ଦେଖନ୍ତୁ ଭିଡ଼ିଓ : ଗାଁରେ ୧୫ ଜଣ ସ୍ତ୍ରୀଙ୍କ ସହ ରୁହନ୍ତି ଏହି ବ୍ୟକ୍ତି, ଅଛନ୍ତି ତାଙ୍କର 107 ଟି ପିଲା,ଜାଣନ୍ତୁ କେମିତି କଟେ ତାଙ୍କର ଜୀବନ
ଜଣେ ବ୍ୟକ୍ତିଙ୍କର 15 ଜଣ ସ୍ତ୍ରୀ ଏବଂ 107 ଜଣ ପିଲା ଅଛନ୍ତି । 61 ବର୍ଷୀୟ ଏହି ବ୍ୟକ୍ତି ଗୋଟିଏ ଛୋଟ ଗାଁରେ ସବୁ ସ୍ତ୍ରୀମାନଙ୍କ ସହ ରୁହନ୍ତି । ସେ ନିଜର ସବୁ ସ୍ତ୍ରୀ ପାଇଁ ଅଲଗା ଅଲଗା ଡ୍ୟୁଟି ସ୍ଥିର କରି ରଖିଥାନ୍ତି, ଯେପରିକି ସେମାନଙ୍କ ଜୀବନ ସରଳ ଭାବରେ କଟିପାରିବ ।
ବ୍ୟକ୍ତିଜଣକ ଦାବି କରିଛନ୍ତି ଯେ ସେ ରାଜା ସୁଲେମାନଙ୍କ ପରି ଅଟନ୍ତି, ଯାହାଙ୍କର 700 ଜଣ ସ୍ତ୍ରୀ ଥିଲେ । ବ୍ୟକ୍ତିଙ୍କ ନାମ ହେଉଛି ଡେଭିଡ ସକାୟୋ କଳୁହାନା । ସେ ପଶ୍ଚିମ କେନ୍ୟାର ବାସିନ୍ଦା ଅଟନ୍ତି ।
Afrimax English ସହ କଥାବାର୍ତ୍ତା ସମୟରେ ଡେଭିଡ ଦାବି କରିଥିଲେ ଯେ ତାଙ୍କ ମସ୍ତିଷ୍କ ବହୁତ୍ ତୀବ୍ର ଅଟେ ଏବଂ ତାକୁ ମ୍ୟାନେଜ କରିବାପାଇଁ ଜଣେ ମହିଳା ଯଥେଷ୍ଟ ନୁହଁନ୍ତି ।
ଡେଭିଡ କହିଛନ୍ତି – ମୋ ମସ୍ତିଷ୍କ ଯେମିତି, ତାକୁ ମ୍ୟାନେଜ କରିବାପାଇଁ ମହିଳା ଯଥେଷ୍ଟ ନୁହଁନ୍ତି । କାରଣ ମୋ ମସ୍ତିଷ୍କରେ ବହୁତ୍ ଲୋଡ ରହିଥାଏ । ଯାହାକୁ ଜଣେ ମହିଳା ସମ୍ଭାଳି ପାରିବେ ନାହିଁ । ତେଣୁ ମୁଁ ଏକରୁ ଅଧିକ ବିବାହ କରିଛି ।
ଡେଭିଡ ଭିଡିଓ ଇଣ୍ଟରଭୀୟୁରେ କହିଛନ୍ତି – ଯଦି ମୋର 20 ଜଣ ସ୍ତ୍ରୀ ଥାଆନ୍ତେ, ତେବେ ମଧ୍ୟ ମୋର କୌଣସି ଅସୁବିଧା ହୋଇନଥାନ୍ତା । ମୁଁ ରାଜା ସୁଲେମାନଙ୍କ ପରି ଅଟେ । ସୁଲେମାନଙ୍କର 700 ସ୍ତ୍ରୀ ଏବଂ 300 ଦାସୀ ଥିଲେ । ମୋଟ ମିଶାଇ 1000 ସ୍ତ୍ରୀ ଥିଲେ ।
ଡେଭିଡଙ୍କ ସ୍ତ୍ରୀମାନେ ମଧ୍ୟ ତାଙ୍କ ସହ ବହୁତ୍ ଖୁସି ଦେଖାଯାଆନ୍ତି । ସ୍ତ୍ରୀ ଜେସିକା କଲୁହାନାଙ୍କ ଠାରୁ ଡେଭିଡଙ୍କର 13 ଜଣ ସ୍ତ୍ରୀ ଅଛନ୍ତି । ଏମାନଙ୍କ ମଧ୍ୟରୁ 2 ଜଣଙ୍କର ମୃତ୍ୟୁ ହୋଇଗଲା । ଜେସିକା କହିଛନ୍ତି ଆମେ ସମସ୍ତେ ଶାନ୍ତି ଏବଂ ଏକଜୁଟ ହୋଇ ରହୁ । ମୁଁ ସ୍ୱାମୀଙ୍କୁ ବହୁତ୍ ଭଲପାଏ । ଆମେ କାହାକୁ ଈର୍ଷା କରିନଥାଉ । ସମସ୍ତେ ମିଳିମିଶି ଖୁସିରେ ରହୁ ।