ବନ୍ୟାରେ ବୁଡିଗଲା ପାକିସ୍ତାନ,୩୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୩ କୋଟି ଲୋକ ଜଳବନ୍ଦୀ

0

Get real time updates directly on you device, subscribe now.

ଭୁଷୁଡି ପଡୁଛି ଅଟ୍ଟାଳିକା, ଭାସି ଯାଉଛି ପୋଲ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଡ଼ୋଶୀ ପାକିସ୍ତାନରେ ।ବର୍ତ୍ତମାନ ସମୟରେ ଏ ହେଉଛି ପାକିସ୍ତାନର ଅବସ୍ଥା। ଗତ ୧୦ ଦିନର ବର୍ଷା ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ଦେଶର ଏକ ତୃତୀୟାଂଶ ଭାଗ ବନ୍ୟା ଜଳରେ ବୁଡ଼ି ଯାଇଛି। ଅବିଶ୍ରାନ୍ତ ବର୍ଷା ଜନିତ ପ୍ରଳୟଙ୍କରୀ ବନ୍ୟା, ଗ୍ରାସ କରିଛି ସମଗ୍ର ପାକିସ୍ତାନକୁ ।

ପଞ୍ଜାବ ଓ ସିନ୍ଧ୍ ପ୍ରଦେଶର ଦକ୍ଷିଣାଞ୍ଚଳ, ଖାଇବର ପଖତୁନଖ୍ୱା, ବେଲୋଚିସ୍ତାନ ଏବଂ ଗିଲଗିଟ୍ ବଲ୍‌ଚିସ୍ତାନ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଦେଶର ଏକ ତୃତୀୟାଂଶ ଅଞ୍ଚଳ ପାଣିରେ ବୁଡି ରହିଥିବା କହିଛନ୍ତି ପାକିସ୍ତାନର ପରିବେଶ ମନ୍ତ୍ରୀ ସେରୀ ରେହମାନ୍ ।ତେବେ ୧୫୦ ଜିଲ୍ଲା ମଧ୍ୟରୁ ୧୧୦ ଜିଲ୍ଲାରେ ସ୍ଥିତି ଅତି ସଂଗୀନ ।

ବନ୍ୟା ଯୋଗୁଁ ୧୧ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ତେବେ ଉଦ୍‌ବେଗର ବିଷୟ ହେଉଛି ଏମାନଙ୍କର ଏକ ତୃତୀୟାଂଶ ହେଉଛନ୍ତି ଛୋଟ ପିଲା । ସେପଟେ ଗଣ୍ଡାଏ ଖାଇବା ପାଇଁ ଲୋକେ ନାନା ହିନସ୍ତା ଭୋଗୁଛନ୍ତି। ଦେଶର ୩ ହଜାର କିଲୋମିଟର ରାସ୍ତା ବନ୍ୟା ପାଣିରେ ଧୋଇ ହୋଇ ଯିବାରୁ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ ରିଲିଫ୍‌ ସାମଗ୍ରୀ।

ଫଳରେ ବନ୍ୟା ପ୍ରପୀଡ଼ିତ ଲୋକେ ଦିନ ଦିନ ଧରି ଉପବାସରେ ରହିବାକୁ ବାଧ୍ୟ ହେଉଛନ୍ତି।ଏକ ରିପୋର୍ଟରୁ ଜଣାପଡ଼ିଛି, ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ, ବଲୁଚିସ୍ତାନ, ଖୈବର-ପଖତୁନଖଓ୍ଵା ଓ ପଞ୍ଜାବ ରାଜ୍ୟ। ଏହି ସବୁ ଅଞ୍ଚଳରେ ପାଖାପାଖି ୨୦ ଲକ୍ଷ ଏକର ଫସଲ ବର୍ବାଦ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି କରିଛି। ପରିବାର ଦଳ ଆକାଶଛୁଅାଁ ରହିଥିବା ବେଳେ ଟମୋଟୋ କେଜି ୫୦୦ ଟଙ୍କା ଏବଂ ପିଆଜ କେଜି ୪୦୦ ଟଙ୍କାରେ ବିକ୍ରି ହେଉଛି।ସେହିପରି ପ୍ରାୟ ୨ ହଜାର ଲୋକ ଆହତ ହୋଇଛନ୍ତି ।

ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।ତେବେ ଏଥିରେ ବାଧକ ସାଜିଛି ଅବିଶ୍ରାନ୍ତ ବର୍ଷା । ଖାଦ୍ୟ ଓ ପିଇବା ପାଣିର ଅଭାବ, ସ୍ଥିତିକୁ ଉତ୍କଟ କରିଛି । ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଓ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ ବନ୍ୟା ପୀଡ଼ିତଙ୍କୁ ଭେଟିବା ସହ, ସରକାର ସେମାନଙ୍କ ସହାୟତା ଲାଗି ସବୁ ପ୍ରକାର ଉଦ୍ୟମ କରୁଥିବା ଆଶ୍ୱାସନା ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ବନ୍ୟା ପୀଡ଼ିତଙ୍କ ଥଇଥାନ ଲାଗି ଅର୍ଥ ଯୋଗାଡ଼ରେ ଲାଗିଛନ୍ତି ।

ତେଣେ ଆମେରିକା, ବ୍ରିଟ୍ରେନ୍, ୟୁରୋପୀୟ ଓ ଆରବ ଦେଶ ସମୂହ ପାକିସ୍ତାନକୁ ସହାୟତାର ହାତ ବଢାଇଛନ୍ତି । ପାକିସ୍ତାନରେ ଜନଜୀବନ ହାନିକୁ ନେଇ ପୋପ୍ ଫ୍ରାନସିସ୍ ଗଭୀର ଦୁଖ ପ୍ରକାଶ କରିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ତେବେ ଭୟଙ୍କର ବନ୍ୟା ପାକିସ୍ତାନର କୃଷି ଉତ୍ପାଦନକୁ ଗୁରୁତର ପ୍ରଭାବିତ କରିଛି ।ଆଉ ବହୁତ ଲୋକ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.