ବଡ ଖବର : ଅକ୍ଟୋବର ୧ରୁ ନୁଆଁ ନମ୍ବର ପ୍ଲେଟ ଲଗାଇ ନଥିଲେ,ଦେବାକୁ ପଡିବ ୧୦,୦୦୦ ଟଙ୍କା ଜୋରିମାନା

0

Get real time updates directly on you device, subscribe now.

ନୂଆ ନମ୍ୱର୍ ପ୍ଲେଟ୍‌ ଲଗାଇନଥିଲେ ଅକ୍ଟୋବରରୁ କଟିବ ଫାଇନ୍‌।ଏଣିକି ସାଧାରଣ ନମ୍ବର ପ୍ଲେଟ୍‌ ବଦଳରେ ଆପଣ ନିଜ ନିଜ ଗାଡିରେ ଲଗାଇବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌।କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଞ୍ଚ ବେଳେ ଆଉ ସବୁ କିଛି ନିୟମକୁ କଡାକଡି ଭାବେ ପାଳନ କରାଯିବ । ଅର୍ଥାତ ଟ୍ରାଫିକ ନିୟମ ଉଲଂଘନ, ହେଲମେଟ୍ ନ ପିନ୍ଧିବା, ମଦ ପିଇ ଗାଡ଼ି ଚଳାଇବା ଆଦି ଧରାପଡିଲେ ମୋଟା ଆକାରର ତଣ୍ଡ ଗଣିବାକୁ ପଡ଼ିବ । ଏପରିକି ଟ୍ରାଫିକ ପୋଲିସ ନଥିଲେ ଖିଲାପକାରୀଙ୍କୁ ଧରିବ କ୍ୟାମେରା । ଆଉ ସେମାନଙ୍କ ଘରକୁ ପଠାଇ ଦିଆଯିବ ଇ-ଚାଲାଣ ।

ଯେଉଁ ପୁରୁଣା ଗାଡିର ନମ୍ବର ୧,୨,୩ ଆଉ ୪ରେ ଶେଷ ହେଉଛି । ସେମାନେ ସେପ୍ଟେମ୍ବର ୩୦ ସୁଦ୍ଧା ନିଜନିଜ ଗାଡିରେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ । ଏହାସହ ୫ ଓ ୬ ନମ୍ବରରେ ଶେଷ ହେଉଥିବା ଗାଡି ପାଇଁ ବି ଅକ୍ଟୋବର ୩୧ ରହିଛି ଶେଷ ତାରିଖ। ଏହାସହ ଯେଉଁ ଗାଡିର ନମ୍ବର ୭ ଓ ୮ରେ ଶେଷ ହେଉଛି ସେଇ ଗାଡି ଚାଳକମାନେ ନଭେମ୍ବର ୩୦ ସୁଦ୍ଧା ନିଜ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ ।ନିୟମ ଉଲଙ୍ଘନକାରୀଙ୍କୁ ଆଉ ନିସ୍ତାର ନାହି,୧୦ ହଜାର ପର୍ଯ୍ୟନ୍ତ ଦେବାକୁ ପଡିପାରେ ଜୋରିମାନା।ଯେଉଁମାନେ ଟ୍ରାଫିକ ନିୟମ ମାନୁନାହାନ୍ତି, ଡିସେମ୍ବର ୧ରୁ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ଏଣିକି କେବଳ ଇ-ମେସିନରେ ଚାଲାଣ କଟାଯିବ । ମାନୁଆଲ ଚାଲାଣକୁ ସଂପୂର୍ଣ୍ଣ ବନ୍ଦ କରାଯିବ । ଟ୍ରାଫିକ ପୁଲିସ ଧରୁ ବା ନଧରୁ ଚାଲାଣ କିନ୍ତୁ ନିଶ୍ଚୟ କଟିବ । ଅଟୋମେଟିକ ନମ୍ବର ପ୍ଲେଟ୍ ରିଡର ଓ ଟ୍ରାଫିକ ଭାଓଲେଟର ଡିଟେକସନ ସିଷ୍ଟମ ମାଧ୍ୟମରେ ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।ସେହିପରି ୯ ଓ ୦ରେ ଶେଷ ହେଉଥିବା ଗାଡି ନମ୍ବର ଡିସେମ୍ବର ୩୧ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର ମାଧ୍ୟମରେ ଗାଡିର ନମ୍ବର ପ୍ଲେଟ୍ କଏଦ ହେବ ଓ ଗାଡି ଚାଳକଙ୍କ ଘରକୁ ଡାକ ଯୋଗେ ଇ-ଚାଲାଣ ପଠାଯିବ । ଠିକ୍ ସମୟରେ ଫାଇନ ନଦେଲେ ସୁଧ ସହ ଦେବାକୁ ପଡିବ ଜରିମାନା ।

Leave A Reply

Your email address will not be published.