ସମ୍ବେଦନଶୀଳ ଘଟଣା ; ନର୍ସଙ୍କ ଅବହେଳା ଯୋଗୁଁ ମହିଳା ହରାଇଲେ ହାତ,ଆଉ ଶେଷରେ ବାହାଘର ବି ଭାଙ୍ଗିଗଲା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଅନେକ ସମୟରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳା କରାଯାଇଥାଏ । ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଚିକିତ୍ସାରେ ଅବହେଳା, ବିଳମ୍ବ ଆଦି କାରଣରୁ ବହୁ ରୋଗୀ ମୃତ୍ୟୁବରଣ କରିଥିବାର ଅନେକ ଉଦାହରଣ ମଧ୍ୟ ରହିଛି । ସରକାର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ପର୍ଯ୍ୟାପ୍ତ ଦରମା ଦେଇ ଡାକ୍ତର, ନର୍ସ ନିଯୁକ୍ତି କରିଛନ୍ତି । ହେଲେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା କର୍ମଚାରୀମାନେ ଡ୍ୟୁଟି ସମୟରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି l

ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେବେ ନିକଟରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ବିହାରର ପାଟନାରୁ । ନର୍ସଙ୍କ ଅବହେଳା କାରଣରୁ ରେଖା କୁମାରୀ ନାମକ ଜଣେ ଯୁବତୀ ନିଜର ଏକ ହାତ ହରାଇଥିବା ସହିତ ଆସନ୍ତା ନଭେମ୍ବର ମାସରେ ହେବାକୁ ତାଙ୍କ ବାହାଘର ମଧ୍ୟ ଭାଙ୍ଗି ଯାଇଛି । କଣ ବଢୁଗଣ ଉପରୋକ୍ତ ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନା । ହେଲେ ଏହା ସମ୍ପୂର୍ଣ ଭାବରେ ସତ୍ୟ ଘଟଣା ।

ତେବେ ସୂଚନା ଅନୁସାରେ ଗତ ଜୁଲାଇ ମାସ ୧୧ ତାରିଖରେ ପାଟନାର ଜଣେ ମହିଳା ନିଜର କାନ ଦେଖା ଯାଉଥିବା ସମସ୍ୟା ପାଇଁ ଅପରେସନ କରିବାକୁ ହସ୍ପିଟାଲ୍ ଯାଇଥିଲେ । ହେଲେ ସେଠାରେ କାର୍ଯ୍ୟରତ ନର୍ସ ଜଣେ ତାଙ୍କ ଶିରାରେ ଇଞ୍ଜେକସନ ଦେବା ବଦଳରେ ଧମନୀରେ ଭୁଲରେ ଦେଇ ଦେଇଥିଲେ । ତାପରେ ହଠାତ୍ ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଯୁବତୀଙ୍କ ହାତ ଧୀରେ ଧୀରେ ତରଳିବାକୁ ଲାଗିଥିଲା ।

ଯୁବତୀ ଏବିଷୟରେ ସେଠାକାର ଡାକ୍ତର ଓ ନର୍ସ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ ସେମାନେ ଏହାକୁ କର୍ଣ୍ଣପାତ ନକରି ଆହୁରି ଯୁବତୀଙ୍କୁ ଡ଼ାକ୍ତରଖାନାରୁ ବାହାର କରି ଦେଇଥିଲେ । ତାପରେ ଅନେକ ଡାକ୍ତରଖାନାରେ ଦେଖାଇବା ପରେ ଶେଷରେ ପାଟନାର ଏକ ଘରୋଇ ହସ୍ପିଟାଲରେ ଅଗଷ୍ଟ ୧୨ରେ ଉକ୍ତ ଯୁବତୀ ଜଣକ ନିଜ ହାତ କଟାଇ ଥିଲେ । ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଯେତେବେଳେ ଯୁବତୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ ଦେବାକୁ ଗଲେ ତୋ ପୋଲିସ୍ ଅଧିକାରୀ କୌଣସି ଏଫ୍-ଆଇ-ଆର୍ ପଞ୍ଜିକୃତ କରିବାକୁ ମନା କରିଦେଇଥିଲେ ।

Leave A Reply

Your email address will not be published.