜିଓ-ଗ୍ଲାସ ବିଷୟରେ କହୁଥିବାର ଦେଖାଯାଇଛନ୍ତି | ଏହାର ଭିଡିଓ ଆପଣ ଏଠାରେ ଦେଖିପାରିବେ |
ଏହି ସମୟରେ ପିଏମ ମୋଦି ଅନ୍ୟ କମ୍ପାନୀଙ୍କ ଷ୍ଟଲକୁ ମଧ୍ୟ ପରିଦର୍ଶନ କଲେ | ଜିଓ 5G ର ସର୍ଭିସ ଦୀପାବଳି ପର୍ଯ୍ୟନ୍ତ ଚାରିଟି ସହରରେ ଲାଇଭ ହୋଇଯିବ | ଏହି ବର୍ଷ ଦୀପାବଳିରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଜିଓ 5G ସର୍ଭିସ ମିଳିବାକୁ ଲାଗିବ |
ତେବେ ଏହାର ରିଚାର୍ଜ ପ୍ଲାନ ଉପରୁ ବର୍ତ୍ତମାନ ମଧ୍ୟ ପରଦା ଉଠିନାହିଁ | 5G ସର୍ଭିସର ଲଞ୍ଚ ଅବସରରେ ମୁକେଶ ଅମ୍ବାନୀ ଏହାର ମୂଲ୍ୟର ସଂକେତ ନିଶ୍ଚିତ ଭାବେ ଦେଇଛନ୍ତି |
ମୁକେଶ ଅମ୍ବାନୀ ଦେଲେ ଅଫୋରଡେଭଲ 5G ସର୍ଭିସର ସଂକେତ :-
ସେ କହିଛନ୍ତି, “ଭାରତ ହୁଏତ କିଛି ସମୟ ଡେରିରେ ଆରମ୍ଭ କରିଛି, କିନ୍ତୁ ଆମେ ଦୁନିଆ ତୁଳନାରେ ଉଚ୍ଚ ଗୁଣର ଏବଂ ଅଧିକ ଲାଭଦାୟକ 5G ସେବାକୁ ଆରମ୍ଭ କରିବା | ମୁଁ ଡିସେମ୍ବର ୨୦୨୩ ସୁଦ୍ଧା ଆମ ଦେଶର ସବୁ ସହର ଏବଂ ସବୁ ତହସିଲରେ 5G ପହଞ୍ଚାଇବା ପାଇଁ କାର୍ଯ୍ୟ କରିବି | ଜିଓର ଅଧିକାଂଶ 5G ଭାରତରେ ବିକଶିତ କରାଯାଇଛି, ତେଣୁ ଆତ୍ମନିର୍ଭରଶୀଳ ଭାରତର ମୋହର ଏହା ଉପରେ ଲାଗିଛି |”