ଭଣଜା ପ୍ରେମରେ ପାଗଳ ହେଲେ ମାଇଁ, 1 ହଜାର 40 ଥର ହ୍ୱାଟ୍ସଆପ କଲରେ କଥା ହେଲେ, ସ୍ୱାମୀ ପାଇଁ ଦେଲେ ସୁପାରି

0

Get real time updates directly on you device, subscribe now.

ଝାଡ଼ଖଣ୍ଡର ପଲାମୁରେ ପ୍ୟାରାଡ଼ାଇଜ ଟେଲର ମାଲିକ ମହମ୍ମଦ ତୋହିଦ୍ ଆଲମ୍ ଉପରେ ଗୁଳି ଚଲାଯାଇଥିବା ମାମଲାର ପୋଲିସ ଖୁଲାସା କରିଛି । ଘଟଣାରେ ପୀଡିତଙ୍କ ସ୍ତ୍ରୀ, ଭଣଜା ବ୍ୟତୀତ ଚାରିଜଣ ଲୋକଙ୍କର ହାତ ଥିବା କଥା ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନେଇଛି । ପୋଲିସ ତୋହିଦଙ୍କୁ ବାଜିଥିବା ଗୋଟିଏ ଗୁଳି ଏବଂ ଚାରୋଟି ମୋବାଇଲ ଫୋନ୍ ଜବତ କରିଛି ।

ଜିଲ୍ଲାର ଏସପି ଚନ୍ଦନ କୁମାର ସିହ୍ନା କହିଛନ୍ତି ଯେ ଅଗଷ୍ଟ ମାସ 17 ତାରିଖ ରାତିରେ ହୋଇଥିବା ଗୁଳି ଚଲାଯିବା ଘଟଣା ପରେ ପୋଲିସ ଯାଞ୍ଚ୍ କରିବାରେ ଲାଗି ପଡ଼ିଥିଲା । ଏହି ଘଟଣାରେ ତୋହିଦଙ୍କ ସ୍ତ୍ରୀ ଗୌସୀୟା ପରବିନ ଏବଂ ତାଙ୍କ ଭଣଜା ଇରସାଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜଣାପଡିଛି । ସେମାନଙ୍କ କଲ ଡିଟେଲ ଚେକ୍ କରିବାରୁ ଜଣାପଡ଼ିଲା ଯେ ଦୁହିଙ୍କ ମଧ୍ୟରେ 1 ହଜାର 40 ଥର ହ୍ୱାଟ୍ସଆପ କଲ୍ ହୋଇଥିଲା । ମାଇଁ ଏବଂ ଭଣଜାଙ୍କ ପ୍ରେମ ସମ୍ପର୍କ ବିଷୟରେ ତୋହିଦ୍ ମଧ୍ୟ ଜାଣିଥିଲେ । ତୋହିଦ୍ ଏହାକୁ ପ୍ରାୟତଃ ବିରୋଧ କରୁଥିଲେ । ତୋହିଦ୍ ଏବଂ ଗୌସୀୟାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ପିଲାଙ୍କ ବୟସ 12 ରୁ 14 ବର୍ଷ ଅଟେ ।

ପୋଲିସ କହିଛି ଯେ ଲଗାତାର ବିରୋଧ କରିବା କାରଣରୁ ଭଣଜା ଇରସାଦ ଏବଂ ମାଇଁ ଗୌସୀୟା ମିଶି ତୋହିଦଙ୍କୁ ରାସ୍ତାରୁ ହଟାଇବାକୁ ପ୍ଲାନ୍ କଲେ । ଏଥିରେ ଆରଜୁ, ଜୁମନ, ମଞ୍ଜର, ବିଲାଲଙ୍କୁ ସାମିଲ କରାଗଲା । ଇରସାଦ ଏହି କାଣ୍ଡ କରିବାପାଇଁ 3.50 ଲକ୍ଷ ଟଙ୍କାର ସୁପାରି ଦେଲା । ଏଥିପାଇଁ ବଜାରରୁ ବୁଲେଟ କିଣିବାପାଇଁ ଋଣ ଭାବେ ଆଣିଥିବା ପଇସା ଇରସାଦକୁ ସୂପାରିରେ ଦେବାକୁ ପଡ଼ିଲା ।

ଯାଞ୍ଚରେ ସାମ୍ନାକୁ ଆସିଲା ଯେ ତୋହିଦଙ୍କୁ ହତ୍ୟା କରିବାପାଇଁ 8 ମାସ ପୂର୍ବରୁ ସୂପାରି ଦିଆଯାଇଥିଲା । ପଇସା ନେବାପରେ ମଧ୍ୟ ଆରଜୁ, ଜୁମନ, ମଞ୍ଜର, ବିଲାଲ ହତ୍ୟା କରିନଥିଲେ । ତେଣୁ ଇରସାଦ ପଇସା ଫେରାଅ ବୋଲି କହୁଥିଲା । ପରିଣାମ ସ୍ବରୂପ ସମସ୍ତେ ହତ୍ୟା କରିବାକୁ ପ୍ରସ୍ତୁତ ହୋଇଗଲେ । ପ୍ଲାନୀଙ୍ଗ ଅନୁଯାୟୀ ଅଗଷ୍ଟ ମାସ 17 ତାରିଖ ରାତିରେ ଦୋକାନରୁ ଘରକୁ ଯାଉଥିବା ତୋହିଦଙ୍କୁ ଟ୍ରେନିଙ୍ଗ ସ୍କୁଲ ପାଖରେ ବାଇକରେ ବସିଥିବା ଭଡ଼ାଟିଆ ଗୁଣ୍ଡା ପଛରୁ ଗୁଳି କରିଦେଲେ ।

ପିଠିରେ ଗୁଳି ବାଜିବା ପରେ ସେ ସହରର ଏକ ପ୍ରାଇଭେଟ୍ ହସ୍ପିଟାଲରେ ନିଜର ଚିକିତ୍ସା କରାଇଲେ ।ଏସପି ସିହ୍ନା କହିଛନ୍ତି ଯେ ତୋହିଦଙ୍କ ଉପରେ ମଞ୍ଜର ଗୁଳି ଚଳାଇଥିଲା ଏବଂ ବିଲାଲ ଗାଡ଼ି ଡ୍ରାଇଭ୍ କରୁଥିଲା । ଘଟଣାରେ ସାମିଲ ଅନ୍ୟ ଅଭିଯୁକ୍ତଂକୁ ଖୋଜା ଚାଲିଛି ।

Leave A Reply

Your email address will not be published.