କ୍ରିକେଟ ଖେଳିବାପାଇଁ କୋଲକାତାରୁ ଦିଲ୍ଲୀ ଆସିଥିଲା ଯୁବକ, ମୁଣ୍ଡରେ ବଲ ବାଜିବାରୁ ହେଲା ମୃତ୍ୟୁ

0

Get real time updates directly on you device, subscribe now.

ଦେଶର ରାଜଧାନୀ ଦିଲ୍ଲୀରେ ଏକ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏଯାଏଁ କୌଣସି FIR ଦାରଜ ହୋଇନାହିଁ ଓ ଯୁବକଙ୍କ ପରିବାରକୁ ଖବର ଦେବାପରେ ପୋଲିସ ବର୍ତ୍ତମାନ ଯାଞ୍ଚ ଆରମ୍ଭ କରିଦେଇଛି।

ମାମଲା ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳର ଏକ ସ୍କୁଲର ଅଟେ। ଏଠାରେ କ୍ରିକେଟ ଖେଳୁଥିବା ସମୟରେ ହବିବ ମଣ୍ଡଳ ନାମକ ଜଣେ 30 ବର୍ଷୀୟ ଯୁବକଙ୍କ ମୁଣ୍ଡରେ ବଲ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସର କହିବାହେଲା, ହବିବ କ୍ରିକେଟ ଖେଳିବାକୁ କୋଲକାତାରୁ ଦିଲ୍ଲୀ ଆସିଥିଲେ ଓ ସେ ନିଜ ବନ୍ଧୁଙ୍କ ସହିତ ଏଠାରେ କ୍ରିକେଟ ଖେଳୁଥିଲେ।

ମ୍ୟାଚ ସମୟରେ ବଲ ତାଙ୍କ ମୁଣ୍ଡରେ ଲାଗିଥିଲା ଓ ସେଠାରେ ସେ ବେହୋସ ହୋଇଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଓ ଡ଼କ୍ଟର ତାଙ୍କୁ ମୃତ ଘୋଷିତ କରିଥିଲେ। ମୃତକ ଯୁବକ ମୂଳରୂପରେ କୋଲକାତାର ଥିଲା ଓ ସେ କ୍ରିକେଟ ଖେଳିବା ପାଇଁ ସାଙ୍ଗମାନଙ୍କ ସହିତ ଦିଲ୍ଲୀ ଆସିଥିଲା।

ପୋଲିସ ଏହାଉପରେ କୌଣସି ପ୍ରାଥମିକ ଯାଞ୍ଚ କରିନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ଏହାଉପରେ ପୋଲିସ କୌଣସି ନିଷ୍ପତ୍ତି ନେଇପାରେ। ପୋଲିସ ହବିବଙ୍କ ପରିଜନଙ୍କୁ ଖବର ପହଞ୍ଚାଇଥିଲା ଓ ତାଙ୍କ ଘରଲୋକ ଆସିବାପରେ ଜଣାପଡ଼ିବ ଯେ ହବିବଙ୍କୁ କୌଣସି ରୋଗ ଥିଲା କି ନାହିଁ।

ଏହିପରି ଏକ ସମାନ ଘଟଣା ଜଣେ ଭାରତୀୟ ଖେଳାଳି ସହିତ ପୂର୍ବରୁ ମଧ୍ୟ ହୋଇସାରିଛି, ଯାହାଙ୍କ ମୁଣ୍ଡରେ ବଲ ବାଜିବା କାରଣରୁ ମୃତ୍ୟୁ ହୋଇଥିଲା। 1998 ମସିହାରେ ରମାନ ଲାମ୍ବା ବାଂଲାଦେଶର ଢ଼ାକା ପ୍ରିମିୟାର ଲିଗ ଖେଳିବାକୁ ଯାଇଥିଲେ। ଯେତେବେଳେ ସ୍ପିନର ସୈଫୁଲ୍ଲା ଖାନ ବୋଲିଂ କରୁଥିଲେ ସେତେବେଳେ ଅଧିନାୟକଙ୍କ କହିବାଦ୍ୱାରା ରମାନ ଲାମ୍ବା ଶର୍ଟ ଫରୱାର୍ଡରେ ଫିଲ୍ଡିଂ କଲେ, ଏଠାରେ ଯେତେବେଳେ କୌଣସି ଫିଲଡ଼ର ଜଗିବାକୁ ଆସନ୍ତି ତ ହେଲମେଟ ଓ ଗାର୍ଡ ଲଗାଇ ଆସନ୍ତି କିନ୍ତୁ ସେ ହେଲମେଟ ପିନ୍ଧିନଥିଲେ ଓ ବଲ ସିଧାଯାଇ ତାଙ୍କ ମୁଣ୍ଡରେ ଲାଗିଥିଲା ଓ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Leave A Reply

Your email address will not be published.