ଶେଷରେ ଦୁଃଖ ଶୁଣିଲେ ଆଉ ଟିକି ଝିଅ ସୁଭଦ୍ରାଙ୍କ ପାଇଁ ସହାୟତାର ହାତ ବଢାଇଲେ ରାଜ୍ୟ ସରକାର । ଅନ୍ୟାନ୍ୟ ସୁବିଧା ସହ ପ୍ରତି ମାସ ମିଳିବ ୨୦୦୦ ଟଙ୍କା ସହାୟତା ରାଶି

0

Get real time updates directly on you device, subscribe now.

ପାଠ ପଢି ବହୁତ ଆଗକୁ ଯିବାକୁ ଇଛା । କିନ୍ତୁ ଇଚ୍ଛାରେ ବେଡି ପକାଇଛି ଅର୍ଥିକ ଅନଟନ । ପରିବାରର ପରିସ୍ଥିତି ଏମିତି ଯେ ଓଳିଏ ଖାଇଲେ ଦୁଇ ଓଳିଏ ଉପବାସ ରହିବାକୁ ପଡେ । ପାଠ ପଢିବାକୁ ପ୍ରବଳ ଆଗ୍ରହ ରହିଥିବା ବେଳେ ଅର୍ଥ ସାଜିଛି ବାଧକ । ଏମିତି କୋହଭରା ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖି ନିଜର ଦୁଃଖ ଜଣାଇଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ପାଟଣା ରାଇପୁର ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ ସୁଭଦ୍ରା ପଣ୍ଡା । ସୁଭଦ୍ରାଙ୍କ ସ୍ବପ୍ନ ଆଗରେ ବାଧକ ଅର୍ଥ । ପାଠ ପଢିବାକୁ ପ୍ରବଳ ଆଗ୍ରହ ରଖିଥିବା ସୁଭଦ୍ରାଙ୍କ ପାଇଁ ଅର୍ଥ ସାଜିଛି ବାଧକ ।

ସୁଭଦ୍ରା ଯେତେବେଳେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ମା ମାନସିକ ସ୍ତରରେ ଭାରସାମ୍ୟ ହରାଇ ବସିଲେ । ୮ ବର୍ଷ ଧରି ମାଆଙ୍କୁ ମିଳୁଥିବା ଭତ୍ତା ଓ ରାସନ ଚାଉଳରେ ଦୁଇ ପ୍ରାଣୀ ଚଳୁଛନ୍ତି । ଯାହାକୁ ନେଇ ସୁଭଦ୍ରା ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି । ଏହାରି ଭିତରେ ପୁଣି ନିଜ ଭବିଷ୍ୟତ ଗଢିବା ସ୍ୱପ୍ନ ସାଙ୍ଗକୁ ମାଆଙ୍କୁ ଭଲ କରିବାର ଚିନ୍ତା କୁନି ମୁଣ୍ଡରେ ପୃଥିବୀ ମୁଣ୍ଡେଇବା ପରି ଅନୁଭବ ହେଉଛି ।

ସମସ୍ତ ଦୁଃଖକଷ୍ଟକୁ ଦିନେ ସୁଭଦ୍ରା ଏକ କାଗଜରେ ଲେଖି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି ସୁଭଦ୍ରା । ମାଆଙ୍କ ଚିକିତ୍ସା ସାଙ୍ଗକୁ ନିଜର ପାଠପଢ଼ା ଓ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଘର ପାଇଁ ଚିଠିରେ ଦାବି ଜଣାଇଥିଲେ । ସରକାରୀ ସ୍ତରରେ କେବଳ ଚାଉଳ ଗଣ୍ଡେ ଓ ୫୦୦ ଟଙ୍କା ଭତ୍ତା ଛଡ଼ା ତାଙ୍କୁ ଆଉ କିଛି ମିଳି ନଥିବା ଚିଠି ଯୋଗେ ଅଭିଯୋଗ କରିଛନ୍ତି ସୁଭଦ୍ରା । ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିବା ପରେ ଡିସିପିଓ ଯୁବକ ମାଝୀ, ରେମୁଣା ବିଡ଼ିଓ ଛବିରାଣୀ ସାହୁଙ୍କ ସହ ଆଲୋଚନା କରି ସୁଭଦ୍ରାଙ୍କ ପରିସ୍ଥିତି ତଦନ୍ତ କରିଥିଲେ ।

ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଏହା ଆସିବାପରେ ଦଶମ ଶ୍ରେଣୀରେ ପଢ଼ୁଥିବା ସୁଭଦ୍ରାଙ୍କୁ ସହାୟତା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଏକାଧିକ ବ୍ୟକ୍ତି, ଅନୁଷ୍ଠାନ ହାତ ବଢ଼ାଇଛନ୍ତି । ରାଜ୍ୟ ସରକାରଙ୍କ ଶିଶୁ ମଙ୍ଗଳ ଯୋଜନାରେ ସୁଭଦ୍ରାଙ୍କୁ ପ୍ରତି ମାସ ୨୦୦୦ ଟଙ୍କା ସହାୟତା ଦିଆଯିବାର ଘୋଷଣା ହୋଇଛି । ଏହା ସହିତ ତାଙ୍କୁ ଏକ ପକ୍କା ଘର ଯୋଗାଇଦେବା ସହ ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁର କରାଯାଇଛି ।

Leave A Reply

Your email address will not be published.