କାର ବାଲା ସହିତ ପଙ୍ଗା, ବାଇକ୍ ଯାତ୍ରୀ ବଦମାସକୁ ପଡ଼ିଲା ଭାରି, ଭିଡ଼ିଓରେ ଦେଖନ୍ତୁ ତାପରେ କଣ ହେଲା

0

Get real time updates directly on you device, subscribe now.

ବେଳେବେଳେ ଏପରି କିଛି ଘଟଣା ଘଟିଯାଏ, ଯାହାକି କେବେ କେହି ଆଶା କରିନଥାନ୍ତି ଏବଂ ଏପରି ପରିସ୍ଥିତିରେ ଏକ ଅଲଗା ଘଟଣା ଦେଖିବାକୁ ମିଳିଥାଏ । ବାସ୍ତବରେ, ଲୋକମାନେ କିଛି ଆଶା କରନ୍ତି ଏବଂ ଆଉ କିଛି ଘଟିଯାଏ । ଏହା ସହ ଜଡିତ ଗୋଟିଏ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପୁରା ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଛି । ଏଥିରେ ବାଇକ୍ ଚଳାଉଥିବା ବଦମାସକୁ କାର ବାଲା ବ୍ୟକ୍ତିଙ୍କ ସହ ପଙ୍ଗା ନେବା ଭାରି ପଡ଼ିଯାଏ । ତେବେ ଏଠାରେ ଏହା ମଧ୍ୟ ଦେଖିବାକୁ ମିଳେ ଯେ ଆଜିକାଲି ବଦମାସମାନଙ୍କର ସାହାସ କେତେ ବଢିଯାଇଛି ଯେ ସେମାନେ ଦିନରେ ମଧ୍ୟ ଯେକୌଣସି ସ୍ଥାନରେ ବନ୍ଧୁକ ଦେଖାଉଛନ୍ତି । ଏହି ଭାଇରାଲ୍ ଭିଡିଓରେ ମଧ୍ୟ ଏହିପରି କିଛି ଦେଖିବାକୁ ମିଳୁଛି, କିନ୍ତୁ କାର ବାଲା ବ୍ୟକ୍ତି ତ ସେହି ବଦମାସମାନଙ୍କର ବ୍ୟାଣ୍ଡ ବଜାଇଦେଲେ ।

ଭିଡିଓରେ ଆପଣ ଦେଖିପାରିବେ ଯେ ରାସ୍ତାରେ କିଛି ଗାଡ଼ି ଠିଆ ହୋଇଛି ଏବଂ ଆଉ କିଛି ଗାଡ଼ି ଯିବା ଆସିବା କରୁଛନ୍ତି । ଏଠାରେ ଗୋଟିଏ କାର ଅନିୟମିତ ଭାବରେ ଲାଗିଛି, ଯେଉଁଥିରେ କାର୍ ଡ୍ରାଇଭର ମଧ୍ୟ ଉପସ୍ଥିତ ଥାଏ । ତା’ପରେ ଦେଖାଯାଏ ଯେ ବାଇକରେ ଦୁଇଜଣ ଲୋକ ଆସନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବନ୍ଧୁକ ନେଇ କାର ଡ୍ରାଇଭରକୁ ଭୟଭୀତ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ସେତେବେଳକୁ କାର ଡ୍ରାଇଭର ପୁରା ମାମଲା ବୁଝିଯାଏ ଏବଂ ସେ ବହୁତ୍ ସ୍ପିଡରେ ନିଜ କାର ନେଇ ସେଠାରୁ ଚାଲିଯାଆନ୍ତି । ଏହା ପରେ, ବାଇକ୍ ଯାତ୍ରୀ ବଦମାସ ମାନେ ଶୀଘ୍ର ବାଇକରେ ବସି ସେଠାରୁ ବାହାରକୁ ଯିବାକୁ ଚେଷ୍ଟା କରନ୍ତି, କିନ୍ତୁ ଠିକ୍ ସେତିକିବେଳେ କାର୍ ଡ୍ରାଇଭର ଵ୍ୟାକ୍ ଗିଅର୍ ସାହାଯ୍ୟରେ ସେମାନଙ୍କ ଆଡ଼କୁ ଆସିଯାଏ ଏବଂ ଗୋଟିଏ ଜୋରରେ ଧକ୍କା ମାରେ । ଯଦିଓ ଏହି ଧକ୍କାରେ ସେମାନଙ୍କ ବାଇକ୍ ସଂପୂର୍ଣ୍ଣ ନଷ୍ଟ ହୋଇଯାଏ, କିନ୍ତୁ ସେମାନଙ୍କ ଜୀବନ ବଞ୍ଚିଯାଏ ଏବଂ ସେମାନେ ଦୌଡ଼ି ଦୌଡ଼ି ସେଠାରୁ ପଳାଇ ଯାଆନ୍ତି ।

ଭିଡ଼ିଓରେ ଦେଖନ୍ତୁ କାର୍ ମାଲିକ କିପରି ଦେଲେ ଉଚିତ୍ ଶିକ୍ଷା :-

ଏହି ଆଶ୍ଚର୍ଯ୍ୟଜନକ ଭିଡିଓକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ Karma Clips ନାମକ ଆଇଡିରୁ ସେୟାର କରାଯାଇଛି । ମାତ୍ର 28 ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 2 ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଯେତେବେଳେ କି ହଜାର ହଜାର ଲୋକ ଭିଡିଓକୁ ଲାଇକ ମଧ୍ୟ କରିଛନ୍ତି । ସେହିପରି ଲୋକମାନେ ଭିଡିଓ ଦେଖି ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ” ସେମାନେ ବହୁତ୍ ଲକି ଥିଲେ, ଯେଉଁ କାରଣରୁ ମରିବା କିମ୍ବା ଗୁରୁତର ଆହତ ହେଲେ ନାହିଁ ।” ଆଉ ଜଣେ ଲେଖିଛନ୍ତି, ” କାର ବାଲା ନିଜ ଜୀବନ ବଞ୍ଚାଇବା ପାଇଁ ବିଲକୁଲ ଠିକ୍ କରିଛି ।”

Leave A Reply

Your email address will not be published.