300 KG ଓଜନ, 30 ସିଗାରେଟ ଏବଂ 4 ଲିଟର କୋଲ୍ଡ ଡ୍ରିଙ୍କ ! ଇଏ କି ପ୍ରକାରର ଡାଇଟିଂ!

0

Get real time updates directly on you device, subscribe now.

କିଛି ସମୟ ପୂର୍ବରୁ ନିଜର ଭୁଲ ଖାଇବା ଅଭ୍ୟାସ କାରଣରୁ ଜଣେ ବ୍ୟକ୍ତିଙ୍କ ଓଜନ ପ୍ରାୟ 320 କିଲୋ ହୋଇଯାଇଥିଲା । ତାଙ୍କ ଓଜନ ଏତେ ବଢ଼ିଯାଇଥିଲା ଯେ ତାଙ୍କୁ ମେଡିକାଲ୍ ଏମରଜେନ୍ସି ପାଇଁ ଝରକା ଭାଙ୍ଗି କ୍ରେନ୍ ମେସିନ୍ ଦ୍ଵାରା ହସ୍ପିଟାଲ୍ ନିଆଗଲା । ସେ ଇଣ୍ଟରଭୀୟୁ ସମୟରେ ଦ ସନ୍ ସହ ନିଜ ଖାଇବା ଅଭ୍ୟାସ ବିଷୟରେ କଥାବାର୍ତ୍ତା ହୋଇଥିଲେ । ତେବେ ଚାଲନ୍ତୁ ଜାଣିବା ଏ ବ୍ୟକ୍ତି କିଏ ଏବଂ ତାଙ୍କ ଓଜନ କିପରି ବଢିଥିଲା ?

କିଏ ଏହି ବ୍ୟକ୍ତି :-

ଏହି ବ୍ୟକ୍ତି ବ୍ରିଟେନର ବାସିନ୍ଦା ଅଟନ୍ତି ଏବଂ ୟୁକେର ସବୁଠାରୁ ଏହି ଭାରି ବ୍ୟକ୍ତିଙ୍କ ନାମ ହେଉଛି ଜେଶନ ହୋଲ୍ଟନ, ଯାହାଙ୍କ ବୟସ ହେଉଛି 32 ବର୍ଷ । କୁହାଯାଉଛି ଯେ ତାଙ୍କ ଓଜନ ପ୍ରାୟ 320 କେଜି ଥିଲା, କିନ୍ତୁ ସେ କିଛି ଓଜନ କମ କରିଦେଲେ । ବର୍ତ୍ତମାନ୍ ସେ ପ୍ରାୟ 298-200 କେଜି ଅଛନ୍ତି । ଏହି ବ୍ୟକ୍ତିଙ୍କ ବିଷୟରେ କୁହାଯାଏ ଯେ କିଛି ସମୟ ପୂର୍ବରୁ ସେ ମରୁ ମରୁ ବଞ୍ଚିଛନ୍ତି । କୁହାଯାଏ ଯେ ଗୋଟେ ସମୟରେ ତାଙ୍କୁ ମେଡିକାଲ୍ ଏମରଜେନ୍ସି ପାଇଁ ତୁରନ୍ତ ହସ୍ପିଟାଲ୍ ନେବାକୁ ଦରକାର୍ ହେଲା । କିନ୍ତୁ ତାଙ୍କ ଓଜନ ଏତେ ଅଧିକ ଥିଲା ଯେ ତାଙ୍କୁ ହସ୍ପିଟାଲ୍ ନେବାପାଇଁ 30 ଜଣ ଫାୟାରମ୍ୟାନ ଏବଂ ଇଞ୍ଜିନିୟର ଟିମ୍ କ୍ରେନ ସାହାଯ୍ୟରେ 7 ଘଣ୍ଟାରେ ଯାଇ ହସ୍ପିଟାଲ୍ ନେଇଥିଲେ ।

ସିଗାରେଟ, କୋଲ୍ଟଡ୍ରିଙ୍କ ଛାଡ଼ିବାରୁ କମିଲା ଓଜନ :-

The sun ଅନୁଯାୟୀ, ବର୍ତ୍ତମାନ ଜେସନଙ୍କ ଓଜନ ପ୍ରାୟ 298 କେଜି ଅଛି । ଜେସନଙ୍କର ଅନଲାଇନ୍ ଫୁଡ୍ ଅର୍ଡର କରିବାର ଅଭ୍ୟାସ ହୋଇଯାଇଥିଲା । ସେ ଯେତେବେଳେ ଇଚ୍ଛା କରନ୍ତି, ଅନଲାଇନ୍ ଫୁଡ୍ ମଗାଇଥାନ୍ତି । ଏହି ଅଭ୍ୟାସ କାରଣରୁ ହିଁ ତାଙ୍କର ଓଜନ ବଢ଼ିବାକୁ ଲାଗିଥିଲା ଏବଂ ତାଙ୍କର ସର୍ବାଧିକ ଓଜନ 320 କିଲୋରେ ପହଞ୍ଚିଥିଲା ।

ପୂର୍ବରୁ ନେଉଥିଲେ ଏପରି ଡାଇଟ :-

ଜେସନ ପୂର୍ବରୁ ପ୍ରାୟ 5-6 ଲୋକଙ୍କ ଯେତେ ଖାଇବା ଖାଉଥିଲେ । ରିପୋର୍ଟ୍ ଅନୁଯାୟୀ, ସେ ହସ୍ପିଟାଲରେ ଆଡମିଟ ହେବା ପୂର୍ବରୁ ପ୍ରାୟ 10 ହଜାର କ୍ୟାଲୋରୀ ନେଉଥିଲେ । ସେ ଜଳଖିଆରେ କବାବ ଓ ଚିପ୍ସ(2500 କ୍ୟାଲୋରୀ), ପପ୍ ଟାର୍ଟସ (ପ୍ରତ୍ୟେକ ଥର 200 କ୍ୟାଲୋରୀ) ନେଉଥିଲେ ।

ଲଞ୍ଚରେ ତିନୋଟି ବଡ ଚିକେନ ନୁଡ଼ଲସ(2500 କ୍ୟାଲୋରୀ), ଝିଙ୍ଗା କ୍ରେକର୍ସ (400 କ୍ୟାଲୋରୀ) ଏବଂ ଝିଙ୍ଗା ଟୋଷ୍ଟ (300 କ୍ୟାଲୋରୀ) ନେଉଥିଲେ । ରାତି ଖାଇବାରେ ଦୁଇଟି ପନିର ସ୍ୟାଣ୍ଡୱିଚ (1000 କ୍ୟାଲୋରୀ), ଦୁଇଟି ଚକ୍ଲେଟ୍ ବାର (1000 କ୍ୟାଲୋରୀ), କ୍ରିସ୍ପର ତିନୋଟି ପ୍ୟାକେଟ(500 କ୍ୟାଲୋରୀ), ପ୍ରାୟ 1.5 ଲିଟର କମଳା ରସ(800 କ୍ୟାଲୋରୀ) ଏବଂ ସଫ୍ଟଡ୍ରିଙ୍କ ପାଞ୍ଚଟି କେନ୍(700 କ୍ୟାଲୋରୀ) ନେଉଥିଲେ । ଏହାବ୍ୟତୀତ ଦିନରେ ଅତି କମରେ 30 ଟି ସିଗାରେଟ ଟାଣୁଥିଲେ ।

ଜୁନ୍ 4 ତାରିଖରେ ଅଚାନକ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ସେ ଦିନେ ପୂର୍ବରୁ 30 ରୁ ଅଧିକ ସିଗାରେଟ ଟାଣିଲେ ନାହିଁ । ସେ ହସ୍ପିଟାଲରେ ଦୁଇମାସ ବିତାଇଲେ ଏବଂ ଅଗଷ୍ଟ ମାସ ଆରମ୍ଭରୁ ହିଁ ନର୍ସିଂ ହୋମରେ ଅଛନ୍ତି ।

Leave A Reply

Your email address will not be published.