ଏସିଆ କପ ଫାଇନାଲରେ ବହୁତ ସହଜରେ ପହଞ୍ଚି ପାରିବ ଟିମ ଇଣ୍ଡିଆ, ବାସ ଜିତିବାକୁ ହେବ ଏତେଟା ମ୍ୟାଚ………

0

Get real time updates directly on you device, subscribe now.

ଏସିଆ କପ 2022 ରେ ସୁପର-4 ର ଆରମ୍ଭ ହୋଇସାରିଛି। ଆଜି ରବିବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ରୋମାଞ୍ଚକର ମ୍ୟାଚ ହେବାକୁ ଯାଉଛି। ଦୁବାଇ ଇଣ୍ଟରନାଶନାଲରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ କୋଟି କୋଟି ଦର୍ଶକଙ୍କ ନଜର ରହିବ।

3 ମ୍ୟାଚ ଜିତିବାପରେ ଫାଇନାଲରେ ଜାଗା ପକ୍କା:-

ଭାରତୀୟ ଟିମ ସୁପର-4 ରେ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରୁ ଜିତି ଏକ ଭଲ ସ୍ଥିତିରେ ରହିବାକୁ ଚାହିଁବ। ଯଦି ଭାରତକୁ ବହୁତ ସହଜରେ ଫାଇନାଲରେ ପହଞ୍ଚିବାର ଅଛି ତାହେଲେ ଦଳକୁ ସମସ୍ତ ତିନୋଟି ମ୍ୟାଚ ଜିତିବାକୁ ହେବ। ଦୁଇଟି ମ୍ୟାଚ ଜିତି ମଧ୍ୟ ଦଳ ଫାଇନାଲକୁ ଯାଇପାରିବ କିନ୍ତୁ ଏହା ନିର୍ଭର କରିବ ଅନ୍ୟ ଦଳର ନେଟ ରନରେଟ ଉପରେ।

ଆପଣ ଏକ ଉଦାହରଣ ସହିତ ବୁଝନ୍ତୁ କି, ଭାରତୀୟ ଟିମ ଆଫଗାନିସ୍ତାନ ଓ ପାକିସ୍ତାନକୁ ହରାଇ ଦେଉଛି ଓ ଶ୍ରୀଲଙ୍କା ଠାରୁ ହାରିଯାଉଛି। ସେପଟେ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନ ଠାରୁ ହାରିଯାଉଛି ଓ ପାକିସ୍ତାନ ମଧ୍ୟ ଆଫଗାନିସ୍ତାନକୁ ହରାଇ ଦେଉଛି। ଏଭଳି ପରିସ୍ଥିତିରେ ତିନୋଟି ଦଳ ସମାନ ଷ୍ଟେଜରେ ନଜର ଆସିବେ ଓ ଯାହାର ନେଟ ରନରେଟ ଅଧିକ ଥିବ ସେହି ଦୁଇଟି ଦଳ ହିଁ ଫାଇନାଲ ଖେଳିବେ।

ସୁପର-4 ର ପ୍ରଥମ ମ୍ୟାଚ ଜିତିଲା ଶ୍ରୀଲଙ୍କା:-

ଶନିବାର ଦିନ ସୁପର-4 ର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏହି ମ୍ୟାଚରେ ଶ୍ରୀଲଙ୍କା 4 ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଦେଇଥିଲା। ଏବେ ସୁପର-4 ର ଦ୍ଵିତୀୟ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ।

ଭାରତ ନିଜର ଆଗାମୀ ମ୍ୟାଚ 4 ତାରିଖକୁ ଛାଡ଼ି ଦେଲାପରେ 6 ତାରିଖରେ ଶ୍ରୀଲଙ୍କା ସହିତ ଓ 8 ତାରିଖରେ ଆଫଗାନିସ୍ତାନ ସହିତ ଖେଳିବ। ସୁପର-4 ର ଶେଷ ମ୍ୟାଚ ସେପ୍ଟେମ୍ବର 9 ତାରିଖରେ ପାକିସ୍ତାନ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହାର ଦୁଇଦିନ ପରେ ମାନେ ସେପ୍ଟେମ୍ବର 11 ତାରିଖରେ ଫାଇନାଲ୍ ମ୍ୟାଚ ଉଦ୍ଘାଟିତ ହେବ।

ଦୁଇଟି ମ୍ୟାଚ ଜିତିଥିଲା ଭାରତୀୟ ଦଳ:-

ଭାରତୀୟ ଦଳ ନିଜର ଦୁଇଟି ମ୍ୟାଚରେ ବିଜୟ ହାସଲ କରି ଗ୍ରୁପ ଏ ରେ ଏକନମ୍ବର ସ୍ଥାନରେ ଶେଷ କରିଛି। ଭାରତ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ 5 ଉଇକେଟରେ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ହଙ୍ଗକଙ୍ଗକୁ 40 ରନରେ। ପରାସ୍ତ କରିଥିଲା। ପାକିସ୍ତାନ ଟିମ ଗୋଟିଏ ବିଜୟ ସହିତ ଗ୍ରୁପ ଏ ରେ ଦ୍ଵିତୀୟ ସ୍ଥାନରେ ରହିଲା।

ଗ୍ରୁପ ବି ରେ ଆଫଗାନିସ୍ତାନର ଜଲୱା:-

ଗ୍ରୁପ ବି ରେ ଆଫଗାନିସ୍ତାନର ଜଲୱା ଦେଖିବାକୁ ମିଳିଥିଲା। ପ୍ରଥମେ ଆଫଗାନିସ୍ତାନ ଶ୍ରୀଲଙ୍କାକୁ 8 ଓ ବାଂଲାଦେଶକୁ 7 ଉଇକେଟରେ ହରାଇ ଗ୍ରୁପ ଏ ରେ ଏକନମ୍ବର ସ୍ଥାନ ହାସଲ କରିଥିଲା। ସେହିପରି ଶ୍ରୀଲଙ୍କା ନିଜର ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ହରାଇ ଦୁଇ ନମ୍ୱର ସ୍ଥାନ ହାସଲ କଲା।

ବାକି ରହିଥିବା ସୁପର-4 ସେଡ୍ୟୁଲ:-

ସେପ୍ଟେମ୍ବର 4: ଭାରତ ବନାମ ପାକିସ୍ତାନ, ଦୁବାଇ

ସେପ୍ଟେମ୍ବର 6: ଶ୍ରୀଲଙ୍କା ବନାମ ଭାରତ,ଦୁବାଇ

ସେପ୍ଟେମ୍ବର 7: ପାକିସ୍ତାନ ବନାମ ଆଫଗାନିସ୍ତାନ, ଶାରଜା

ସେପ୍ଟେମ୍ବର 8: ଭାରତ ବନାମ ଆଫଗାନିସ୍ତାନ, ଦୁବାଇ

ସେପ୍ଟେମ୍ବର 9: ଶ୍ରୀଲଙ୍କା ବନାମ ପାକିସ୍ତାନ, ଦୁବାଇ

ସେପ୍ଟେମ୍ବର 11: ଫାଇନାଲ, ଦୁବାଇ

Leave A Reply

Your email address will not be published.