ଯୁକ୍ତ ତିନି ପରୀକ୍ଷା ଦେବେ ପ୍ରଧାନମନ୍ତ୍ରୀ ମୋଦି ଓ ମହେନ୍ଦ୍ର ସିଂହ ଧୋନି ! ଆସିଲା ଆଡମିଟ କାର୍ଡ !

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆରେ ଅନେକ ସବୁ କଥା ଭାଇରାଲ୍ ହୋଇଥାଏ, ଆଉ ଅନେକ ଲୋକମାନେ ଏଠାରେ ସବୁବେଳେ ଅନେକ କଥାକୁ ନେଇ ବେଶ୍ ଚର୍ଚ୍ଚାରେ ମଧ୍ୟ ଥାଆନ୍ତି। ଦୁନିଆରେ ଆଜିକାଲି ଅନେକ ପ୍ରକାରର ଘଟଣାମାନ ସବୁ ଘଟୁଛି ଆଉ ସେହି ସବୁ ପ୍ରାୟତଃ ସୋସିଆଲ୍ ମିଡିଆରେ ବି ଭାଇରାଲ୍ ହେଉଛି। ସେହିସବୁ ଖବର ମଧ୍ୟରୁ କିଛି ଭିଡିଓ ଏବଂ ଘଟଣା ଏପରି ଥାଏ ଯାହାକି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଇଥାଏ।

ବିଦ୍ୟାଳୟରେ ପିଲା ମାନଙ୍କ ଦ୍ୱାରା କିଛି ଭୁଲ୍ ହେଲେ ତାଙ୍କ ଶିକ୍ଷକ ମାନେ ତାଙ୍କୁ ତାଗିଦ୍ କରିଥାଆନ୍ତି ତାଙ୍କୁ ବୁଝାଇ ଥାଆନ୍ତି ଆଉ ଯଦି ଭୁଲ୍ ଟି ବହୁତ ବଡ ହୋଇଥାଏ ତେବେ ତାହାକୁ ପୁଣିଥରେ ନ ଦୋହରାଇବା ପାଇଁ ଏବଂ ଭୁଲ୍ କୁ ସୁଧାରିବା ପାଇଁ ତାଙ୍କୁ ମାଡ ମଧ୍ୟ ମାରି ଥାଆନ୍ତି। ଯଦି ପିଲାଙ୍କ ଜାଗାରେ ଶିକ୍ଷକ ମାନେ ହିଁ ଭୁଲ୍ କରନ୍ତି ଭୁଲ୍ ପୁଣି କଣ ପିଲାଙ୍କ ପରୀକ୍ଷା ଆଡ୍ମିଟ୍ କାର୍ଡରେ ପିଲାଙ୍କ ଅଭିଭାବକଙ୍କ ନାମ ଜାଗାରେ ବଲିଉଡ୍ ର ହିରୋ ହିରୋଇନ୍ ଙ୍କ ନାମ ରୁହେ ତାହା ହେଲେ କଣ କରାଯିବ। ବିହାରରୁ ଏଭଳି କିଛି ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି।

ବିହାରସ୍ଥିତ ଲଳିତ ନରାୟଣ ମିଥିଳା ବିଶ୍ୱବିଦ୍ୟାଳୟର ଆଡମିଟ୍ କାର୍ଡରେ ନରେନ୍ଦ୍ର ମୋଦୀ ଏବଂ ମହେନ୍ଦ୍ର ସିଂହ ଆଦିଙ୍କ ନାମ ଏବଂ ଫଟୋ ଛପା ଯାଇଥିବା କଥା ସାମ୍ନାକୁ ଆସିଛି। ତେବେ ଏହା ଗୋଟିଏ ନୁହଁ ଏକାଧିକ କଲେଜର ଆଡମିଟ କାର୍ଡ଼ରେ ତ୍ରୁଟି ହୋଇଛି।ଦରଭଙ୍ଗାସ୍ଥିତ ଲଳିତ ନରାୟଣ ମିଥିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ତିନି ତୃତୀୟ ବର୍ଷର ପରୀକ୍ଷା ହେବାକୁ ଯାଉଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଆଡମିଟ କାର୍ଡ ଜାରି କରାଯାଇଛି।

କିନ୍ତୁ ବିଶ୍ୱବିଦ୍ୟାଳୟ ଅଧନସ୍ତ ମଧୁବନି, ସମସ୍ତିପୁର, ବେଗୁସରାଇର ଜିଲ୍ଲାର ଏକାଧିକ କଲେଜର ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି ପରିଲିଖିତ ହୋଇଛି। ଆଡମିଟ କାର୍ଡରେ ଛାତ୍ରଛାତ୍ରୀଙ୍କ ଫଟୋ ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଓ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କ ଫଟୋ ଲାଗିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇଲା ପରେ ଲଳିତ ନରାୟଣ ମିଥିଳା ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ମୁସ୍ତାକ ଅହମ୍ମଦ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.