ଗୋଟିଏ ନୂତନ ରିସର୍ଚ୍ଚରେ ଏହି କଥା ସାମ୍ନାକୁ ଆସିଛି ଯେ ଖାଇବା ପରେ କିଛି ସମୟ ୱାକ କରିବା ଦ୍ୱାରା ବ୍ଲଡ଼ ସୁଗାର ଲେଭଲକୁ କମ୍ କରାଯାଇପାରେ । ସ୍ପୋର୍ଟସ ମେଡ଼ିସିନ ନାମକ ଜର୍ଣାଲରେ ଛପା ହୋଇଥିବା ଏହି ରିସର୍ଚ୍ଚରେ ରିସର୍ଚ୍ଚର୍ସ ସାତଟି ଅଲଗା ଅଲଗା ଷ୍ଟଡିର ବିଶ୍ଳେଷଣ କଲେ ଯେ ଅଧିକ ସମୟ ଧରି ବସି ରହିବା ବଦଳରେ ଠିଆ ହେବା ଏବଂ ଚାଲିବା ଭଳି ଲାଇଟ ଫିଜିକାଲ୍ ଆକଟିଭିଟିଜ କିପରି ଭାବେ ସନ୍ତୁଳନ ଏବଂ ବ୍ଲଡ଼ ସୂଗାର ଲେଭଲ୍ ସହିତ ହାର୍ଟ ହେଲ୍ଥକୁ ପ୍ରଭାବିତ କରିଥାଏ ।
ରିସର୍ଚ୍ଚର ଯେଉଁ ଫଳାଫଳ ସାମ୍ନାକୁ ଆସିଲା, ତାକୁ ଦେଖି ରିସର୍ଚ୍ଚର୍ସ ଏହା ପରାମର୍ଶ ଦେଇଛନ୍ତି ଯେ ଲଞ୍ଚ କିମ୍ବା ଡିନର କରିବାପରେ ବସିବା କିମ୍ବା ଶୋଇବା ବଦଳରେ ବ୍ଲଡ଼ ସୁଗାର ଲେଭଲକୁ ଇମ୍ପ୍ରୁଭ କରାଯାଇପାରେ । ଏହାବ୍ୟତୀତ ଯଦି ଆପଣ ଖାଇବାପରେ କିଛି ସମୟ ପାଇଁ ଠିଆ ମଧ୍ୟ ହୁଅନ୍ତି, ତେବେ ମଧ୍ୟ ବ୍ଲଡ଼ ସୁଗାର ଲେଭଲ କମ୍ ହୋଇପାରେ ।
ଏହି ଷ୍ଟଡିର ଅଥର ଏଡନ ବୁଫେ ହେଲ୍ଥ ୱେବସାଇଟକୁ କହିଛନ୍ତି, ” ଲାଇଟ ଆକଟିଭିଟିଜ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ପ୍ରମାଣିତ ହୋଇଥାଏ ।”
କିପରି ଭାବେ ଲାଇଟ ଆକଟିଭିଟିଜରୁ କମ୍ ହୋଇପାରିବ ବ୍ଲଡ଼ ସୁଗାର ଲେଭଲ ?
ଯେତେବେଳେ ବି ଆପଣ କିଛି ଖାଆନ୍ତି, ସାଧାରଣତଃ ହାଇ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ବ୍ଲଡ଼ ସୁଗାର ଲେଭଲ ଅଚାନକ ବଢ଼ିବାକୁ ଲାଗେ । ଏହା ପୋଷ୍ଟପ୍ରାଣ୍ଡିଅଲ ସ୍ପାଇକ ଭାବରେ ଜଣାଶୁଣା ଅଟେ ।
ଏପରି ପରିସ୍ଥିତିରେ ଏହି ନୂତନ ଷ୍ଟଡିର ଅଥର କହିଛନ୍ତି ଯେ ଯଦି ଖାଇବା ପୂର୍ବରୁ ଆପଣ କିଛି ସମୟ ପାଇଁ ଟିକେ ଚଲାବୁଲା କରନ୍ତି, ତେବେ ଏହାଦ୍ବାରା ବ୍ଲଡ଼ ସୁଗାର୍ ଲେଭଲ କମ୍ ହୋଇପାରେ । ଯାହାଦ୍ଵାରା ଡାଇବେଟିସ ଏବଂ ହାର୍ଟ ପ୍ରୋବଲେମର ବିପଦକୁ କମ୍ କରାଯାଇପାରେ ।
ରିସର୍ଚ୍ଚର୍ସ କହିଛନ୍ତି ଯେ ଖାଇବା ପରେ ବସିବା ବଦଳରେ କିଛି ସମୟ ୱାକ୍ କରିବା କିମ୍ବା ଠିଆ ହେବା ଦ୍ବାରା ପୋଷ୍ଟପ୍ରାଣ୍ଡିଅଲ ଗ୍ଲୁକୋଜର ଲେଭଲକୁ କମ୍ କରାଯାଇପାରେ । କିନ୍ତୁ ଏହି ଷ୍ଟଡିର ଅଥର ଅନୁଯାୟୀ, ଲାଇଟ ୱାକ କରିବା ବହୁତ୍ ଲାଭଦାୟକ ପ୍ରମାଣିତ ହୋଇପାରେ, ଏହାଦ୍ବାରା ଖାଇବା ପରେ ସନ୍ତୁଳନର ଲେଭଲ ମଧ୍ୟ ଇମ୍ପ୍ରୁଭ ହୋଇଥାଏ ।