Raju Srivastav Health Update : ଔଷଧ ଏବଂ ପ୍ରାର୍ଥନା ସଫଳତା ଆଣିଦେଲା । ଶେଷରେ 15 ଦିନ ପରେ ସମସ୍ତଙ୍କ ପ୍ରିୟ ରାଜୁ ଶ୍ରୀବାସ୍ତବଙ୍କ ହୋସ ଆସିଗଲା । ଗତ ଦୁଇ ସପ୍ତାହ ଠାରୁ ରାଜୁ ଶ୍ରୀବାସ୍ତବଙ୍କ ଦିଲ୍ଲୀର AIMS ରେ ଚିକିତ୍ସା ଚାଲିଥିଲା । ଡାକ୍ତର, ପରିବାର, ସାଙ୍ଗସାଥୀ ଏବଂ ଫ୍ୟାନ୍ସ ସମସ୍ତେ ରାଜୁ ଶ୍ରୀବାସ୍ତବଙ୍କ ଠିକ୍ ହେବାକୁ ନେଇ ପ୍ରାର୍ଥନା କରୁଥିଲେ । ଡାକ୍ତର ନିଜେ ବହୁତ୍ ଚେଷ୍ଟା କରିବାରେ ଲାଗିଥିଲେ । ସେହିପରି ଫ୍ୟାନମାନେ ଭଗବାନଙ୍କ ନିକଟରେ ସେ ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରୁଥିଲେ । ରାଜୁ ଶ୍ରୀବାସ୍ତବ ହୋସ ଆସିବା ପରେ ତାଙ୍କ ପ୍ରିୟ ସାଙ୍ଗ ସୁନିଲ ପାଲ ବହୁତ୍ ଖୁସି ଥିବାର ଦେଖାଯାଇଛନ୍ତି ।
ସୁନିଲ ପାଲ କଲେ ରିଆକ୍ଟ :-
ସୂଚନା ଅନୁଯାୟୀ, ରାଜୁ ଶ୍ରୀବାସ୍ତବଙ୍କୁ ସକାଳ 8 ଟା 10 ମିନିଟରେ ହୋସ ଆସିଥିଲା, ଯାହା ପରେ ଡାକ୍ତରମାନେ ତାଙ୍କ କଣ୍ଡିସନକୁ ଚେକ୍ କଲେ । ଗୋଟେ ପଟେ ରାଜୁ ଶ୍ରୀବାସ୍ତବଙ୍କୁ ହୋସ ଆସିଲା ତ ଆଉ ଗୋଟେ ପଟେ ସାଙ୍ଗ ସୁନିଲ ପାଲଙ୍କ ଚେହେରାରେ ଖୁସିର ଲହରୀ ଦେଖାଗଲା । ସୁନିଲ ପାଲ ରାଜୁ ଶ୍ରୀବାସ୍ତବଙ୍କ ହେଲ୍ଥ ଅପଡେଟକୁ ନେଇ ଗୋଟିଏ ଭିଡିଓ ସେୟାର କରିଛନ୍ତି ।
ଭିଡ଼ିଓରେ ସେ କହୁଛନ୍ତି ଯେ ଗୁଡ ନ୍ୟୁଜ, ରାଜୁ ଶ୍ରୀବାସ୍ତବଙ୍କୁ ହୋସ ଆସିଗଲା । ମୁଁ କହିଥିଲି ଯେ ଚମତ୍କାର ହେବ । ପରମାତ୍ମା ହସାଉଥିବା ଲୋକଙ୍କୁ କେବେ ନିରାଶ କରିବେ ନାହିଁ । ସାରା ପରିବାର, ସାଙ୍ଗସାଥୀ ଏବଂ ଯେଉଁମାନେ ପ୍ରାର୍ଥନା କରିଛନ୍ତି ସମସ୍ତଙ୍କୁ ଧନ୍ୟବାଦ୍ । ସେ ଆଗକୁ କହିଛନ୍ତି ରାଜୁ ଭାଇ ତୁମେ ହଜାର ବର୍ଷ ବଞ୍ଚିଥାଅ ବୋଲି ପ୍ରାର୍ଥନା କରୁଛି । ସୁନିଲ ପାଲ ରାଜୁ ଶ୍ରୀବାସ୍ତବଙ୍କ ହେଲ୍ଥ ଅପଡେଟ ଦେଇ ତାଙ୍କ ଫ୍ୟାନମାନଙ୍କ ମନ ଖୁସି କରି ଦେଇଛନ୍ତି । ସତରେ ଏହା ଆଜି ଦିନର ସବୁଠାରୁ ଭଲ ଖବର ଅଟେ ।
କ’ଣ ବିଗ ବିଙ୍କ ଶବ୍ଦ କଲା ଚମତ୍କାର ?
କିଛି ସମୟ ପୂର୍ବରୁ ଡାକ୍ତର କହିଥିଲେ ଯେ ରାଜୁ ଶ୍ରୀବାସ୍ତବଙ୍କ ମସ୍ତିଷ୍କର ତିନି ଶିରାରୁ ଗୋଟିଏ ଶିରା ବ୍ଲକ୍ ଅଛି । ଏହାର ଟ୍ରିଟମେଣ୍ଟ ପାଇଁ ନ୍ୟୁୟୋଫିଜିଓଥେରେପିର ସାହାଯ୍ୟ ନିଆଯାଉଥିଲା । ଏହାବ୍ୟତୀତ କମେଡିଆନଙ୍କ ମାନସିକ ଅବସ୍ଥା ଠିକ୍ କରିବାପାଇଁ ତାଙ୍କୁ ଅମିତାଭ ବଚ୍ଚନଙ୍କ ସ୍ୱର ମଧ୍ୟ ଶୁଣାଯାଉଥିଲା । ବିଗ୍ ବିଙ୍କ ଶୋ ଏବଂ ପରଫର୍ମାନ୍ସିଂର ଭଏସ ରେକର୍ଡିଂ ଶୁଣାଇ ତାଙ୍କୁ ହୋସକୁ ଆଣିବାକୁ ଚେଷ୍ଟା କରାଯାଉଥିଲା ।
ଦେଖନ୍ତୁ ଡାକ୍ତରଙ୍କ ଏହି ଚେଷ୍ଟା ସଫଳ ମଧ୍ୟ ହେଲା । ଡେରିରେ ହେଉ ପଛେ ଡାକ୍ତରଙ୍କ ଔଷଧ ଏବଂ ଲୋକଙ୍କ ପ୍ରାର୍ଥନା କାମରେ ଆସିଲା । ରାଜୁ ଶ୍ରୀବାସ୍ତବଙ୍କୁ ହୋସ ଆସିଗଲା । ଆଶା କରାଯାଉଛି ଯେ ସୁନିଲ ପାଲଙ୍କ ପରେ ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ ନିଜେ ନିଜର ହେଲ୍ଥ ଅପଡେଟ ଫ୍ୟାନମାନଙ୍କୁ ସେୟାର କରିବେ ।