ଟି-୨୦ ବିଶ୍ଵକପ ପୂର୍ବରୁ ICC ନେଲା ବଡ ନିଷ୍ପତ୍ତି, ପରିବର୍ତ୍ତନ ହେଲା କ୍ରିକେଟର ଏହି ସବୁ ନିୟମ

0

Get real time updates directly on you device, subscribe now.

ଆଇସିସି ଟି-୨୦ ବିଶ୍ୱକପ ପୂର୍ବରୁ ନେଲା ଏକ ବଡ ନିଷ୍ପତ୍ତି। ୨୦୨୨ ଅକ୍ଟୋବର ୧ ତାରିଖରୁ କ୍ରିକେଟର ଅନେକ ନିୟମ ବଦଳିଯିବ। ଆଇସିସି କ୍ରିକେଟରେ ଅନେକ ନୂଆ ନିୟମ ଲାଗୁ କରିଛି। ଏହି ନୂଆ ନିୟମ ସହିତ ଟି-୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ପୁରୁଷ କ୍ରିକେଟ କମିଟି(MCC) ର ୨୦୧୭ ନିୟମ ତୃତୀୟ ସଂସ୍କରଣରେ ଖେଳ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଏହି ସୁପାରିଶ କରିଥିଲା। ଏହି ସୁପାରିଶ କ୍ରମେରେ ଏହି ନିୟମ ଗୁଡିକରେ ପରିବର୍ତ୍ତନ କରାଯାଇଛି।

ଏହି ନୂଆ ନିୟମ ଅକ୍ଟୋବର ୧ ତାରିଖ ୨୦୨୨ ମସିହାରୁ କାର୍ଯ୍ୟକାରୀ ହେବ। ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ ଖେଳ ଏହି ନୂଆ ନିୟମ ଆଧାରରେ ଖେଳାଯିବ। ଆସନ୍ତା ଅକ୍ଟୋବରରୁ ଟି-୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଏଥିପାଇଁ ବହରତୀୟ ଦଳର ଖେଳାଳୀଙ୍କ ନାମ ମଧ୍ୟ ଘୋଷଣା ହୋଇସାରିଛି।

ନୂଆ ନିୟମ:-

– ଆଇସିସିର ନୂଆ ନିୟମ ଅନୁଯାୟୀ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନୂଆ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକ କରିବାକୁ ଆସିବେ। ପୂର୍ବରୁ ବ୍ୟାଟିଂ କରି କ୍ୟାଚଆଉଟ ହୋଇଥିଲେ ମଧ୍ୟ ସେହି ସମୟରେ ନନଷ୍ଟ୍ରାଇକ ଏଣ୍ଡରେ ନୂଆ ବ୍ୟାଟ୍ସମ୍ୟାନ ଆସି ଖେଳନ୍ତି। କିନ୍ତୁ ବର୍ତ୍ତମାନ ଆଉ ସେମିତି ହେବନାହିଁ।

– କରୋନାକୁ ଆଖି ଆଗରେ ରଖି ଗତ ୨ ବର୍ଷ ହେଲାଣି ବଲରେ ଛେପ ବା ଲାଳ ଲଗାଇବାକୁ ବ୍ୟାନ କରାଯାଇଥିଲା। ତେବେ ଏହି ନିୟମ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି।

– କୌଣସି ଖେଳାଳି ବଲରେ ନିଜର ଲାଳ ଲଗାଇପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ଠାରୁ ଏହା ସବୁଦିନ ପାଇଁ ଲାଗୁ କରାଗଲା।

– ଟେଷ୍ଟ କିମ୍ବା ଦିନିକିଆ ମ୍ୟାଚରେ ବ୍ୟାଟ୍ସମ୍ୟାନ ବ୍ୟାଟିଂ ପାଇଁ ୨ ମିନିଟ ସମୟ ମଧ୍ୟରେ ଷ୍ଟ୍ରାଇକ ନେବାକୁ ହେବ। ଟି-୨୦ରେ ଏହାର ସୀମା ୯୦ ସେକେଣ୍ଡ ରହିବ। ଏହା ପୂର୍ବରୁ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ପାଇଁ ୩ ମିନିଟ ସମୟ ରହିଥିଲା। କିନ୍ତୁ ବର୍ତ୍ତମାନ ଏହି ନିୟମକୁ ପରିବର୍ତ୍ତନ ବଦଳିଯିବ। ଏହି ସମୟରେ ବ୍ୟାଟ୍ସମ୍ୟାନ ନ ଆସିଲେ ଫିଲ୍ଡିଂ ଅଧିନାୟକ ଏକ ଆଉଟ ଦାବି କରିପାରିବେ।

– ଯଦି ଫିଲ୍ଡିଂ ସମୟରେ ଖେଳାଳି ଜାଣିଶୁଣି ଭୁଲ ଭାବରେ ମୁଭମେଣ୍ଟ କରନ୍ତି, ତେବେ ବ୍ୟାଟ୍ସମ୍ୟାନଙ୍କୁ ୫ ରନର ପେନାଲିଟ ମିଳିବ। ପ୍ରଥମେ ଏହି ବଲକୁ ଡେଡ ବଲ ବୋଲି କୁହାଯାଉଥିଲା କିମ୍ବା ସଟକୁ କ୍ୟାନସଲ କରାଯାଉଥିଲା।

– କୌଣସି ବଲ ପିଚରୁ ଦୂରରେ ପଡିଲେ ମଧ୍ୟ ବ୍ୟାଟ୍ସମ୍ୟାନକୁ ପିଚରେ ରହିବାକୁ ହେବ। ଯଦି କୌଣସି ବ୍ୟାଟ୍ସମ୍ୟାନ ପିଚର ବାହାରକୁ ଚାଲିଯାନ୍ତି, ତେବେ ଅମ୍ପାୟର ଏହାକୁ ଡେଡ ବଲ ବୋଲି ଘୋଷଣା କରିବେ। ଯଦି ଏମିତି ବଲରେ ବ୍ୟାଟ୍ସମ୍ୟାନ ପିଚ ଛାଡି ସର୍ଟ ଖେଳିବାକୁ ମଧ୍ୟ ବାଧ୍ୟ ହୋଇଥାନ୍ତି, ତେବେ ଏହି ବଲକୁ ନୋ ବଲ ବୋଲି ଘୋଷଣା କରାଯିବ।

– ସ୍ଲୋ ଓଭର ରେଟ ନିୟମ ଜାନୁଆରୀ ୨୦୨୨ ରୁ ଟି-୨୦ ଫର୍ମାଟରେ ଲାଗୁ କରାଯିବ। ସ୍ଲୋ ଓଭର ପାଇଁ ଦଳ ଉପରେ ଜରିମାନା ମଧ୍ୟ ଲଗାଯିବ। ବର୍ତ୍ତମାନ ଏହି ନିୟମ ଦିନିକିଆରେ ମଧ୍ୟ ଲାଗୁ କରାଯିବ।

Leave A Reply

Your email address will not be published.