ସ୍ୱାମୀ ଘରେ ଏକୁଟିଆ ଛାଡି ଚାଲି ଯିବାରୁ ଚିନ୍ତିତ ହୋଇଗଲା ନୂଆ ବୋହୂ,ଲଗାଇଲା ଫାଶୀ ,ଭିଡିଓରେ ଜଣାପଡ଼ିଲା ସତ୍ୟତା

0

Get real time updates directly on you device, subscribe now.

ସ୍ୱାମୀ ଓ ଶଶୁର ଘର ଲୋକଙ୍କ ପ୍ରତାଡନାରେ ପ୍ରତାରିତ ହୋଇ ଆତ୍ମହତ୍ୟା କରିଥିବା ନବବିବାହିତାର ଖବର ସାଧାରଣତଃ ଶୁଣିବାକୁ ମିଳେ|ଏଭଳି ଏକ ଖବର ଦିଲ୍ଲୀରେ ଶୁଣିବାକୁ ମିଳିଛି|ଯେଉଁଠି ୨୭ ବର୍ଷିୟ ଯୁବତୀ ପତି ଦ୍ୱାରା ସବୁଦିନ ଯୈତୁକ ପାଇଁ ମିଳୁଥିବା ପ୍ରତାଡନାରେ ଚିନ୍ତିତ ହୋଇ ଫାଶି ଲଗାଇଲେ|

ଏହି ମାମଲା ଦିଲ୍ଲୀର ଗୋବିନ୍ଦପୁର ଅଞ୍ଚଳର ଅଟେ|ଏଠାକାର ହିମଗିରି ଆପାର୍ଟମେଣ୍ଟର ରହୁଥିବା ଅନୁପମ ଗୁପ୍ତାର ବିବାହ ଆଲିଗଡ ନିବାସୀ ଆରତି ସହ ଏବର୍ଷ ୩୦ ଜାନୁଆରୀ ୨୦୨୨ରେ ହୋଇଥିଲା|କିନ୍ତୁ ବ୍ୟବହାର ପରେ ଆରତୀ ପତିଙ୍କ ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲା|ତାଙ୍କ ପତି ସଦାବେଳେ ଯୈତୁକ ମାଗିବା ସହ ମାରପିଟ୍ କରିଥିଲେ|ଫଳରେ ସେ ୨୫ ସେପ୍ଟେମ୍ବର ଆତ୍ମହତ୍ୟା କରିଦେଇଥିଲେ|

ଆରତୀ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ବନେଇ ନିଜ ଘର ଲୋକଙ୍କୁ ପଠେଇ ଥିଲା|ଏହାକୁ ପୋଲିସ ସାକ୍ଷୀ ମାନି ଓ ମୃତକଙ୍କ ପିତାଙ୍କ ବୟାନ କ୍ରମେ କେସ ରୁଜୁ କରି ଅନୁପମକୁ ଗିରଫ କରିଛି|ପୋଲିସ ଶବକୁ ପୋଷ୍ଟମର୍ଟମ ପରେ ପରିଜନଙ୍କୁ ହସ୍ତାନ୍ତର କରିଛନ୍ତି|

ଭିଡିଓ କୁ ଆରତୀ ମରିବା ପୂର୍ବରୁ ଘର ଲୋକଙ୍କୁ ପଠେଇ ଥିଲା|ସେଥିରେ ସେ କାନ୍ଦ କାନ୍ଦ ଦେଖାଯାଉଥିଲା|ସେ କାନ୍ଦି କାନ୍ଦି କହୁଥିଲେ,”ମୋ ଜୀବନ ସତରେ ଶେଷ ହୋଇଗଲା,ଏ ଲୋକ ମୋତେ ଛାଡି ଏକୁଟିଆ ଚାଲିଗଲା ଓ ପୁଣି ଏମାନେ ଯୈତୁକ ପାଇଁ ମାରପିଟ୍ କରୁଛନ୍ତି|ଅନୁପମ ମୋ ଜୀବନ ବରବାଦ କରିଦେଲେ., ଏଥିପାଇଁ ମୁଁ ମରୁଛି|

କୁହାଯାଉଛି ଆରତୀ ମୃତ୍ୟୁ ପୂର୍ବରୁ ୨୪ ସେପ୍ଟେମ୍ବର ବିଳମ୍ବିତ ରାତିରେ ଗୋବିନ୍ଦପୁର ଥାନାରେ ପହଞ୍ଚି ଥିଲେ|ସେଠାରେ ଜଣେ ମହିଳା କନେଷ୍ଟବଳଙ୍କୁ କହିଲା ଯେ ତାଙ୍କ ପତି ତାକୁ ଛାଡି ଚାଲିଗଲା ଓ ନମ୍ବର ବ୍ଲକ କରିଛନ୍ତି|ତେଣୁ ସେ ପତିଙ୍କୁ ଖୋଜିବାକୁ ସାହାଯ୍ୟ ମାଗିଥିଲେ|ଏହାକୁ ଲିଖିତ ଭାବେ ଦେବାପାଇଁ ସେ କହିଲା କିନ୍ତୁ ଆରତୀ ମନା କରିଥିଲେ|

ଆରତୀ ଘର ଲୋକଙ୍କ ଅନୁସାରେ ସେମାନେ ଯେତେବେଳେ ଭିଡିଓ ଦେଖି ଆରତୀ ଶଶୁର ଘର ଲୋକଙ୍କୁ ଫୋନ କଲେ ସେମାନେ ଉଠାଇଲେ ନାହିଁ|ସେତେବେଳକୁ ଆରତୀ ଆତ୍ମହତ୍ୟା କରିସାରିଥିଲେ|ତେଣୁ ତାଙ୍କ ଶଶୁର ଘର ଲୋକମାନେ ମୃତ୍ୟୁ ପାଇଁ ଏଭଳି ଘଟଣା ରଚିଛନ୍ତି ଅନୁମାନ କରାଯାଉଛି|

Leave A Reply

Your email address will not be published.