ପ୍ରତିଦିନ ଦୋକାନରେ ଚୋରି କରୁଥିଲା ଚୋର, ତାପରେ ଏମିତି ଫାସ ପକାଗଲା ଯେ ଚୋର ଥରକେ ଧରା ପଡ଼ିଲା, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଚୋର ବହୁତ୍ ଚାଲାକ୍ ହୋଇଥାଏ, ସେ ଚୋରି କରିବାପାଇଁ ନୂଆଁ ନୂଆଁ ଉପାୟ ଖୋଜିଥାଏ । ସବୁ ଚୋରକୁ ଲାଗେ ଯେ ସେ ବହୁତ୍ ଚାଲାକ୍ ଚତୁର ଅଟେ । କେବେ ବି ଧରାପଡ଼ିବ ନାହିଁ । କିନ୍ତୁ ସେ ଏଠାରେ ଭୁଲ ହୋଇଥାଏ । ତେବେ ଚୋର ନିଜକୁ ଯେତେ ଚାଲାକ୍ ଭାବିଲେ ବି ଦୁନିଆରେ କେହି ନା କେହି ତାଠାରୁ ମଧ୍ୟ ଅଧିକ ଚାଲାକ ନିଶ୍ଚୟ ହୋଇଥାଏ । ତେଣୁ ଦିନେ ନା ଦିନେ ସେ ନିଶ୍ଚୟ ଧରା ପଡ଼ିଯାଏ ।

ଆଜି ଆମେ ଆପଣଙ୍କୁ ଚୋର ଧରିବାର ଏହିପରି ଗୋଟିଏ ଭିଡିଓ ଦେଖାଇବାକୁ ଯାଉଛୁ । ଏହି ଭିଡିଓକୁ ଦେଖି ଆପଣଙ୍କର ହସ ଅଟକିବ ନାହିଁ । ବାସ୍ତବରେ ଯେଉଁ ବ୍ୟକ୍ତି ଚୋରକୁ ଧରିଲା, ତାର ଷ୍ଟାଇଲ ଲୋକଙ୍କୁ ଖୁବ୍ ହସାଉଛି । ସେ ଚୋର ପାଇଁ ଭଲ ଜାଲ ବିଛାଇ ରଖିଲା । ତାପରେ ଚୋର ନିଜେ ସେହି ଜାଲରେ ଆସି ଫସିଗଲା । ତାପରେ ଯେଉଁ ଦୃଶ୍ୟ ଦେଖାଗଲା, ତାହା ବହୁତ୍ ମଜାଳିଆ ଥିଲା ।

ଦୋକାନୀ ଧରିଲା ଚୋର :-

ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଗୋଟିଏ ଚୋରର ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡ଼ିଓରେ ଦେଖାଯାଇପାରେ ଯେ ଗୋଟିଏ ରୁମରେ ବହୁତ୍ ଜିନିଷ ରଖାଯାଇଛି । ଚୋର ରୁମ୍ ପାଖରେ ଲାଗିଥିବା ବଡ କବାଟ ଜାଲରେ ହାତ ପୁରାଇ କୋଲ୍ଟ ଡ୍ରିଙ୍କ ଚୋରି କରିବାକୁ ଲାଗେ । ବୋଧହୁଏ ସେ ପୂର୍ବରୁ ମଧ୍ୟ ଏପରି ଅନେକଥର କରିସାରିଛି । ତେଣୁ ଦୋକାନୀ ଏବଂ ତାର ସହଯୋଗୀ ସେହି ରାତି ପୂର୍ବରୁ ଚୋରକୁ ଅପେକ୍ଷା କରି ଲୁଚି ବସିଥାନ୍ତି ।

ବର୍ତ୍ତମାନ ଚୋର ଆସେ ଏବଂ କବାଟରେ ଲାଗିଥିବା ଜାଲରେ ହାତ ପୁରାଇ କୋଲ୍ଡ ଡ୍ରିଙ୍କ ଚୋରି କରିବାକୁ ଲାଗେ । କିନ୍ତୁ ଠିକ୍ ସେତିକିବେଳେ ପାଖରେ ଲୁଚି ରହିଥିବା ଦୋକାନୀ ସେହି ଚୋରର ହାତକୁ ଧରିନିଏ । ଏହା ଦ୍ବାରା ଚୋର ଅଟକି ଯାଏ । ବର୍ତ୍ତମାନ ସେ ପଳାଇ ମଧ୍ୟ ପାରେନାହିଁ ଏବଂ ସହଯୋଗୀ ସେଠାକୁ ଆସିଯାଏ । ଏହିପରି ଚୋର ବହୁତ୍ ଅସୁବିଧାରେ ପଡ଼ିଯାଏ । ସେ ଯେଉଁ ହାତରେ ସବୁଦିନ ଚୋରି କରୁଥିଲା, ତାର ଅବସ୍ଥା ଏବେ ଖରାପ୍ ହୋଇଯାଏ ।

ଦୃଶ୍ୟ ଦେଖି ହସି ହସି ଗଡ଼ିଗଲେ ଲୋକେ :-

ଚୋର ଧରାଯିବା ଏହି ଭିଡିଓକୁ ରୁମରେ ଲାଗିଥିବା ସିସିଟିଭି କ୍ୟାମେରା କଏଦ କରିନିଏ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓକୁ videonation.teb ନାମକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ସେୟାର କରିଛି । ଭିଡ଼ିଓରେ ମଜାଳିଆ କମେଣ୍ଟ ମଧ୍ଯ ଆସୁଛି । ଯେପରି ଜଣେ ୟୁଜର ଲେଖିଛନ୍ତି ‘ ଯେମିତି କରିବ, ସେମିତି ପାଇବ ।’ ଅନ୍ୟ ଜଣେ କହିଲା ‘ ବର୍ତ୍ତମାନ ସେ କୌଣସି ସ୍ଥାନରେ ଚୋରି କରିବା ପୂର୍ବରୁ ଦଶ ଥର ଭାବିବ ।’ ତାପରେ ଆଉ ଜଣେ କହିବାକୁ ଲାଗିଲା ” ଚୋରକୁ ଧରିବାର ଏହି ଉପାୟ ଖୁବ୍ ମଜାଳିଆ ଥିଲା ।”

ଏଠାରେ ଦେଖନ୍ତୁ ଚୋର ଧରିବାର ଭିଡିଓ :-

Leave A Reply

Your email address will not be published.