ଆଧାର କାର୍ଡ ଦେଖାଇବା ପରେ ହିଁ ବିବାହରେ ଅତିଥିମାନଙ୍କୁ ମିଳିଲା ଖାଇବା, କଣ ଆପଣ ଏହା ପଛର କାରଣ ଜାଣିବାକୁ ଚାହୁଁଛନ୍ତି କି ?
Aadhaar Card In Wedding: କୁହାଯାଏ ଯେ କିଛି ଲୋକ ବିବାହ କରିବା କିମ୍ବା କରାଇବାରେ ଲକ୍ଷ ଲକ୍ଷ ଟଙ୍କା ଫିଙ୍ଗି ଦିଅନ୍ତି ଏବଂ ପରେ ଉଧାର ନେଇଥିବା ପଇସାକୁ ବର୍ଷ ବର୍ଷ ଧରି ସୁଝିଥାଆନ୍ତି । ବିବାହରେ କେବଳ ଗହଣା କିମ୍ବା ପୋଷାକ ଦେବା ନେବା ହୋଇନଥାଏ ବରଂ ଖାଇବାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ସରିଥାଏ । ବର୍ତ୍ତମାନ ଲୋକମାନେ ପ୍ରତି ପ୍ଲେଟ ହିସାବରେ ବିବାହର ବଜେଟ କରନ୍ତି । ଯଦି ଆପଣ କୌଣସି ସ୍ଥାନକୁ ଗେଷ୍ଟ ହାଉସ ବୁକ୍ କରିବାକୁ ଯିବେ, ତେବେ ଆପଣଙ୍କୁ ପଚରାଯିବ ଯେ ଆପଣଙ୍କର କେତେ ଗେଷ୍ଟ ଅଛନ୍ତି ଏବଂ ସେତେ ଅତିଥିଙ୍କ ହିସାବରେ ପ୍ରତି ପ୍ଲେଟକୁ ଯୋଡି ପଇସା ନିଆଯିବ । ବିବାହରେ ଆଶା ଠାରୁ ଅଧିକ ଅତିଥି ଆସିଲେ ମାମଲା ଆଉ କିଛି ଦେଖାଯାଏ ।
ବିବାହରେ ଅତିଥିଙ୍କୁ ଦେଖାଇବାକୁ ପଡ଼ିଲା ଆଧାର କାର୍ଡ :-
ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଅତିଥି ଖାଇବା ପାଇଁ ଆଧାର କାର୍ଡ ଦେଖାଇଲା । ୟୁପିରେ ବିବାହର ଅତିଥିଙ୍କୁ କଥିତ ଭାବରେ ଖାଇବାର ଅନୁମତି ଦେବା ପୁର୍ବରୁ ଆଧାର କାର୍ଡ ଦେଖାଇବା ପାଇଁ କୁହାଗଲା । ନିକଟରେ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ଗୋଟିଏ ବିବାହରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଲା । କର୍ମଚାରୀମାନେ ଅତିଥିମାନଙ୍କ ଠାରୁ ଖାଇବା ପାଇଁ ଅନୁମତି ଦେବା ପୂର୍ବରୁ ନିଜ ଆଧାର କାର୍ଡ ଦେଖାଇବା ପାଇଁ କହିଲେ । ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ଅତିଥିଙ୍କ ସଂଖ୍ୟା ଅନୁମାନ ଠାରୁ ଅଧିକ ଥିଲା । ପରିଣାମ ସ୍ବରୂପ କନ୍ୟାର ପରିବାର କେବଳ ସେହି ଲୋକଙ୍କୁ ଭୋଜନ ହଲରେ ପ୍ରବେଶ କରିବାର ଅନୁମତି ଦେଲେ, ଯେଉଁମାନଙ୍କ ପାଖରେ ଆଧାର କାର୍ଡ ଥିଲା ।
ଖାଇବା କମ୍ ହେବାରୁ କନ୍ୟାର ପରିବାରକୁ ଏପରି କରିବାକୁ ପଡିଲା :-
View this post on Instagram
ଯେଉଁ ଅତିଥିମାନଙ୍କ ପାଖରେ ଆଧାର କାର୍ଡ ନଥିଲା, ସେମାନେ ଭୋଜି ନଖାଇ ଫେରିଗଲେ । କନ୍ୟାର ପରିବାର ଦାବି କରିଛନ୍ତି ଯେ ଏପରି ଏଥିପାଇଁ କରାଗଲା, କାରଣ ଡକାଯାଇଥିବା ଅତିଥିଙ୍କ ଠାରୁ ଡକା ନ ଯାଇଥିବା ଲୋକ ଅଧିକ ଆସିଗଲେ, ଯେଉଁ କାରଣରୁ ଏପରି କରିବାକୁ ବାଧ୍ୟ ହେବାକୁ ପଡ଼ିଲା । ରିପୋର୍ଟରେ ଆଗକୁ କୁହାଯାଇଛି ଯେ ଘଟଣାଟି ସେପ୍ଟେମ୍ବର 21 ତାରିଖର ଅଟେ । ସେହି ସମୟରେ ହସନପୂର ଅଞ୍ଚଳରେ ଦୁଇଟି ଅଲଗା ଅଲଗା ବରଯାତ୍ରୀ ଉପସ୍ଥିତ ଥିଲେ ।
ଯେତେବେଳେ ଗୋଟେ ବରଯାତ୍ରୀକୁ ଖାଇବା ବଢ଼ାଗଲା, ସେତେବେଳେ ଅନ୍ୟ ପାର୍ଟିର ଅତିଥି ମଧ୍ୟ ଆସିଗଲେ, ଯାହାଦ୍ଵାରା ବାଢ଼ିବା ଲୋକ ବୁଝି ପାରିଲେ ନାହିଁ ଯେ କେଉଁ ଅତିଥି କେଉଁ ବିବାହର ଅଟନ୍ତି । ଏହାଦ୍ବାରା ବିବାହ ସମୟରେ ପାଟିତୁଣ୍ଡ ସୃଷ୍ଟି ହୋଇଗଲା । ଅତିଥିଙ୍କ ସଂଖ୍ୟା ଦେଖି ଝିଅଘର ଲୋକେ ଚିନ୍ତାରେ ପଡିଗଲେ ଏବଂ ଅତିଥିଙ୍କୁ ଭୋଜନ ସ୍ଥଳରେ ପ୍ରବେଶ କରିବାରୁ ଅଟକାଇ ଦିଆଗଲା ।