ଗ୍ରାହକ ମାନଙ୍କ ପାଇଁ ବଡ ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରରଣ ହ୍ରାସ, ଜାଣନ୍ତୁ କେତେ ରେଟ୍ କମିଲା ?

0

Get real time updates directly on you device, subscribe now.

ଆଜି ହେଉଛି ସେପ୍ଟେମ୍ୱର ୧ ତାରିଖ ଅର୍ଥାତ ଗୁରୁବାର। ଆଜି ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦରକୁ ଜାରି କରିଛନ୍ତି। ଆଜିଠାରୁ ଏଲପିଜି ସିଲିଣ୍ଡର ମଧ୍ୟ ଶସ୍ତା ହୋଇଯାଇଛି। ଆଜି ଇଣ୍ଡିଆନ ଅଏଲ ଦ୍ୱାରା ପ୍ରକାଶିତ ହୋଇଥିବା ନୂତନ ଦର ଅନୁସାରେ ଏଲପିଜିର ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଦିଆଯାଇଛି। ଏହି ହ୍ରାସ ବର୍ତ୍ତମାନ ସାରା ଦେଶରେ ଦେଖାଦେଇଛି। ଏହି ରିହାତି ବ୍ୟବସାୟିକ ସିଲିଣ୍ଡର ବ୍ୟବହାରକାରୀଙ୍କୁ ମିଳିଛି। ଦିଲ୍ଲୀରେ ଇଣ୍ଡେନ ସିଲିଣ୍ଡର ୯୧.୫୦ ଟଙ୍କା, କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି। ଏହି ହ୍ରାସ ଦିଲ୍ଲୀରୁ ପାଟନା, ଜୟପୁରରୁ ଡିସପୁର, ଲଦାଖରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ହୋଇଛି।

ସେହିପରି ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ଜୁଲାଇ ୬ ତାରିଖର ମୂଲ୍ୟରେ ମିଳୁଛି। ଆପଣଙ୍କୁ ଜଣାଇଦେଉଛୁଯେ, ଜୁଲାଇ ୬ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଆଜିଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କାରେ ମିଳିବ। ଏହା ସହିତ, ଏହା ପୂର୍ବରୁ କୋଲକାତାରେ ୨୦୯୫.୫୦ ଟଙ୍କାରେ ମିଳୁଥିଲା, କିନ୍ତୁ ସେପ୍ଟେମ୍ୱର ୧ରୁ ଏହି ସିଲିଣ୍ଡର ୧୯୫୫.୫୦ ଟଙ୍କାରେ ଉପଲବ୍ଧ ହେବ। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୯୫୫.୫୦ ଟଙ୍କାରେ ମିଳିବ। ଓ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମୁମ୍ବାଇରେ ୧୮୪୪ ଟଙ୍କା ଓ ଚେନ୍ନାଇରେ ୨,୦୪୫ ଟଙ୍କାକୁ ଖସି ଆସିଛି।

ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଧୀରେ ଧୀରେ ବଢ଼ିଚାଲିଛି, କିନ୍ତୁ ନୂତନ ଦର ଅନୁସାରେ ଆଜି ଏହା ଆଉ ମହଙ୍ଗା କିମ୍ବା ଶସ୍ତା ହୋଇନାହିଁ। ଆଜି ମଧ୍ୟ ଜୁଲାଇ ୬ ତାରିଖ ଦରରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମିଳୁଅଛି। ଜୁଲାଇ ୬ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀ-ମୁମ୍ବାଇ ଅନୁସାରେ ୧୦୫୩ ଟଙ୍କା, କୋଲକାତାରେ ୧୦୭୯ ଟଙ୍କା ଏବଂ ଚେନ୍ନାଇରେ ୧୦୬୮.୫୦ ଟଙ୍କାରେ ମିଳୁଅଛି। ଜୁଲାଇ ୧ ତାରିଖରେ ମଧ୍ୟ LPGର ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା। ବ୍ୟବସାୟିକ ସିଲିଣ୍ଡର ଶସ୍ତା ହୋଇଯାଇଥିବା ସମୟରେ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନଥିଲା।

ସେହିପରି ଜୁଲାଇ ୧ ତାରିଖ ପୂର୍ବରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଜୁନ ୧ ତାରିଖରେ ୧୩୫ ଟଙ୍କା ହ୍ରାସ କରାଯାଇଥିଲା। ଦରଦାମରୁ ଲୋକମାନଙ୍କୁ ରିହାତି ଦେବା ପାଇଁ ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ସିଲିଣ୍ଡର ପିଛା ୨୦୦ ଟଙ୍କା ଲେଖାଏଁ ସବସିଡି ମଧ୍ୟ ଘୋଷଣା କରିଥିଲେ। ଏହି ସବସିଡି ବର୍ଷକୁ କେବଳ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ଉପଲବ୍ଧ ହେବ। ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ୯ କୋଟିରୁ ଅଧିକ ଗ୍ରାହକ ଉପକୃତ ହୋଇଛନ୍ତି।

ବର୍ତ୍ତମାନ ସମଗ୍ର ଦେଶରେ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ଅତିକ୍ରମ କରିସାରିଛି। ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡର ଦର ୧,୦୦୩ ରୁ ୧,୦୫୩ ଟଙ୍କାକୁ ପହଞ୍ଚିଯାଇଛି। ବର୍ତ୍ତମାନ ସମୟରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ବର୍ତ୍ତମାନ କୋଲକାତାରେ ୧,୦୭୯ ଟଙ୍କା, ଭୁବନେଶ୍ୱରରେ ୧,୦୭୯ ଟଙ୍କା, ମୁମ୍ବାଇରେ ୧,୦୫୨.୫୦ ଟଙ୍କା ହୋଇଥିବା ସମୟରେ ଚେନ୍ନାଇରେ ମଧ୍ୟ ୧,୦୬୮.୫୦ ଟଙ୍କାରେ ମିଳୁଅଛି।

Leave A Reply

Your email address will not be published.