ପୁରୀ ମନ୍ଦିରରେ ଚିଲ ଉଡିଲେ ଏହା ବିପଦ ସଂକେତ । ତେବେ ଏହା ସତ ନା ଗୁଜବ ଆସନ୍ତୁ ଜାଣିବା

0

Get real time updates directly on you device, subscribe now.

ଏହା ଏକ ସାଧାରଣ ଅନୁଭୂତି ଯେ ଅନେକ ଭିତ୍ତିହୀନ ଅପପ୍ରଚାର ହଠାତ୍‌ ଜନମାନସରେ ଜାଗ୍ରତ ହୋଇ ଉଠିଥାଏ ଆଉ ଅତି ବେଗରେ ସମାଜରେ ଖେଳିଯାଇ ସମ୍ପୂର୍ଣ୍ଣ ସମାଜକୁ କବଳିତ କରେ । ଘଟଣାର ସତ୍ୟତା ପରୀକ୍ଷା ନ କରି ଅବିଳମ୍ବେ ଜନ ସମୁଦାୟ ଏହାକୁ ଗ୍ରହଣ କରି ନିଅନ୍ତି । ଯାହା ପରେ ଗୁଜବ ନାମରେ ଅପଖ୍ୟାତି ଲାଭ କରିଥାଏ । ଏହାର ଭୀଷଣ ପଞ୍ଝାରେ ମଷିଣ ନିମିଷକେ କବଳିତ ହୋଇଯାଏ । ବହୁଦିନ ଧରି ପୁରୀ ଜଗନ୍ନାଥ ମନ୍ଦିରରେ ଘଟିତ ହେଇ ଆସୁଥିବା କିଛି ଘଟଣାକୁ ନେଇ ଓଡ଼ିଶାର ପୁର ପଲ୍ଲୀରେ ଜନଶ୍ରୁତି ହୋଇ ଏବେ ଲୋକକଥା ଓ ଅନ୍ଧବିଶ୍ୱାସ ଭାବରେ ମଧ୍ୟ ପ୍ରଚଳିତ । ଗୁଜବର ନ ଥାଏ କୌଣସି ନିର୍ଦ୍ଦିଷ୍ଟ ରୂପରେଖ କିମ୍ବା ଏହାର ପ୍ରସାରରେ ନ ଥାଏ କୌଣସି ଭୌଗୋଳିକ ସୀମାରେଖା ।

ଏହା କୌଣସି ସମୟରେ କୌଣସି ସ୍ଥାନରେ ଆତ୍ମପ୍ରକାଶ କରିପାରେ । ଅନେକ ସମୟରେ କାନଶୁଣା କଥା ଭୟଙ୍କର ଭାବେ ପ୍ରସାରିତ ହୋଇ ଜନମାନସକୁ ଆକ୍ରାନ୍ତ କରେ । ଅନେକ ସମୟରେ କିଛି ସମାଜ ବିରୋଧୀ ଲୋକପୀଡ଼କଙ୍କ କ୍ରୂର ମାନସିକତାର ପ୍ରତିଫଳନ ହେଉଛି ଗୁଜବ । ଗୁଜବର ଧୂମ ଅପସୃତ ହୋଇ ସତ୍ୟର ଆଲୋକ ବିଚ୍ଛୁରିତ ହେଲା ବେଳକୁ ଅନେକ ବିଳମ୍ବ ଘଟି ସାରିଥାଏ । ଲୋକେ ସତ୍ୟତା ହୃଦୟଙ୍ଗମ କଲାବେଳକୁ ଆଉ କିଛି ଅବଶିଷ୍ଟ ନଥାଏ ।

ତେବେ ଲୋକ ବିଶ୍ୱାସ ଅଛି ଯେ ମାଲିକାରେ ଯାହା ଉଲ୍ଲେଖ ଅଛି ତାହା କେବେ ନା କେବେ ଫଳେ ନିଶ୍ଚୟ । କିନ୍ତୁ ସେ ମାଳିକା କଣ ଆଉ ସେଥିରେ କଣ ଲେଖା ଅଛି ତାହାକୁ ଜନ ସାଧାରଣ ପ୍ରତ୍ୟେକ୍ଷରେ ଦେଖି ନାହାଁନ୍ତି । ତେବେ ଆସନ୍ତୁ ଜାଣିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ବର୍ଣ୍ଣିତ ହୋଇଥିବା ଆଗତ ଭବିଷ୍ୟତ ବିଷୟରେ ଏବଂ ମାଳିକା ବଚନ ଜଗନ୍ନାଥ ଧାମ ପୁରୀକୁ ନେଇ ଆଗତ ମହାବିପଦ ପୂର୍ବର ସଂକେତ ଦେଉଛି ବୋଲି ଲୋକେ ମାନୁଛନ୍ତି । ଏସବୁ ଆଶ୍ଚର୍ଯ୍ୟ ଜନକ ଘଟଣା ଯେଉଁ ଘଟୁଛି ତାହା ମହାବିପଦ ପୂର୍ବରୁ ମାଳିକାରେ ବର୍ଣ୍ଣନା କରା ଯାଇଥିବା ସଙ୍କେତ ବାବଦରେ ପୂର୍ବ ସୂଚନା ବୋଲି କୁହାଯାଉଛି ।

ତେବେ ଗତ କିଛି ବର୍ଷ ଧରି ପୁରୀ ମନ୍ଦିରରେ ଘଟି ଆସୁଥିବା ବିଭିନ୍ନ ପ୍ରକାରର ଅଘଟଣମାନ ଯଥା ମନ୍ଦିରରୁ ପଥର ଖସିବା, ମନ୍ଦିରର ପତିତପାବନ ବାନା ଛିଣ୍ଡି ସମୁଦ୍ରରେ ପଡ଼ିବା, ପୁରୀ ଜଗନ୍ନାଥ ମନ୍ଦିରର ଆକାଶ ଲାଲ୍ ରଙ୍ଗର ହୋଇଥିବା, ମନ୍ଦିର ରୋଷେଇ ଶାଳରେ ମହାପ୍ରସାଦ ତିଆରି ହେଉଥିବା ଚୁଲିକୁ ଦୁର୍ବୁତ୍ତ ଭାଙ୍ଗି ଦେବା । ଆଉ ଏବେ ଶ୍ରୀମନ୍ଦିର ଉପରେ ବହୁତ ମାତ୍ରାରେ ଚିଲ ଉଡୁଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣାକୁ କେବଳ ନକାରାତ୍ମକ ବ୍ୟକ୍ତିମାନେ ବଢ଼େଇ ଚଢ଼େଇ କହୁଛନ୍ତି ଯାହାକି ଲୋକଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରୁଛି । ଏଭଳି ଅପପ୍ରଚାରକୁ ବିଶ୍ୱାସ ନକରି ସଚେତନ ରହିବା ଜରୁରୀ ଅଟେ ।

Leave A Reply

Your email address will not be published.