T20 ବିଶ୍ୱକପ ଓ ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଘୋଷଣା କଲା ନିଜର ଦଳ, କେବଳ ଡେଭିଡ଼ ୱାର୍ନର ଗୋଟିଏ ପରିବର୍ତ୍ତନ,ଜାଣନ୍ତୁ ସ୍କ୍ୱାର୍ଡରେ କିଏ କିଏ ଅଛନ୍ତି ?
ଅଷ୍ଟ୍ରେଲିଆ T20 ବିଶ୍ୱକପ ଓ ଭାରତ ବିପକ୍ଷରେ ନିଜର ଖେଳାଳି ଘୋଷଣା କରିସାରିଛି। ଦଳରେ 15 ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି ଯାହାର ଦାୟିତ୍ୱ ଆରୋନ ଫିଞ୍ଚ ସମ୍ଭାଳିବାକୁ ଯାଉଛନ୍ତି। ଭାରତ ଅଭିମୁଖେ ଅଷ୍ଟ୍ରେଲିଆ ସେପ୍ଟେମ୍ବର ମାସରେ ଆସିବ ଓ ବିଶ୍ୱକପ ଅକ୍ଟୋବର-ନଭେମ୍ବରରେ ହେବାର ରହିଛି। ଅଷ୍ଟ୍ରେଲିଆର T20 ବିଶ୍ୱକପ ଟିମ ଓ ଭାରତ ବିପକ୍ଷରେ ଆସୁଥିବା ଟିମରେ କେବଳ ଗୋଟିଏ ପରିବର୍ତ୍ତନ ଡେଭିଡ଼ ୱାର୍ନରଙ୍କ ରୂପରେ ରହିଛି। ବାମହାତୀ ଡେଭିଡ଼ ୱାର୍ନର ଭାରତ ବିପକ୍ଷରେ ଖେଳୁଥିବାର ନଜର ଆସିବେନାହିଁ। ତାଙ୍କ ସ୍ଥାନରେ କାମେରନ ଗ୍ରୀନକୁ ସ୍ଥାନ ଦିଆଯାଇଛି।
ଅଷ୍ଟ୍ରେଲିଆର 2022 ପାଇଁ T20 ବିଶ୍ୱକପ ବାଲା ଟିମ ପାଖାପାଖି ଗତବର୍ଷ UAE ରେ ଖେଳା ଯାଇଥିବା ଟିମ ସହିତ ସମାନ। କେବଳ ଦଳ ମିଚେଲ ସ୍ବେପସନଙ୍କ ଜାଗାରେ ଟିମ ଡେଭିଡ଼ଙ୍କୁ ସ୍ଥାନ ଦେଇଛି।
T20 ବିଶ୍ୱକପ 2022 ପାଇଁ ଚୟନ ହୋଇଥିବା ଏହି ଦଳ ସେପ୍ଟେମ୍ବର ମଝିରେ ଭାରତ ଗସ୍ତ କରିବ। ଭାରତ ଗସ୍ତରେ ଡେଭିଡ଼ ୱାର୍ନରଙ୍କୁ ଆରାମ ଦିଆଯାଇଛି। ତାଙ୍କ ସ୍ଥାନରେ କାମେରନ ଗ୍ରୀନଙ୍କୁ ସ୍ଥାନ ମିଳିଛି।
ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ 3ଟି T20 ମ୍ୟାଚ ଖେଳିବବ ଯାହାକି ବିଶ୍ୱକପ ପୂର୍ବରୁ ପ୍ରସ୍ତୁତି ବୋଲି ଜଣାପଡ଼ୁଛି। ଏହି ମ୍ୟାଚ 20,23 ଓ 25 ତାରିଖରେ ମୋହାଳି, ହାଇଦ୍ରାବାଦ ଓ ନାଗପୁରରେ ଖେଳାଯିବ।
A big few months ahead for this group.
✈️ India for a three-match T20I series
🏆 @T20WorldCup on home soil pic.twitter.com/e2fAOnIT9m— cricket.com.au (@cricketcomau) August 31, 2022
T20 ବିଶ୍ୱକପର ଆରମ୍ଭ ଅକ୍ଟୋବର 22 ରେ ଆରମ୍ଭ ହେବ। ଡ଼ିଫେଣ୍ଡିଂ ଚମ୍ପିୟାନ ନିଜର ଟ୍ରଫି ବଞ୍ଚାଇବାକୁ ଖେଳିବ। ଭଲ କଥା ଏହାକି ଯେ, ଦଳ ନିଜ ଦେଶରେ ହିଁ ଏହି ବିଶ୍ୱକପ ଖେଳିବ।
ଅଷ୍ଟ୍ରେଲିଆର T20 ବିଶ୍ୱକପ ଟିମ:-
ଏରନ ଫିଞ୍ଚ, ପ୍ୟାଟ କମିନ୍ସ, ଟିମ ଡେଭିଡ଼,ଏସ୍ଟନ ଅଗର, ହେଜଲଉଡ଼, ଜୋଶ ଇଂଲିଶ, ମିଚେଲ ମାର୍ଶ, ଗ୍ଲେନ ମାକ୍ସୱେଲ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କ ଷ୍ଟୋଇନିସ, ମାଥୟୁ ୱେଡ଼, ଡେଭିଡ଼ ୱାର୍ନର, ଆଡ଼ାମ ଜାମ୍ପା।
ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଟିମ:-
ଏରନ ଫିଞ୍ଚ, ପ୍ୟାଟ କମିନ୍ସ, ଟିମ ଡେଭିଡ଼,ଏସ୍ଟନ ଅଗର, ହେଜଲଉଡ଼, ଜୋଶ ଇଂଲିଶ, ମିଚେଲ ମାର୍ଶ, ଗ୍ଲେନ ମାକ୍ସୱେଲ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କ ଷ୍ଟୋଇନିସ, ମାଥୟୁ ୱେଡ଼, କମେରନ ଗ୍ରୀନ, ଆଡ଼ାମ ଜାମ୍ପା।