ମୁଁ ସହି ପାରିଲିନି ମୋ ବୋହୂର ଅତ୍ୟାଚାର,ସେଥିପାଇଁ ନେଲି ଏମିତି ନିଷ୍ପତି ….

0

Get real time updates directly on you device, subscribe now.

ଲୁହରେ ଛଳଛଳ ଆଖି ଓ ବୟସର ଅପରାହ୍ନରେ ବୃଦ୍ଧଙ୍କର ଅବସ୍ଥା ଦେଖିଲେ ବହୁତ ଦୁଃଖ ଲାଗୁଛି। ଏ ମଉସା ଜଣକ କିଛି କହିପାରୁନାହାନ୍ତି ସତ କିନ୍ତୁ ତାଙ୍କର ଏହି ଲୁହ ଭିଜା ଆଖି ଦେଖିଲେ ସବୁକିଛି ବୁଝି ହେଉଛି। ଆଯ ବୋହୁ ତାଙ୍କୁ ଅକଥନୀୟ ଅତ୍ୟାଚାର କରୁଅଛି। ଆଉ ଯେଉଁ ପୁଅକୁ ଜନ୍ମ କରିଥିଲେ ସେହି ପୁଅ ଆଜି ତାଙ୍କୁ ଘରୁ ବାହାରିଯିବାକୁ କହୁଛି। ଏ ବୃଦ୍ଧଜଣକ ହେଉଛି ଗୋଖରାମ ପଲାଇ। ତାଙ୍କର ଘର ହେଉଛି କେନ୍ଦ୍ରପଡା ଜିଲ୍ଲାରେ।

କେନ୍ଦ୍ରାପଡା ଜିଲ୍ଲାର ମର୍ଶାଘାଇ ଥାନା ଅଞ୍ଚଳରେ। ଚଣ୍ଡିଖୋଲ-ପାରାଦ୍ଵୀପ ୫୩ ନମ୍ବର ଜାତୀୟ ରାଜପଥ ମର୍ଶାଘାଇ ଥାନା ଅଞ୍ଚଳରେ ଯାଉଥିବା କୁସୁମପୁର ନିକଟରେ ଲୁଣା ନଦୀକୁ ଦେଇ ଜଣେ ବୃଦ୍ଧ ନିଜର ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି। ନଦୀରେ କିଛି ପଡିବାର ଶବ୍ଦ ଶୁଣିବା ପରେ ପାଖରେ ମାଛ ଧରୁଥିବା କିଛି ବ୍ୟକ୍ତି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରିଥିଲେ ଓ ତାଙ୍କର ଜୀବନକୁ ରକ୍ଷା କରିଥିଲେ।

ଯେତେବେଳେ ବୃଦ୍ଧଙ୍କୁ ଆତ୍ମହତ୍ୟା କରିବାର କାରଣ ପଚରାଯାଇଥିଲା ସେ କହିଥିଲେକି, ମୁଁ ଆଉ ସହିପାରିଲିନି ବୋହୁର ଅତ୍ୟାଚାର। ଆଉ କେତେ ସହିବି। ସବୁବେଳେ ମୋ ପୁଅକୁ ଫୋନ କରି ମୋ ବିରୁଦ୍ଧରେ କହୁଥିବ। ଆଉ ମୋ ପୁଅ ମୋତେ ବହୁତ ଗାଳି କରୁଛି। ମତେ ମୋ ବୋହୁ ଠିକରେ ଖାଇବାକୁ ଦେଉନାହିଁ। ଗୋଟେ ଓଳି ଖାଇବାକୁ ଦେଲେ ଗୋଟେ ଓଳି ଖାଇବାକୁ ଦେଉନି। ବେଳେବେଳେ ଗୋଟିଏ ଦିନ ମଧ୍ୟ ଖାଇବାକୁ ଦେଉନି। ଆଉ ମୋ ଦେହରେ ଏତେ ଶକ୍ତି କେଉଁଠୁ ଆସିବ ମୁଁ ନିଜ ପାଇଁ ଖାଇବା କେଉଁଠୁ ଆଣିବି। ମୋତେ ମୋ ପୁଅ ଆଉ ବୋହୁ ଉଭୟ ଘରୁ ବାହାରିଯିବା ପାଇଁ କହୁଛନ୍ତି। ମୁଁ ଆଉ କେତେବା ସହିବି। ସେଥିପାଇଁ ଆଜି ଆତ୍ମହତ୍ୟା କରିବାକୁ ଆସିଥିଲି। କିନ୍ତୁ ଏ ଭାଇମାନେ ମୋତେ ରକ୍ଷା କରିଦେଲେ। ମୁଁ ମୋ ପୁଅ ଆଉ ବୋହୁର ଅତ୍ୟାଚାର ଆଦୌ ସହିପାରୁ ନାହିଁ। ଯଦି ଏହି ବ୍ୟକ୍ତିମାନେ ଠିକ ସମୟରେ ପହଞ୍ଚିନଥାନ୍ତେ ହୁଏତ ଏହି ବୃଦ୍ଧଙ୍କର ଜୀବନ ଚାଲିଯାଇଥାନ୍ତା।

Leave A Reply

Your email address will not be published.