ଛାତ୍ର ଜଣକ ଗୋଟିଏ ମାସରେ ରୋଜଗାର କଲେ 600 କୋଟି ଟଙ୍କା, ପରିବାର ଏବଂ ସାଙ୍ଗମାନଙ୍କ ଠାରୁ ନେଇଥିଲା ଉଧାର,ଜାଣନ୍ତୁ ଏତେ ଟଙ୍କା କେମିତି ରୋଜଗାର କଲେ !

0

Get real time updates directly on you device, subscribe now.

ଜଣେ ଛାତ୍ର ସେୟାର ମାର୍କେଟରେ 215 କୋଟି ଟଙ୍କା ଲଗାଇଲେ । ଏକ ମାସ ପରେ ଷ୍ଟକ ବିକ୍ରି କରିବାରୁ ତାଙ୍କୁ ପ୍ରାୟ 879 କୋଟି ଟଙ୍କା ମିଳିଗଲା । ଅର୍ଥାତ୍ ମାତ୍ର ଏକ ମାସରେ ଛାତ୍ର ଜଣକ 664 କୋଟି ଟଙ୍କା ରୋଜଗାର କଲେ । ଛାତ୍ର ଜଣକ କହିଛନ୍ତି ଯେ ଏହି ରୋଜଗାର କାରଣରୁ ପରିବାର ଲୋକ ଡରୁଛନ୍ତି କି କୌଣସି କିଡନାପର ମତେ କିଡନାପ କରିନେବେ ।

ମାମଲାଟି ଆମେରିକାର ଅଟେ । 20 ବର୍ଷୀୟ ଏହି ଛାତ୍ରଙ୍କ ନାମ ଜେକ୍ ଫ୍ରିମ୍ୟାନ ଅଟେ । ସେ ୟୁନିଭରସିଟି ଅଫ ସାଉଥ୍ କ୍ୟାଲିଫୋର୍ଣୀୟାର ଛାତ୍ର ଅଟନ୍ତି । ଜେକ ଅପ୍ଲାଇଡ ମ୍ୟାଥମେଟିକ୍ସ ଆଣ୍ଡ ଇକୋନୋମିକ ପଢୁଛନ୍ତି । ସେ Bed Bath and Beyond କମ୍ପାନୀର ଷ୍ଟକ୍ କିଣିଥିଲେ ।

ଜେକ ଜୁଲାଇ ମାସରେ 440 ଟଙ୍କା ହିସାବରେ ପ୍ରାୟ 50 ଲକ୍ଷ ସେୟାର କିଣିଥିଲେ । ଯେତେବେଳେ ଏକମାସ ପରେ ଏହି ଷ୍ଟକର ମୂଲ୍ୟ 2160 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଗଲା, ସେତେବେଳେ ସେ ତାକୁ ବିକ୍ରି କରିଦେଲେ । ଜେକ୍ ଫ୍ରିମ୍ୟାନ କହିଛନ୍ତି ଯେ ସେ ପରିବାର ଏବଂ ସାଙ୍ଗମାନଙ୍କ ଠାରୁ ପଇସା ଉଧାର ନେଇ ସେୟାର ମାର୍କେଟରେ ଲଗାଇଥିଲେ ।

ବିଶେଷ କଥା ଏହା ଯେ ଗତ ସପ୍ତାହରେ ହିଁ କମ୍ପାନୀର CFO ଗୁସ୍ତାବୋ ଅର୍ଣଲ୍ 52 ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଏହାପୂର୍ବରୁ ତାଙ୍କ ଉପରେ ଇନସାଇଡର ଟ୍ରେଡିଙ୍ଗର ଆରୋପ ଲଗାଇ ଏକ କେସ ଫାଇଲ କରିଦିଆଯାଇଥିଲା । ଦାବି କରାଯାଇଛି ଯେ କମ୍ପାନୀ କିଛି ଲୋକଙ୍କ ଫାଇଦା ପାଇଁ ଠକି ଦେଇ ସାଧାରଣ ଲୋକଙ୍କୁ 96 ଅରବ୍ ଟଙ୍କାର କ୍ଷତି ପହଞ୍ଚାଇଲା ।

ଏହାଦ୍ବାରା ସେୟାର ମୂଲ୍ୟରେ ହ୍ରାସ ଆସିଲା । ବର୍ତ୍ତମାନ Bed Bath and Beyond ର ସେୟାରର ମୂଲ୍ୟ ହ୍ରାସ ପାଇ 560 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଗଲା । ଏହାପରେ କମ୍ପାନୀ ଅନେକ ଷ୍ଟୋର ବନ୍ଦ୍ କରିବା ଏବଂ ଷ୍ଟାଫଙ୍କ ଛୁଟି ଘୋଷଣା ମଧ୍ୟ କରିଛି ।

DailyMail.com ସହିତ କଥାବାର୍ତ୍ତାରେ ଜେକ୍ ଫ୍ରିମ୍ୟାନ ନିଜର କୋଟି କୋଟି ଟଙ୍କା ରୋଜଗାରକୁ ନେଇ କହିଛନ୍ତି – ମୋ ପରିବାର ଲୋକେ ଚିନ୍ତା କରୁଛନ୍ତି ଯେ ମତେ କାଳେ କେହି କିଡନାପ କରିନେବ । କିନ୍ତୁ ମତେ ଏପରି ଲାଗୁନାହିଁ ।

ଛାତ୍ର ଜଣକ ଦାବି କରିଛନ୍ତି ଯେ କୋଟି କୋଟି ଟଙ୍କା ରୋଜଗାର ସତ୍ତ୍ବେ ତାଙ୍କ ଜୀବନରେ କୌଣସି ବିଶେଷ ପରିବର୍ତ୍ତନ ଆସିନାହିଁ । ସେ କହିଛନ୍ତି – ୟୁନିଭରସିଟି କ୍ୟାମ୍ପସ ଭିତରେ ମୋ ବିଷୟରେ କେହି ଜାଣିନାହାନ୍ତି । ମୁଁ ବର୍ତ୍ତମାନ ମଧ୍ୟ ଆଗକୁ ପଢିବାକୁ ଚାହୁଁଛି । ରୋଜଗାର କରିଥିବା ପଇସାକୁ ନେଇ ମୁଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ଲାନ୍ କରିନାହିଁ ।

Leave A Reply

Your email address will not be published.