ପ୍ରାୟତଃ ଯେତେବେଳେ ଆମର ଟ୍ରାଫିକ କାରଣରୁ ଅଫିସ କିମ୍ବା ଜରୁରୀ ସ୍ଥାନକୁ ଯିବାପାଇଁ ଡେରି ହୁଏ, ସେତେବେଳେ ମନକୁ ଏହି କଥା ଆସେ ଯେ କାସ ଆମେ ଉଡ଼ି ଉଡ଼ି ଶୀଘ୍ର ସେହି ଜାଗାରେ ପହଞ୍ଚି ଯାଆନ୍ତେ କି ! ତେବେ ଆମେ କହିରଖୁଛୁ ଯେ ଏହି ଭାବନା ଆପଣଙ୍କର ସତ ହେବାକୁ ଯାଉଛି ଏବଂ ତାହା ପୁଣି ଇଣ୍ଡିଆର ଲୋକଙ୍କ ପାଇଁ । ଆଜ୍ଞା ହଁ, ଏୟାରଟ୍ୟାକ୍ସି ମାଧ୍ୟମରେ ବର୍ତ୍ତମାନ ଲୋକମାନେ ଆକାଶରେ କମ୍ ଦୂରତାର ଯାତ୍ରା କରିପାରିବେ
ଅକ୍ଟୋବର 10 ତାରିଖରୁ ବେଙ୍ଗାଲୁରୁରେ ଆରମ୍ଭ ହେବ ଏୟାରଟ୍ୟାକ୍ସି ସର୍ଭିସ :-
ଉଲ୍ଲେଖଯୋଗ୍ୟ ଯେ ଏହି ସ୍ବପ୍ନ ଦେଶର ଟେକ୍ ସିଟି ଅର୍ଥାତ୍ ବେଙ୍ଗାଲୁରୁରେ ସାକାର ହେବାକୁ ଯାଉଛି । ବାସ୍ତବରେ ଏୟାର ମୋବିଲିଟି କମ୍ପାନୀ BLADE India ବେଙ୍ଗାଳୁରୁ ସହରର ଲୋକଙ୍କୁ ରାସ୍ତାର ଟ୍ରାଫିକ ସହ ଡିଲ କରିବାପାଇଁ ଆସନ୍ତା ମାସରେ ଏକ ଚମତ୍କାର ଅଫର୍ ଦେବାକୁ ଯାଉଛି । ବାସ୍ତବରେ ଅକ୍ଟୋବର ମାସରୁ ବେଙ୍ଗାଲୁରୁର ଲୋକମାନେ ବର୍ତ୍ତମାନ ରାସ୍ତାର ଟ୍ରାଫିକରୁ ବଞ୍ଚିବା ପାଇଁ ଏୟାରଟ୍ୟାକ୍ସି ବ୍ୟବହାର କରିପାରିବେ । କୁହାଯାଉଛି ଯେ BLADE India ର ଏହି ଏୟାରଟ୍ୟାକ୍ସି ସର୍ଭିସ ଅକ୍ଟୋବର 10 ତାରିଖରୁ ଆରମ୍ଭ ହେବ, ଯେଉଁଥିରେ 12 ମିନିଟର ରାଇଡ ଗ୍ରାହକଙ୍କୁ ଦିଆଯିବ ।
120 ମିନିଟର ରାସ୍ତା 12 ମିନିଟରେ ଅତିକ୍ରମ କରିପାରିବେ ଗ୍ରାହକ :-
ବାସ୍ତବରେ ନିଜର ବିଶେଷ ଯୋଜନା ଅଧୀନରେ BLADE India ହିନ୍ଦୁସ୍ଥାନ ଏୟାରୋନଟିକଲ ଏୟାରପୋର୍ଟରୁ ବେଙ୍ଗାଳୁରୁ ଇଣ୍ଟରନେସନାଲ ଏୟାରପୋର୍ଟ ପର୍ଯ୍ୟନ୍ତ ପାଇଁ 2 ହେଲିକପ୍ଟର ସୁବିଧା ଦେଉଛି । କୁହାଯାଉଛି ଯେ ଏହି ଦୁଇଟି ଜାଗା ମଧ୍ୟରେ ଦୂରତା ଅତିକ୍ରମ କରିବାପାଇଁ ସାଧାରଣତଃ 120 ମିନିଟ୍ ସମୟ ଲାଗେ, ଯାହାର ଖର୍ଚ୍ଚ ପ୍ରାୟ 1300 ଟଙ୍କା ଆସିଥାଏ ।
ସେହିପରି BLADE India ଏୟାରଟ୍ୟାକ୍ସି ମାଧ୍ୟମରେ ଏହି ଯାତ୍ରା ମାତ୍ର 12 ମିନିଟରେ କରାଇବ ଏବଂ ଏଥିପାଇଁ ପ୍ରଥମ ଭଡ଼ା 3250 ଟଙ୍କା ରଖାଯାଇଛି । ଏହିପରି ଦୁଇଗୁଣ ପଇସା ଖର୍ଚ୍ଚ କରି ଗ୍ରାହକଙ୍କ ଦୁଇ ଘଣ୍ଟା ବଞ୍ଚିବ । କୁହାଯାଉଛି ଯେ ଏହି ରୁଟ ରେ ବର୍ତ୍ତମାନ ଦୁଇଟି ହେଲିକପ୍ଟର ଚାଲିବ, ଯାହା ସକାଳ 9 ଟା ସମୟରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା 4ଟା ବେଳକୁ ଫେରିବ ।
ଏୟାରଟ୍ୟାକ୍ସିର ଗୋଟିଏ ରାଇଡରେ 5ଜଣ ଲୋକ କରିପାରିବେ ଯାତ୍ରା :-
କୁହାଯାଉଛି ଯେ ବର୍ତ୍ତମାନ ବ୍ଲେଡ୍ ଇଣ୍ଡିଆ କମ୍ପାନୀର ହେଲିକପ୍ଟରର ଗୋଟିଏ ରାଇଡରେ 5 ଜଣ ଲୋକ ଯାତ୍ରା କରିପାରିବେ । ଏସବୁ ଏୟାରଟ୍ୟାକ୍ସି ୱିକଡେଜରେ ଚାଲିବ, କାରଣ ଏହି ରୁଟରେ ବେଙ୍ଗାଲୁରୁର ଅଧିକାଂଶ କମର୍ସିଆଲ ଲୋକେଶନ ରହିଛି । ସେହିପରି କୁହାଯାଉଛି ଯେ BLADE India ଆସନ୍ତା 2026 ସୁଦ୍ଧା 200 ଏୟାର ଟ୍ୟାକ୍ସିଜ ଆଣିବାକୁ ପ୍ଲାନ୍ କରୁଛି । ଯେଉଁଥିପାଇଁ ସେ Embrear’s Eve Air Mobility ଦ୍ବାରା ଡ଼ିଲ ପୁରା କରିଛି ।