କେରଳ ହାଇକୋର୍ଟଙ୍କ କଠୋର ନିଷ୍ପତି । ରାସ୍ତାର ଖାଲ ପାଇଁ ଦୁର୍ଘଟଣା ହେଲେ ଜିଲ୍ଲାପାଳ ହେବେ ଦାୟୀ

0

Get real time updates directly on you device, subscribe now.

ସାଧାରଣତଃ ରାସ୍ତାରେ ମରାମତି ଅଭାବରୁ ଖାଲଖମା ଦେଖାଯାଏ । ବିଶେଷତଃ ନିମ୍ନମାନର ରାସ୍ତା ନିର୍ମାଣ ପାଇଁ ଏଭଳି ଦେଖିବାକୁ ମିଳିଥାଏ । ଆଉ ଏହି ଖାଲଖମା ପାଇଁ ଅଧିକାଂଶ ସଡକ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଯାହାକୁ ଆମେ ସାଧାରଣ ଭାବରେ ଗ୍ରହଣ କରିଥାଉ । କିନ୍ତୁ ଖୁବଶୀଘ୍ର ଏଭଳି ସଡକ ଦୁର୍ଘଟଣା କମିବାକୁ ଯାଉଛି । କାରଣ ରାସ୍ତାର ଖାଲ ଯୋଗୁଁ ଦୁର୍ଘଟଣା ଘଟିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ହିଁ ଦାୟୀ ରହିବେ ବୋଲି କେରଳ ହାଇକୋର୍ଟ କହିଛନ୍ତି ।  ଦେଶରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି ।

ଏଭଳି ଦୁର୍ଘଟଣାରେ ଦୈନିକ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଅନେକ ସଂଖ୍ୟାର ଲୋକ ଆହତ ହେଉଛନ୍ତି । ଯଦି ଆମେ ସଡକ ଦୁର୍ଘଟଣା କଥା କହିବା ଏଥିପାଇଁ ମୁଖ୍ୟତଃ ଦୁଇଟି କାରଣ ଦାୟୀ । ପ୍ରଥମ ଟି ବେପରୁଆ ଗାଡି ଚାଳନା ଓ ଦ୍ୱିତୀୟଟି ଖରାପ ରାସ୍ତା । ଏନେଇ ଅନ୍ୟ ଏକ ମାମଲାର ଶୁଣାଣି କରିବା ବେଳେ କେରଳ ହାଇକୋର୍ଟ କହିଛନ୍ତି କି ଯଦି ରାସ୍ତା ଖରାପ ଓ ରାସ୍ତାମାନଙ୍କରେ ଗାଢ ପାଇଁ ଦୁର୍ଘଟଣା ଘଟେ ତେବେ ସଂପୃକ୍ତ ଦୁର୍ଘଟଣା ପାଇଁ ସେହି ଜିଲ୍ଲାର ଜିଲ୍ଲାପାଳ ଦାୟୀ ରହିବେ ।

ଏନେଇ କୋର୍ଟ ଏକ ଆଦେଶରେ କହିଛନ୍ତି କି ଏଭଳି ଦୁର୍ଘଟଣା ଓ ରାସ୍ତାର ସ୍ଥିତି ପାଇଁ ଜିଲ୍ଲାପାଳ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ସମସ୍ତ ରାସ୍ତା ଗସ୍ତ କରିବାକୁ ନିର୍ଦ୍ଦେଶ ଦେବା ଉଚିତ । ଜଷ୍ଟିସ ଦେବନ ରାମଚନ୍ଦ୍ରନ ଏକ ମାମଲାର ଶୁଣାଣି କ୍ରମରେ ଏଭଳି ଦୁର୍ଘଟଣାକୁ ରୋକିବାକୁ ଭାରତ ସରକାର ଓ ସଡକ ପରିବହନ ରାଜମାର୍ଗ ମନ୍ତ୍ରଣାଳୟର ବିଶେଷ ଭୂମିକା ରହିବା କଥା କହିଛନ୍ତି  ।

ଯଦି ରାଷ୍ଟ୍ରୀୟ ରାଜମାର୍ଗରେ କେହି ଦୁର୍ଘଟଣାରେ ଆହତ ହେଉଛି ବା ମୃତ୍ୟୁବରଣ କରୁଛି ଏହାକୁ ଅତ୍ୟାଚାର ଶ୍ରେଣୀର ଅପରାଧ ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି । ସେପଟେ ଜଷ୍ଟିସ ଦେବନ ରାମଚନ୍ଦ୍ରନ କହିଛନ୍ତି ଭ୍ରଷ୍ଟାଚାର ପାଇଁ ଦେଶର ରାସ୍ତାର ମାନ ଖରାପ ହେଉଛି । ଜଣେ ଭ୍ରଷ୍ଟଙ୍କ ବା ଦୁର୍ନୀତିଖୋରଙ୍କ ପାଇଁ ଜଣେ ନିରୀହ ବ୍ୟକ୍ତିର ମୃତ୍ୟୁ ହେବାକୁ ସାମ୍ବିଧାନିକ ଅତ୍ୟାଚାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ଜଷ୍ଟିସ କହିଛନ୍ତି ।

Leave A Reply

Your email address will not be published.