ଭାରତ ବନାମ ଅଷ୍ଟ୍ରେଲିଆ ଟି-୨୦ ସିରିଜ: ଟି-୨୦ ବିଶ୍ଵକପ ପୂର୍ବରୁ ଟ୍ରାକକୁ ଫେରିଲେ ଭାରତୀୟ ଦଳ, ଅଷ୍ଟ୍ରେଲିଆକୁ ହରାଇ ଏମିତି ରଚିଲେ ଇତିହାସ

0

Get real time updates directly on you device, subscribe now.

ଟି-୨୦ ବିଶ୍ଵକପ ପୂର୍ବରୁ ଭାରତୀୟ ଦଳକୁ ଏସିଆ କପରୁ ନିରାଶ ହୋଇ ଫେରିବାକୁ ପଡିଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଘରେ ହୋଇଥିବା ଟି-୨୦ ସିରିଜରେ ଭାରତ ଭଲ ପ୍ରଦର୍ଶନ ଦେଇ ୨-୧ ରେ ସିରିଜକୁ ନିଜ ନାମରେ କରିନେଇଛି। ମିଶନ ଟି-୨୦ ବିଶ୍ଵକପ ପୂର୍ବରୁ ଭାରତକୁ ବର୍ତ୍ତମାନ ମିଳିଥିବା ବିଜୟ ମନୋବଳକୁ ଆହୁରି ଅଧିକ ବଢାଇଦେବ। ଭାରତୀୟ ଦଳ ପାଇଁ ଏହି ସିରିଜରେ ଅନେକ ଖୁସିଖବର ମିଳିଛି, ଯାହାକି ବିଶ୍ଵକପ ପୂର୍ବରୁ ବହୁତ ଆବଶ୍ୟକ ଥିଲା।

ବିଶ୍ଵ ଚମ୍ପିୟାନ ଅଷ୍ଟ୍ରେଲିଆକୁ ହରାଇଲେ:-

ଭାରତୀୟ ଦଳ ହାଇଦ୍ରାବାଦରେ ହୋଇଥିବା ଟି-୨୦ରେ ୫ ୱିକେଟରେ ବିଜୟ ହାସିଲ କରିଲେ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲେ। ଉତ୍ତରରେ ଭାରତୀୟ ଦଳ ଶେଷ ଓଭରରେ ବିଜୟ ହାସିଲ କରିଲେ। ଏହା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ କବଜା କରିନେଲା। ଭାରତୀୟ ଦଳ ଟି-୨୦ରେ ନମ୍ବର-୧ ଦଳ ଅଟନ୍ତି, ଅଷ୍ଟ୍ରେଲିଆ ଏହି ସମୟରେ ଟି-୨୦ର ବିଶ୍ଵ ଚମ୍ପୟାନ ଅଟନ୍ତି। ଏହି କାରଣରୁ ଏହି ତିନୋଟି ମୁକାବିଲା ଉପରେ ସାରା ଦୁନିଆରା ନଜର ଥିଲା।

ପ୍ରଥମ ମ୍ୟାଚ: ଅଷ୍ଟ୍ରେଲିଆ ୪ ୱିକେଟରେ ଜିତିଲା

ଦ୍ଵିତୀୟ ମ୍ୟାଚ: ଭାରତ ୬ ୱିକେଟରେ ଜିଟିଏଲ(୮-୮ ଓଭର ମ୍ୟାଚ)
ତୃତୀୟ ମ୍ୟାଚ: ଭାରତ ୭ୱିକେଟ ଜିତିଲା

କୋହଲି ଓ ରୋହିତଙ୍କ ଫର୍ମ ଫେରିଆସିଲା:-

ଭାରତୀୟ ଦଳ ପାଇଁ ଏହି ସିରିଜରେ ବହୁତ କିଛି ହାସିଲ ହୋଇଛିମ ଯେଉଁଥିରେ ସବୁଠାରୁ ବଡ କଥା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଫର୍ମ ଫେରିବା। ବିରାଟ କୋହଲି ୩ ମ୍ୟାଚର ସିରିଜରେ ୭୬ ରନ କରିଲେ, ଏଥିରେ ଶେଷ ମ୍ୟାଚରେ ଖେଳା ଯାଇଥିବା ୬୩ ରନର ମ୍ୟାଚ ଜିତାଇବା ଇନିଙ୍ଗ୍ସ ସାମିଲ ଅଛି। ଯେତେବେଳେକି ଅଧିନାୟକ ରୋହିତ ଶର୍ମା ୩ଟି ମ୍ୟାଚରେ ୭୪ ରନ କରିଲେ, ଏଥିରେ ନାଗପୁରରେ ଖେଳାଯାଇଥିବା ଜବରଦସ୍ତ ୪୬ ରନର ଇନିଙ୍ଗ୍ସ ସାମିଲ ଅଛି।

ମିଳିଗଲା ରବୀନ୍ଦ୍ର ଜଡେଜାଙ୍କ ବିକଳ୍ପ:-

ଏସିଆ କପରେ ରବୀନ୍ଦ୍ର ଜଡେଜା ଆଘାତ ହୋଇଥିଲେ ସେତେବେଳେ ଭାରତୀୟ ଦଳକୁ ଝଟକା ଲାଗିଥିଲା। କାରଣ ତାଙ୍କର ଆଣ୍ଠୁରେ ଆଘାତ କାରଣରୁ ଟି-୨୦ ବିଶ୍ଵକପରୁ ବାହାରି ଯାଇଥିଲେ। ଏମିତିରେ ଅକ୍ଷର ପଟେଲଙ୍କୁ ଦଳକୁ ଅଣାଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜରେ ଅକ୍ଷରଙ୍କୁ ସୁଯୋଗ ମିଳିଥିଲା ଓ ସେ ନିଜର ଫିରିକିର ଜାଦୁ ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଅକ୍ଷରଙ୍କ ନିକଟରେ ଚାରି ଓଭର ବୋଲିଂ କରିବାର କ୍ଷମତା ଅଛି, ଏହା ସହିତ ସେ କିଛି ଭଲ ସଟ ମଧ୍ୟ ଖେଳନ୍ତି। ଅକ୍ଷର ୩ ମ୍ୟାଚର ଏହି ସିରିଜରେ ୮ ୱିକେଟ ନେଇଛନ୍ତି।

ଏହି ମାମଲାରେ ପାକିସ୍ତାନକୁ ପଛରେ ପକାଇଲେ:-

ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତିବା ସହିତ ଏକ ବର୍ଡ ରେକର୍ଡ ମଧ୍ୟ କରିଲେ। କୌଣସି ଏକ କ୍ଯାଲେଣ୍ଡର ବର୍ଷରେ ଟି-୨୦ ଫର୍ମାଟରେ ସବୁଠାରୁ ଅଧିକ ବିଜୟ ରେକର୍ଡ ବର୍ତ୍ତମାନ ଭାରତ ନାମରେ ହୋଇଗଲା। ଭାରତ ଏ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ଟି ମ୍ୟାଚ ଜିତିଛି। ପ୍ରଥମେ ଏହି ରେକର୍ଡ ପାକିସ୍ତାନ ନାମରେ ଥିଲା। ଭାରତୀୟ ଦଳ ୨୦୨୨ ମସିହାରେ ୨୮ଟି ଟି-୨୦ ମ୍ୟାଚ ଖେଳିଥିଲା। ଏଥିରେ ୨୧ଟିରେ ବିଜୟ ମିଳିଛି। ୨୦୨୧ ମସିହାରେ ପାକିସ୍ତାନ ୨୦ଟି ମ୍ୟାଚ ଜିତିବାର ରେକର୍ଡ କରିଥିଲା।

Leave A Reply

Your email address will not be published.