କଳିଯୁଗର ସ୍ତ୍ରୀ : ସ୍ୱାମୀକୁ ବିଷ ଦେଇ କରିଦେଲା ରୁମ୍ ବନ୍ଦ, ସେ ଛଟପଟ ହେଲା, ଆଉ ସ୍ତ୍ରୀ ନିଜ ପ୍ରେମିକ ସହ ଏପଟେ କଲା ରାସଲୀଳା,ଜାଣନ୍ତୁ ପୁରା ଘଟଣା
ପ୍ରେମ ଯେତିକି ଭଲ ହୋଇଥାଏ ସେତିକି ବିପଜ୍ଜନକ ମଧ୍ୟ ପ୍ରମାଣିତ ହୋଇଥାଏ । ପ୍ରେମରେ ଲୋକମାନେ ଏତେ ଅନ୍ଧ ହୋଇଯାନ୍ତି ଯେ କାହାର ଜୀବନ ମଧ୍ୟ ନେଇଯାଆନ୍ତି । ବର୍ତ୍ତମାନ୍ ବିହାରର ସୀତାମଢ଼ୀର ଏହି ଆଶ୍ଚର୍ଯ୍ୟଜନକ ମାମଲାକୁ ହିଁ ନିଅନ୍ତୁ । ଏଠାରେ ପ୍ରେମିକର ପ୍ରେମରେ ପାଗଳ ଜଣେ ସ୍ତ୍ରୀ ସ୍ୱାମୀର ଖାଇବାରେ ବିଷ ଦେଇଦେଲା । ତାପରେ ସ୍ବାମୀ ଘଣ୍ଟା ଘଣ୍ଟା ଧରି ବେଡରେ ଛଟପଟ ହୋଇଚାଲିଲା ଏବଂ ସ୍ତ୍ରୀ ପ୍ରେମିକ ସହ ଚାଟିଂ କରି ଚାଲିଲା । କିନ୍ତୁ ତାପରେ ଯାହା ହେଲା, ତାହା କୌଣସି ଚମତ୍କାର ଠାରୁ କମ୍ ନଥିଲା ।
ସ୍ୱାମୀକୁ ଦେଲା ଖାଇବାରେ ବିଷ :-
ବାସ୍ତବରେ ଏହି ପୁରା ମାମଲା ସୀତାମଢ଼ୀ ଜିଲ୍ଲାର ପୂପରି ଥାନା ଅଂଚଳର ଦୁମହାରପଟ୍ଟି ଗାଁର ଅଟେ । ଏଠାରେ ବଟୋହି ରାୟଙ୍କ ପୁଅ ଅଜୟ କୁମାରଙ୍କ ବିବାହ ପୂତୁଲ କୁମାରୀ ସହିତ ହୋଇଥିଲା । ସୋମବାର ଦିନ ରାତିରେ(ସେପ୍ଟେମ୍ବର 12 ତାରିଖ) ଯେତେବେଳେ ସ୍ବାମୀ ଖାଇବାକୁ ବସିଲା, ସେତେବେଳେ ସ୍ତ୍ରୀ ଚାଲାକିର ସହିତ ତାଙ୍କ ଖାଇବାରେ ବିଷ ମିଶାଇଦେଲା । ଏହାପରେ ସ୍ୱାମୀର ଅବସ୍ଥା ଖରାପ ହେବାରେ ଲାଗିଲା । ତାଙ୍କୁ ବାରମ୍ବାର ବାନ୍ତି ଲାଗିଲା । ଆଖି ସାମ୍ନାରେ ସବୁ ଅସ୍ପଷ୍ଟ ଦେଖାଗଲା ।
ଛଟପଟ ହେଉଥିବା ସ୍ୱାମୀକୁ ରୁମରେ ବନ୍ଦ୍ କରି ପ୍ରେମିକ ସହ କଥା ହେବାକୁ ଲାଗିଲା :-
ଏପଟେ ସ୍ବାମୀ ବେଡରେ ଛଟପଟ ହେଉଥିଲା ଏବଂ ସେପଟେ ସ୍ତ୍ରୀ ମଜାରେ ପ୍ରେମିକ ସହିତ ଚାଟିଙ୍ଗ କରୁଥିଲା । ସେ ନିଜ ସ୍ୱାମୀକୁ ଗୋଟିଏ ରୁମରେ ବନ୍ଦ୍ କରିଦେଇଥିଲା । ସେ କେବଳ ତାଙ୍କ ମରିବା ସମୟକୁ ଅପେକ୍ଷା କରିଥିଲା । କିନ୍ତୁ ଭଗବାନ ମଧ୍ୟ ସତ୍ୟର ପକ୍ଷ ନେଲେ । ପୀଡିତଙ୍କ ବାପାଙ୍କୁ କୌଣସି ପ୍ରକାରେ ସନ୍ଦେହ ହେଲା ଯେ ତାର ପୁଅ ଠିକ୍ ନାହିଁ । ଏପରି ପରିସ୍ଥିତିରେ ପରିବାର ଲୋକେ ତାଙ୍କୁ ପାଖ ପିଏଚସିକୁ ନେଇଗଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ଏସକେଏମସିଏଚ ମୁଜଫରପୂର୍ ରେଫର୍ କରିଦେଲେ ।
ଚିକିତ୍ସା ପରେ ଠିକ୍ ହେଲା ସ୍ବାମୀ :-
ରେଫର ସମୟରେ ଅଜୟଙ୍କ ଅବସ୍ଥା ବହୁତ୍ ଗୁରୁତର ଥିଲା । ତେବେ ମୁଜଫରପୂରରେ ଚିକିତ୍ସା ହେବାପରେ ତାଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିଲା । ସେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି । ସେପଟେ ଅଜୟଙ୍କ ପରିବାର ଲୋକେ ନିଜ ବୋହୂ ବିରୋଧରେ ଥାନାରେ କେସ କରିଛନ୍ତି । ଅଜୟଙ୍କ ବାପା କହିଛନ୍ତି ଯେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ସମୟ ଧରି ପାରିବାରିକ କଳହ ଚାଲିଥିଲା । ବୋହୂର ଜଣେ ପ୍ରେମିକ ମଧ୍ୟ ଅଛି । ସେ ପ୍ରେମିକ ସହ ମିଶି ମୋ ପୁଅକୁ ରାସ୍ତାରୁ ହଟାଇବାକୁ ବିଷ ଦେଇଦେଲା । ବୋହୂକୁ କଠୋରରୁ କଠୋର ଦଣ୍ଡ ଦେବା ଉଚିତ୍ ।