ଶାହରୁଖ ଖାନଙ୍କ ବଡ ବୟାନ : ମୋତେ କିମ୍ବା ମୋ ଫିଲ୍ମକୁ ପ୍ରଭାବିତ କରିପାରିବନି ‘ବୟକଟ୍’

0

Get real time updates directly on you device, subscribe now.

ବଲିଉଡ ଅଭିନେତା ଆମୀର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଲାଲ ସିଂ ଚଢା ନିକଟରେ ସୋସିଆଲ ମିଡିଆରେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ, ଏହା ପରେ ଶାହରୁଖ ଖାନ ପ୍ରଶଂସକମାନେ ଅଭିନେତାଙ୍କ ପ୍ରତ୍ୟାବର୍ତ୍ତନ ଚଳଚ୍ଚିତ୍ରକୁ ନେଇ ଚିନ୍ତିତ ଥିବା ପରି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଏକ ବିଭାଗ SRK ର ଆଗାମୀ ଚଳଚ୍ଚିତ୍ର ପଠାନକୁ ବଏକଟ୍ ଡାକିବା ଆରମ୍ଭ କରି ଦେଇଛି।ବଲିଉଡ୍‌ ଏବେ ନେଟିଜେନ୍ସଙ୍କ ଟାର୍ଗେଟରେ। ଦୀର୍ଘ ଦିନ ଧରି ଟ୍ୱିଟର୍‌ରେ ‘ବୟକଟ୍ ବଲିଉଡ୍’ ହ୍ୟାସ୍‌ଟ୍ୟାଗ୍‌ ଟ୍ରେଣ୍ଡ୍‌ କରୁଛି, ଯେଉଁଥିରେ ପ୍ରତ୍ୟେକ ବଲିଉଡ୍‌ ଫିଲ୍ମକୁ ଟାର୍ଗେଟ୍‌ କରାଯାଉଛି। ଗତ କିଛି ଦିନ ମଧ୍ୟରେ ‘ଶମ୍‌ଶେରା’, ‘ସମ୍ରାଟ ପୃଥ୍ୱୀରାଜ’, ‘ଲାଲ୍‌ ସିଂହ ଚଡ୍‌ଢା’ ସମେତ ଅନେକ ଫିଲ୍ମକୁ ‘ବୟକଟ୍’ର ସାମ୍ନା କରିବାକୁ ପଡିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଶାହରୁଖ ଖାନଙ୍କ ଏକ ପୁରୁଣା ସାକ୍ଷାତକାର ଖୋଳିଛନ୍ତି ଯେଉଁଠାରେ ସେ ବୟକଟ୍ ଉପରେ ନିଜର ମତ ରଖିଥିଲେ।ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି।

ଏହି ଭିଡିଓରେ ଶାହାରୁଖ ଖାନ କହିଛନ୍ତି ଯେ ବେଳେବେଳେ ବୟକଟ୍ ମଧ୍ୟ ଭଲ ହୋଇଥାଏ। ଯେତେବେଳେ ଫିଲ୍ମ ଭଲ କାମ କରେ ନାହିଁ ସେତେବେଳେ ଏକ ବାହାନା ମିଳିଯାଏ ଯେ ସୋସିଆଲ୍ ବୟକଟ୍ ଯୋଗୁଁ ଏମିତି ହେଲା।ଏହା ପରେ ଶାହାରୁଖ ଖାନ କହିଥିଲେ ଯେ “ମା ଭଲ ଖାଦ୍ୟ ହିଁ ପ୍ରସ୍ତୁତ କରନ୍ତି, ଆପଣଙ୍କୁ ଏହାକୁ ପସନ୍ଦ କରିବାକୁ ପଡିବ। ଏହି ସାକ୍ଷାତକାରରେ ସାମ୍ବାଦିକ ଶାହାରୁଖ ଖାନଙ୍କୁ ପ୍ରଶ୍ନ କରିଥିଲେ ଯେ ଯିଏ ସେହି ଖାଦ୍ୟ ଖାଇବ ସେ ହିଁ କହିବ ଯେ ଖାଦ୍ୟ ଭଲ କି ନୁହେଁ। ଏହାକୁ ନେଇ ଶାହାରୁଖ କହିଥିଲେ ଯେ ହଁ ଏହା ମା’କୁ ଖରାପ କରିଦିଏ ନାହିଁ। ପରେ ବଲିଉଡ୍‌ରେ ଭୟର ବାତାବରଣକୁ ନେଇ କିଙ୍ଗ ଖାନ କହିଥିଲେ ଯେ ସତ କହିବି… ବଡ଼ କଥା କହିବି ନାହିଁ। ପବନରେ ଦୋହଲିଯିବି ନାହିଁ। ପବନରେ ଶୁଖିଲା ଡାଙ୍ଗ ଭାଙ୍ଗିପଡେ।

ଶେଷରେ ଶାହାରୁଖ ଖାନ କହିଥିଲେ ଯେ “ଏହି ଦେଶରେ ମତେ ଯେତେ ଭଲ ପାଇବା ମିଳିଛି, ମୁଁ ଏ କଥା ଦୃଢତାର ସହ କହିବି ଯେ ଏମିତି ଭଲ ପାଇବା ଖୁବ କମ ଲୋକଙ୍କୁ ମିଳିଥାଏ। ମତେ ଲାଗୁ ନାହିଁ ଯେ ଏହା (ବୟକଟ୍) ମୋତେ କିମ୍ବା ମୋ ଫିଲ୍ମକୁ ପ୍ରଭାବିତ କରିଛି କିମ୍ବା ମୋତେ କିମ୍ବା ମୋ ଫିଲ୍ମକୁ କେବେ ପ୍ରଭାବିତ କରିବ।୨୦୨୩ରେ ତାଙ୍କର ବ୍ୟାକ୍ ଟୁ ବ୍ୟାକ୍ କେତେକ୍ ଫିଲ୍ମ ରିଲିଜ୍ ହେବ। ଆସନ୍ତା ବର୍ଷ ଜାନୁୟାରୀ ୨୫ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ପଠାନ’ରେ ସେ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରହାମ୍‌ଙ୍କ ସହ ନଜର ଆସିବେ। ସେହିପରି ତାଙ୍କର ଆଉ ଏକ ଫିଲ୍ମ ‘ଜବାନ୍’ ଜୁନ୍ ୨ରେ ପ୍ରେକ୍ଷାଳୟକୁ ଆସିବ। ଏହା ବ୍ୟତୀତ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ‘ଡଙ୍କି’ରେ ମଧ୍ୟ ଶାହରୁଖଙ୍କୁ ଦେଖିବାକୁ ମିଳିବ।

Leave A Reply

Your email address will not be published.