ନର୍ସ ବେହୋସ ରୋଗୀଙ୍କ ସହ କଲେ ଏଭଳି କାରନାମା,ହେଲା ଜେଲ୍, ଚାକିରୀ ବି ଗଲା

0

Get real time updates directly on you device, subscribe now.

ଜଣେ ନର୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କ ପାଖାପାଖି ୩ ଲକ୍ଷ ଟଙ୍କା ଚୋରାଇ ନେଇଗଲେ|ନର୍ସ ପ୍ରଥମେ ୮୪ ବର୍ଷିୟା ବୟସ୍କ ମହିଳାଙ୍କ ଏଟିଏମ୍ କାର୍ଡ ଚୋରି କଲା ପୁଣି ଏଥିରୁ ଟଙ୍କା ବାହାର କରି ସଂପି କରିଲା|ଏଵେ ଏହି ମାମଲାର ଖୁଲାସା ହେବାପରେ ନର୍ସକୁ ଚାକିରୀରୁ ବାହାର କରି ଦିଆଗଲା|ଏହାସହ ଜେଲ ସଜା ଦିଆଯାଇଛି|

ଦ ମିରର ମୁତାବକ ବୟସ୍କ ମହିଳା ଡିମୋସିୟାରେ ପିଡିତ ଥିଲେ|ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା|ସେ ସମୟରେ ୫୭ ବର୍ଷିୟା ନର୍ସ ଡେରୋଥୀ ହାବେଲ ମହିଳାଙ୍କ ଏଟିଏମ୍ କାର୍ଡ ଚୋରି କରିନେଲା ଓ ଖାତାରୁ ୨ ଲକ୍ଷ ୮୩ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଉଡେଇ‌ ଦେଲା|ସେତେବେଳେ ରୋଗୀ ବେହୋସ ଥିଲା|

ବ୍ରିଟେନରେ ରହୁଥିବା ଡେରୋଥୀ ହାବେଲ ରୟାଲ ଷ୍ଟେକ ହସ୍ପିଟାଲରେ କାମ କରୁଥିଲେ|ତାଙ୍କ ଉପରେ ନଭେମ୍ବର ୨୦୨୦ ରେ ରୋଗୀର ଏଟିଏମ୍ କାର୍ଡରୁ ଲୁଚିକରି ଟଙ୍କା କାଢିବା ଆରୋପରେ ଆକ୍ସନ ନିଆଯାଇଛି|ରୋଗୀର ଜଣେ ସମ୍ପର୍କୀୟ ଏଟିମରୁ ଟଙ୍କା ଉଠାଯାଇଥିବା ଅଭିଯୋଗ ପୋଲିସକୁ ଦେଇଥିଲେ|ପରେ ପୋଲିସ ବ୍ୟାଙ୍କ ସହ ସମ୍ପର୍କ କରିଥିଲେ|

ଯାଞ୍ଚରେ ଜଣାପଡ଼ିଲା ଯେ ଯେତେବେଳେ ମହିଳା ହସ୍ପିଟାଲରେ ଭର୍ତ୍ତି ଥିଲେ ଓ ଵୋହୋଶ ଅବସ୍ଥାରେ ଥିଲେ ସେତେବେଳେ ତାଙ୍କର ଏଟିଏମରୁ ୧୨ ଥର ଟଙ୍କା ଉଠା ଯାଇଥିଲା|

ଏହାପରେ ମାମଲା କୋର୍ଟରେ ପହଞ୍ଚିଲା|ଏଠାରେ ଶୁଣାଣି ସମୟରେ କୁହାଯାଇଥିଲା ଯେ ମହିଳା ରୋଗୀଙ୍କ ଖାତାରୁ ମୋଟ ୨ ଲକ୍ଷ ୮୩ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଉଠା ଯାଇଛି|ମାମଲାରେ କୋର୍ଟ ନର୍ସକୁ ୧୦ ମାସର ଜେଲ ସଜା ଶୁଣାଇବା ସହ ଚାକିରୀରୁ ବରଖାସ୍ତ କରିଛି|

Leave A Reply

Your email address will not be published.