ହିନ୍ଦୀ ସିନେମା ସିଙ୍ଗର କେକେ ଅର୍ଥାତ୍ କୃଷ୍ଣ କୁମାର କୁନ୍ନଥଙ୍କର ଗୀତ ଗାଉ ଗାଉ ଅଚାନକ ମୃତ୍ୟୁ ହେବା କଥା ତ ସମସ୍ତଙ୍କର ମନେ ଥିବ, ଠିକ୍ ଏହିପରି ଗୋଟିଏ ମାମଲା ଉତ୍ତରପ୍ରଦେଶରେ ବରେଲିରୁ ସାମ୍ନାକୁ ଆସିଛି । ଏଠାରେ ଜଣେ 45 ବର୍ଷୀୟ ବ୍ୟକ୍ତି ବାର୍ଥଡେ ପାର୍ଟିରେ ବଲିଉଡ୍ ସୁପରଷ୍ଟାର ଗୋବିନ୍ଦାଙ୍କ ଗୀତରେ ଡାନ୍ସ କରୁ କରୁ ଅଚାନକ ଷ୍ଟେଜ ଉପରେ ପଡିଗଲେ । ସମସ୍ତଙ୍କୁ ଲାଗିଲା ଯେ ତାଙ୍କର ଏହା କୌଣସି ଡାନ୍ସ ଷ୍ଟେପ ଅଟେ । ଆଉ ନ ଉଠିବାରୁ ଲୋକମାନେ ଷ୍ଟେଜ ଉପରକୁ ଦୋଉଡ଼ିଲେ । ବେହୋସ୍ ଦେଖି ପହଞ୍ଚିଥିବା ଡ଼ାକ୍ତର ତାଙ୍କ ନାଡି ଚେକ୍ କଲେ ଏବଂ ମୃତ ବୋଲି କହିଲେ ।
ମାମଲାଟି ବାରାଦରି ଥାନା ଅଞ୍ଚଳର ଅଟେ । ଏଠାରେ ଥିବା ଜ୍ୟାସ ଗ୍ରାଣ୍ଡ ହୋଟେଲରେ ଗୁରୁବାର ଦିନ ଅର୍ଥାତ୍ ସେପ୍ଟେମ୍ବର 1 ତାରିଖରେ ବାର୍ଥଡେ ପାର୍ଟିର ଆୟୋଜନ କରାଯାଇଥିଲା । ବନ୍ଧୁଙ୍କ ପାର୍ଟିରେ 45 ବର୍ଷୀୟ ଆଇବୀଆରଆରରେ ସିନିୟର୍ ଟେକ୍ନିସିଆନ ଆସିଷ୍ଟାଣ୍ଟ ପ୍ରଶାନ୍ତ କୁମାର ମଧ୍ୟ ପହଂଚିଥିଲେ । କୁହାଯାଉଛି ଯେ ପ୍ରଶାନ୍ତ କୁମାର୍ ପ୍ରଥମେ ଗୀତ ଗାଇଲେ । ତାପରେ ଡାନ୍ସ ଫ୍ଲୋରକୁ ଓହ୍ଲାଇଲେ । ବଲିଉଡ୍ ସୁପରଷ୍ଟାର ଗୋବିନ୍ଦାଙ୍କ ଗୀତରେ ଡାନ୍ସ ଫ୍ଲୋରରେ ନାଚିବାକୁ ଲାଗିଲେ ।
ରଙ୍ଗୀନ ହୋଇଥିବା ବାତାବରଣ ଶୋକରେ ବଦଳିଗଲା :-
#uttarpradesh#BareillyNews#dance#death
बिंदास डांस करते-करते हो गई मौत… pic.twitter.com/MTqSXdn3Lx
— Sweta Gupta (@swetaguptag) September 2, 2022
ପ୍ରଶାନ୍ତଙ୍କ ଜବରଦସ୍ତ ଷ୍ଟାଇଲ ଦେଖି ଲୋକମାନେ ମଧ୍ୟ ତାଳି ବଜାଇଲେ । ବାତାବରଣ ରଙ୍ଗୀନ ହେଉଥିଲା କି ପାଞ୍ଚ ମିନିଟ୍ ପରେ ପ୍ରଶାନ୍ତ ଡାନ୍ସ କରି କରି ଫ୍ଲୋରରେ ହିଁ ପଡିଗଲେ । ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତଙ୍କୁ ଲାଗିଲା ଯେ ତାଙ୍କର ଏହା କୌଣସି ଡାନ୍ସ ଷ୍ଟେପ ଅଟେ । ଆଉ ନ ଉଠିବାରୁ ଷ୍ଟେଜ ଉପରକୁ ଲୋକମାନେ ଦୋଉଡିଲେ ।
ସେହିପରି ଡାକ୍ତର ବିନୋଦ ପଗରାନି ମଧ୍ୟ ପାର୍ଟିରେ ଉପସ୍ଥିତ ଥିଲେ । ତୁରନ୍ତ ଷ୍ଟେଜରେ ପହଞ୍ଚିଲେ ଏବଂ ପ୍ରଶାନ୍ତ କୁମାରଙ୍କ ନାଡୀ ଚେକ୍ କଲେ । ତାଙ୍କୁ ତୁରନ୍ତ ସିପିଆର ଦିଆଗଲା । ହସ୍ପିଟାଲ୍ ନିଆଗଲା । ବହୁତ୍ ଚେଷ୍ଟା କରିବା ପରେ ମଧ୍ୟ ପ୍ରଶାନ୍ତ କୁମାରଙ୍କ ମାତ୍ର 45 ବର୍ଷରେ ହିଁ ମୃତ୍ୟୁ ହୋଇଗଲା । ଶୁକ୍ରବାର ଦିନ ପରିବାର ଲୋକେ ଆଖିରେ ଲୁହ ରଖି ସଞ୍ଜୟ ନଗର ଶ୍ମଶାନରେ ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର କଲେ । ତାଙ୍କ ପାର୍ଥିବ ଶରୀରକୁ ମୁଖାଗ୍ନି ଦିଆଗଲା । ତାଙ୍କ ପରିବାରକୁ ବର୍ତ୍ତମାନ ସୁଦ୍ଧା ବିଶ୍ୱାସ ହେଉନାହିଁ ଯେ କିପରି ଅଚାନକ ଡାନ୍ସ କରୁ କରୁ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଗଲା ।