କୋହଲିଙ୍କ ଏହି ଗୋଟିଏ ନିଷ୍ପତିରେ ହେଲା ସବୁ ନୁକସାନ ? ୬୦ ରନ୍ ବନାଇ‌ ବି ବିରାଟ କୋହଲିଙ୍କ ଏହି ଭୁଲ ଯୋଗୁଁ ଜିତିଲା ପାକିସ୍ତାନ

0

Get real time updates directly on you device, subscribe now.

ଏସିଆ କପରେ ଚାରିବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଭାରତୀୟ ଦଳର ବିଜୟ ଯାତ୍ରା ଅଟକି ଯାଇଛି|ରୋହିତ ଶର୍ମାଂକ ଅଧିନାୟକତ୍ୱରେ ଚାରି ବର୍ଷ ପୂର୍ବେ ଗୋଟିଏ ବି ମ୍ୟାଚ ନ ହାରି ଦଳ ଟ୍ରଫି ଜିତୁଥିଲା|ଏଥର ବି ଭାରତ ପ୍ରାରମ୍ଭିକ ଦୁଇଟି ମ୍ୟାଚ ଜିତିଥିଲା ଏଵେ କିନ୍ତୁ ଦଳକୁ ପରାଜୟ ସାମ୍ନା କରିବାକୁ ପଡିଛି|ହାରିଛି ତା ପୁଣି ପାକିସ୍ତାନ ବିରୁଦ୍ଧରେ|ଭାରତ ଦଳ ପାଇଁ ବିରାଟ ଏକ ଭଲ ପାଳି ଖେଳିଲେ କିନ୍ତୁ ପ୍ୟଶ୍ନ ଉଠିଛି କ’ଣ ଶେଷ ଓଭରରେ ତାଙ୍କର ଏକ ଚେଷ୍ଟା ବୋଧହୁଏ ଦଳ ପାଇଁ ଭାରୀ ପଡିଗଲା ?

ଦୁବାଇରେ ରବିବାର ୪ ସେପ୍ଟେମ୍ବର ଦିନ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ବିନିମୟରେ ୧୮୧ ରନ କରିଥିଲେ|ଭାରତୀୟ ଦଳ ପାଇଁ ଅଧିନାୟକ ରୋହିତ ଶର୍ମା ଓ କେ ଏଲ୍ ରାହୁଲ ଭଲ ଓପନିଙ୍ଗ ଆରମ୍ଭ କରିଥିଲେ|ଏହାପରେ କୋହଲି ମୋର୍ଚ୍ଚା ସମ୍ଭାଳିଥିଲେ|ଷଷ୍ଠ ଓଭରରେ ବ୍ୟାଟିଂ କରିବାକୁ ଆସିଥିବା କୋହଲି ଶେଷ ଓଭର ପର୍ଯ୍ୟନ୍ତ ରହି ୪୪ ବଲରେ ୬୦ ରନ୍ ଖଳି ଦଳକୁ ୧୮୧ ପର୍ଯ୍ୟନ୍ତ ନେଇଥିଲେ|

କୋହଲିକୁ ଯଦିଓ ଅନ୍ୟ ପଟରେ ଅଧିକ ସାଥ ମିଳି ନଥିଲା ଓ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ପାଭିଲିଅନ ଫେରି ଯାଇଥିଲେ|ତେଣୁ ଯେତେବେଳେ ୨୦ ଓଭର ଆସିଲା ପାକିସ୍ତାନ ଦ୍ରୁତ ବୋଲର ହାରିସ ରୈଫକୁ ଲଗାଇଲା|କୋହଲି ସହ ଭୁବନେଶ୍ୱର କୁମାର ଥିଲେ ଯିଏ ଠିକ ବ୍ୟାଟିଂ କରୁଥିଲେ|ରୈଫ ଭଲ ବୋଲିଙ୍ଗ କରି କୋହଲିକୁ ଚକମା ଦେଇ ପ୍ରଥମ ତିନି ବଲରେ ଗୋଟିଏ ବି ରନ କରାଇ ଦେଇନଥିଲେ|

ଯଦିଓ ଦିତୀୟ ବଲରେ ସେ ଗୋଟିଏ ରନ ନେବାପାଇଁ ସୁଯୋଗ ଥିଲା କିନ୍ତୁ ସିଙ୍ଗଲ ନେଵାକୁ ସେ ମନା କରିଥିଲେ|କୋହିଲଙ୍କୁ ସେତେବେଳେ ଭୁବନେଶ୍ବରରେ ଉପରେ ବିଶ୍ୱାସ କରିବା ବୋଧହୁଏ ଭାରି ପଡିଲା ବୋଧହୁଏ ସେ ଦଳ ପାଇଁ କିଛି ସ୍କୋର ବା ବାଉଣ୍ଡ୍ରି ବି ମାରି ପାରିଥାନ୍ତେ|

କୋହଲିଙ୍କ ଗୋଟିଏ ରନ ନ ନେବା ଏଥିପାଇଁ ଆଶ୍ଚର୍ଯ୍ୟର ଥିଲା ଯେ ସେ ପୁରା ପାଳିରେ ବାଉଣ୍ଡ୍ରି ଠାରୁ ଅଧିକ ସିଙ୍ଗଲ ଓ ଡବଲରେ ନେଇଥିଲେ|ସାଧାରଣତଃ ପ୍ରଥମ ବ୍ୟାଟିଙ୍ଗରେ ପ୍ରତି ବଲରେ ରନ ନେଵାକୁ ଚେଷ୍ଟା କରାଯାଏ|

କୋହଲି ଚତୁର୍ଥ ବଲରେ ବାଉଣ୍ଡ୍ରି ମାରି ପାରିଲେ ନାହିଁ ଓ ମଜବୁରୀରେ ଦୁଇରନ ଦୈଡିବାକୁ ପଡିଲା ଫଳରେ ରନ ଆଉଟ୍ ହୋଇଗଲେ|ଶେଷ ଦୁଇ ଓଭରରେ ପାକିସ୍ତାନର ଖରାପ ଫିଲ୍ଡିଙ୍ଗ ଫଳରେ ରବି ବିସ୍ନୋଇ ଦୁଇ ଚୈକା ସହ ଦଳକୁ ୧୮୧ ରନ ପହଞ୍ଚାଇ ଥିଲେ|ପାକିସ୍ତାନ ଶେଷ ଓଭରର ପଞ୍ଚମ ବଲରେ ମ୍ୟାଚ ଜିତିଲା|ଏମିତିରେ ଅତିରିକ୍ତ ରନ ହାର ବ୍ୟବଧାନ ସୃଷ୍ଟି କରିଥାନ୍ତା|

Leave A Reply

Your email address will not be published.